ଭଦ୍ରକ, ୨୫/୦୬:  ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ରାଣୀତାଲ ବଜାରରେ ଲୁଟ୍‌ । ମା’ ତାରିଣୀ ଜୁଏଲାରୀ ସଟର ଭାଙ୍ଗି ୧୫ ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଜାତୀୟ ରାଜପଥ ନିକଟରେ ଥିବା ସୁନା ଦୋକାନରୁ ଲୁଟ୍ ହୋଇଥିବାରୁ ବାହାର ରାଜ୍ୟର ଲୁଟେରା ସାମିଲ ଥିବା ସନ୍ଦେହ କରାଯାଉଛି ।

ଦୋକାନ ମାଲିକ ପ୍ରଦୀପ ସାହୁଙ୍କ କହିବା ଅନୁସାରେ, ଲୁଟ୍ ବେଳେ ଦୋକାନ ଶୋ’କେସ୍ ବା ଡିସ୍‌ପ୍ଲେରେ ଥିବା ୧୫ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଲୁଟ୍ ହୋଇଛି । ତେବେ ଦୋକାନ ଭିତରେ ଥିବା ଆଇରନ୍ ଚେଷ୍ଟରେ ପ୍ରାୟ ୧ କିଲୋ ଓଜନର ସୁନା ରହିଥିଲା । ପୁଲିସ ଦୋକାନ ସିଲ୍ କରିଥିବାରୁ ଆଇରନ୍ ଚେଷ୍ଟରେ ଥିବା ସୁନା ବିଷୟରେ ସୂଚନା ମିଳିନାହିଁ ।  ଗ୍ରାମାଞ୍ଚଳ ଥାନା ଅଧିକାରୀଙ୍କ ସହ ଏକ ଟିମ୍ ଲୁଟ୍ ହୋଇଥିବା ଦୋକାନ ନିକଟରେ ପହଞ୍ଚି ସିସିଟିଭି ଯାଞ୍ଚ କରିଛନ୍ତି । ସାଇଣ୍ଟିଫିକ୍ ଟିମ୍ ସହ ଡଗ୍ ସ୍କ୍ୱାଡ୍‌କୁ ମଧ୍ୟ ତଦନ୍ତରେ ସାମିଲ କରାଯିବ । ତେବେ ଜାତୀୟ ରାଜପଥ ନିକଟରେ ଥିବା ସୁନା ଦୋକାନରୁ ଲୁଟ୍ ହୋଇଥିବାରୁ ବାହାର ରାଜ୍ୟର ଲୁଟେରା ସାମିଲ ଥିବା ସନ୍ଦେହ କରାଯାଉଛି ।