ଭୁବନେଶ୍ୱର,୦୫/୦୨: ମା' ପୁଅଙ୍କ ମୁଣ୍ଡରେ ବନ୍ଧୁର ଲଗାଇ ଘରୁ ଲୁଟିନେଲେ ସୁନା ସହ ଟଙ୍କା । ଘଟଣାର ଛାନଭିନ୍‌ କରୁଛି ରାଜଗାଙ୍ଗପୁର ଥାନା ପୋଲିସ । ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କାସବାହଲ ନିୟୁ ଏଲ୍‌ଏନ୍‌ଟି କଲୋନୀର ରବିନ୍ଦ୍ର ନାଏକଙ୍କ ଘରୁ ଏହି ଲୁଟ୍‌ ହୋଇଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ସୁନ୍ଦରଗଡ଼ରେ ମାତିଛନ୍ତି ଲୁଟେରା । କିଛି ଦିନ ତଳେ ସୁନ୍ଦରଗଡ ହେମଗିରି ଅଞ୍ଚଳରେ ଏକ ବଡ଼ ଧରଣର ଲୁଟ୍‌ ହୋଇଥିଲା । ଲୁଟେରାମାନେ ପରିବାର ସମସ୍ତ ସଦସ୍ୟଙ୍କୁ ବାନ୍ଧି ଲୁଟ୍‌ କରିଥିଲେ । ଏପର୍ଯ୍ୟନ୍ତ ପୋଲିସ ଲୁଟେରାଙ୍କୁ ଧରି ନଥିବା ବେଳେ ଆଉ ଏକ ଲୁଟ୍‌ ଖବର ସାମ୍ନାକୁ ଆସିଛି । ମା ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଘରେ ଥିବା ସୁନା ଗହଣା ସହ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି । ତେବେ ଏହି ଲୁଟେରା ମାନଙ୍କୁ କେବେ ଧରିବ ପୋଲିସ, ସେନେଇ ଉଠୁଛି ପ୍ରଶ୍ନ ।