ଦଶପଲ୍ଲା ୨୦/୦୫: ଭଞ୍ଜନଗର ରାସ୍ତାରେ ଲୁଟେରାଙ୍କ ଆତଙ୍କ। ବାଇକ୍ ଆରୋହୀଙ୍କୁ ବ୍ଲେଡ୍ ରେ ଆକ୍ରମଣ ପରେ ପୋଡ଼ିଦେଲେ ବାଇକ୍। ଗୁରୁତର ବାଇକ ଚାଳକ ହସ୍ପିଟାଲରେ ଭର୍ତ୍ତି । ଘଟଣାର ତଦନ୍ତ କରୁଛି ପୋଲିସ।
ସୂଚନା ଅନୁଯାୟୀ, ଦଶପଲ୍ଲା ଥାନା ଖଣ୍ଡପଡ଼ା ଗ୍ରାମର ଜଟିଆ ବେହେରା । କୌଣସି ଏକ କାମରେ ବାଇକ୍ ଯୋଗେ ସେ ଭଞ୍ଜନଗର ଯାଉଥିଲେ। ହେଲେ ରାସ୍ତାରେ କିଛି ଦୃର୍ବୁତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ। ଭଞ୍ଜନଗର ରାଜ୍ୟ ରାଜପଥର ଦଶପଲ୍ଲା ଥାନା ସାକେଣୀ ଗାଁ ଠାରୁ କିଛି ଦୂରରେ ୮ଜଣ ଦୃର୍ବୁତ୍ତ ଏକ କଳା ସ୍କ୍ରପିଓରେ ଆସି ଜଟିଆଙ୍କୁ ଅଟକାଇଥିଲେ। ପରେ ସେମାନେ ତାଙ୍କୁ ବ୍ଲେଡରେ ଆକ୍ରମଣ କରିବା ସହ ତାଙ୍କ ବାଇକ୍ ମଧ୍ୟ ରାସ୍ତାକଡରେ ପୋଡି ଦେଇଥିଲେ । ରକ୍ତ ଯୁଡୁ ବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅନ୍ୟ ପକ୍ଷରେ ଦଶପଲ୍ଲା ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।