ନୂଆଦିଲ୍ଲୀ,୧୬।୧।: ‘ବଡ଼ ଭୁଲ ହୋଇଗଲା, ଲାଲୁଙ୍କୁ କିଡନୀ ଦେଇ ଅନୁତାପ କରୁଛନ୍ତି ଝିଅ ରୋହିଣୀ: ଭାଇ ତେଜସ୍ବୀଙ୍କୁ ଟାର୍ଗେଟ ପରିବାର ଓ ରାଜନୀତି ଛାଡିବାର ଘୋଷରା କରିବା ପରେ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ତେଜସ୍ବୀ ଓ ତାଙ୍କ ସାଥିୀଙ୍କୁ ଲଗାତାର ଟାର୍ଗେଟ କରିବାରେ ଲାଗିଛନ୍ତି। ସେ ରବିବାର ଲଗାତାର ଦୁଇଟି ଟ୍ବିଟ୍ କରି ପରିବାରର ବିବାଦକୁ ସାର୍ବଜନୀନ କରିଛନ୍ତି। ରୋହିଣୀ ସୋସିଆଲ ମିଡିଆରେ ଲାଲୁଙ୍କୁ କିଡନୀ ଦେବା ନେଇ ଏବେ ଅନୁତାପ କରିଛନ୍ତି। ସେ କହିଛନ୍ତି,କିଡନୀ ଦେଇ ଭୁଲ କରିଛି।’ ରୋହିଣୀ କହିଛନ୍ତି, ତାଙ୍କୁ କୁହାଗଲା ଯେ, କୋଟି କୋଟି ଟଙ୍କା ଓ ଟିକେଟ ନେଇ ଖରାପ କିଡନୀ ବାପାଙ୍କୁ ଦେଇଛି।
ରବିବାର ରୋହିଣୀ କରିଥିବା ଦ୍ବିତୀୟ ଟ୍ବିଟ୍ରେ କହିଛନ୍ତି, କାଲି ମୋତେ ଗାଳି କରାଯିବା ସହ କୁହାଯାଉଛି ମୁଁ ମୋ ବାପାଙ୍କୁ ଖରାପ କିଡନୀ ଦେଇଛି। ସବୁ ଝିଅ, ଭଉଣୀ, ଯେଉଁମାନେ ବିବାହିତା ସେମାନଙ୍କୁ କେବଳ ଗୋଟିଏକଥା କହିବି ଯେତେବେଳେ ଆପଣଙ୍କ ବାପଘରେ କୌଣସି ପୁଅ ବା ଭାଇ ଅଛି, ତେବେ ଭୁଲରେ ନିଜର ଭଗବାନ ରୂପୀ ବାପାଙ୍କୁ ବଞ୍ଚାନ୍ତୁ ନାହିଁ, ନିଜ ଭାଇ ବା ସେହି ଘରର ପୁଅକୁ କହିବେ ସେ ନିଜର କିମ୍ବା ନିଜର କୌଣସି ହରିୟାଣୀ ସାଙ୍ଗର କିଡନୀ ଲଗାଉ। ସବୁ ଭଉଣୀ-ଝିଅମାନେ ନିଜର ପରିବାର ଦେଖନ୍ତୁ। ବାପା-ମା’ କଥା ଚିନ୍ତା ନକରି ନିଜର ପିଲା,ନିଜ କାମ ଏବଂ ଶାଶୁଘର କଥା ବୁଝନ୍ତୁ। କେବଳ ନିଜ ବିଷୟରେ ଭାବନ୍ତୁ। ମୋ ଦ୍ବାରା ବହୁତ ବଡ଼ ଭୁଲ ହୋଇଗଲା, ମୁଁ ମୋ ପରିବାର, ତିନି ସନ୍ତାନଙ୍କୁ ବି ଦେଖିନଥିଲି। ଏପରିକି ମୋ ସ୍ବାମୀ ଏବଂ ଶାଶୁଘର ଲୋକଙ୍କଠାରୁ ବି ଅନୁମନି ନେଇନଥିଲି। ନିଜର ଭଗବାନ, ନିଜ ବାପାଙ୍କୁ ବଞ୍ଚାଇବା ପାଇଁ ସବୁକିଛି କଲି, ହେଲେ ଆଜି ମୋତେ ଖରାପ କୁହାଯାଉଛି। ଆପଣ ସମସ୍ତେ ମୋଭଳି ଭୁଲ କରନ୍ତୁ ନାହିଁ। କେବେ ବି କୌଣସି ଘରେ ରୋହିଣୀ ଭଳି ଝିଅ ଜନ୍ମ ନନିଅନ୍ତୁ।’
ଏହା ପୂର୍ବରୁ ଟ୍ବିଟ୍ କରି ରୋହିଣୀ କହିଥିଲେ, ଜରେ ଝିଅ, ଜଣେ ଭଉଣୀ ଓ ବିବାହ ମହିଳା, ଏବଂ ଜଣେ ମା’କୁ ଅପମାନିତ କରାଗଲା। ମାରିବାକୁ ଚପଲ ଉଠାଗଲା। ସେ କହିଛନ୍ତି ଝିଅ ଦୁଃଖରେ କାନ୍ଦି କାନ୍ଦି ନିଜର ବାପା-ମା’କୁ ଛାଡି ଚାଲିଆସିଲା। ମୋ’ଠାରୁ ମୋ ବାପଘର ଛଡାଇ ନିଆଗଲା, ମୋତେ ଅନାଥ କରି ଦିଆଗଲା। ଉଲ୍ଲେଖନୀୟ ଯେ, ରୋହିଣୀ ଆଚାର୍ଯ୍ୟ ଶନିବାର ନିଜର ସାନ ଭାଇ ତେଜସ୍ବୀ ଯାଦବ, ଏବଂ ତାଙ୍କ ବନ୍ଧୁ ସଞ୍ଜୟ ଯାଦବ ଓ ଘନିଷ୍ଟ ରମିଜ୍ ନେମତଙ୍କ ଉପରେ ପରିବାର ଭାଙ୍ଗିବାର ଅଭିଯୋଗ କରି ପରିବାର ଓ ରାଜନୀତି ଛାଡିବାର ଘୋଷଣା କରିଥିଲେ।