ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପୁତ୍ର ସନ୍ତାନର ବାପା ହେଲେ ରୋହିତ ଶର୍ମା, ଜୁନିୟର ହିଟମ୍ୟାନଙ୍କୁ ଫ୍ୟାନ୍ସଙ୍କ ସ୍ବାଗତ

Published By : Ankita S | November 16, 2024 9:00 AM

ନୂଆଦିଲ୍ଲୀ,୧୬/୧୧: ଭାରୀତୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଘରକୁ ଆସିଲା ଖୁସି ଖବର । ଦ୍ବିତୀୟ ଥର ପାଇଁ ବାପା ହୋଇଛନ୍ତି ରୋହିତ । ତାଙ୍କ ପତ୍ନୀ ରିତିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ଜଣାପଡିଛି । ପୂର୍ବରୁ ରୋହିତଙ୍କର ଗୋଟିଏ ଝିଅ ଥିଲା । ତାଙ୍କ ନାମ ସମାଇରା । ତାଙ୍କୁ ବର୍ତ୍ତମାନ ୬ ବର୍ଷ । ଦ୍ବିତୀୟ ସନ୍ତାନ ନେଇ ରୋହିତ ଅଫିସିଆଲି ସୂଚନା ଦେଇନାହାନ୍ତି ।

ରୋହିତ ଦ୍ବିତୀୟ ଥର ପିତା ହେବା ଖବର ତାଙ୍କ ପରିବାର ସହିତ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଆଣି ଦେଇଛି । ହିନ୍ଦୁସ୍ଥାନ ଟାଇମ୍ସ ରିପୋର୍ଟ ଅନୁସାରେ ଶୁକ୍ରବାର ରୋହିତଙ୍କ ପତ୍ନୀ ରିତିକା ଏକ ପୁତ୍ର ସନ୍ତାକୁ ଜନ୍ମ ଦେଇଛନ୍ତି । ୨୦୧୫ରେ ରେହିତ ଶର୍ମା ଓ ରିତିକା ବିବାହ କରିଥିଲେ ।

ଖବର ପ୍ରକାଶ ପାଇବା ପରେ ରୋହିତଙ୍କ  ଶୁଭେଚ୍ଛା ଜଣାଇଛନ୍ତି ଫ୍ୟାନ୍ସ  । ଜଣେ ଏକ୍ସ ୟୁଜର୍ସ କହିଛନ୍ତି, ଜୁନିୟର ହିଟମ୍ୟାନଙ୍କ ଆଗମନ ନେଇ ଶୁଭେଚ୍ଛା ରୋହିତ । ଭଗବାନ ସମସ୍ତଙ୍କ ମଙ୍ଗଳ କରନ୍ତୁ । ସେହିପରି ଆଉ ଜଣେ ଫ୍ୟାନ୍ସ ଲେଖିଛନ୍ତି ଭାରତୀୟ କ୍ରିକେଟ ଦଳଙ୍କୁ ସନ୍ତାନ ପ୍ରାପ୍ତି ହେବାର ସୌଭାଗ୍ୟ ମିଳୁଛି । ଅକୟ, ଅଗସ୍ତ ଓ ଅଙ୍ଗଦ । ଅଣ୍ଡର-୧୯ ଟିମ ପ୍ରସ୍ତୁତ ହେଉଛି ।

ଆଗକୁ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହେବାକୁ ଯାଉଛି । ଏ ନେଇ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପହଞ୍ଚି ଅଭ୍ୟାସ ଜାରି ରଖିଛନ୍ତି । କିନ୍ତୁ ରୋହିତ ଶର୍ମା ଏ ପର୍ଯ୍ୟନ୍ତ ଦଳ ସହ ଯୋଗ ଦେଇ ପାରି ନାହାନ୍ତି । ସେ ମୁମ୍ବାଇରେ ଅଭ୍ୟାସ ଜାରି ରଖିଛନ୍ତି । ତେବେ ଆଗାମୀ ଦିନରେ ସେ ଅଷ୍ଟ୍ରେଲିଆ ଗସ୍ତ କରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.