ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପରେ ଅବସର ନେବେ କି ରୋହିତ ଶର୍ମା ? ଆଶ୍ଚର୍ଯ୍ୟକର ଜବାବ ଦେଲେ ଗିଲ୍‌

Published By : Prameya | March 8, 2025 9:06 PM

ନୂଆଦିଲ୍ଲୀ : ଭାରତ ଓ ନ୍ୟୁଜଲାଣ୍ଡ ମଧ୍ୟରେ ରବିବାର ଦୁବାଇରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ ଖେଳାଯିବ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ୍‌ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଫାଇନାଲରେ ଏଣ୍ଟ୍ରି କରିଛି। ଭାରତ ଏବେ ୧୨ ବର୍ଷ ଧରି ଚାଲି ଆସିଥିବା ଚାମ୍ପିଅନ୍ସ ଟ୍ରଫି ଟାଇଟାଲର ଅଭାବକୁ ପୂରଣ କରିବା ଲକ୍ଷ୍ୟରେ। ହେଲେ , ଫାଇନାଲକୁ ନେଇ ଯେତିକି ଚର୍ଚ୍ଚା , ସେତିକି ରୋହିତଙ୍କ ରିଟାୟରମେଣ୍ଟ( ଅବସର)ର ଅଟକଳ ମଧ୍ୟ ଚାଲିଛି। 

କୁହାଯାଉଛି ଯେ , ହିଟମ୍ୟାନ ନାମରେ ପ୍ରସିଦ୍ଧା ରୋହିତ ଫାଇନାଲ ପରେ ଅବସର ନେଇ ପାରନ୍ତି। ଉପ ଅଧିନାୟକ ଶୁଭମନ ଗିଲ୍‌ ରୋହିତଙ୍କ ଅବସରର ଅଟକଳ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ରୋହିତ ଆଗାମୀ ମାସରେ ୩୮ ବର୍ଷରେ ପହଞ୍ଚି ଥିବେ। ସେ ଏହି ସମୟରେ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ରୋହିତ ଟୁର୍ଣ୍ଣାମେଣ୍ଟରେ ଏବେସୁଦ୍ଧା ଫିଫ୍ଟି କରି ପାରି ନାହାନ୍ତି।

ଗିଲଙ୍କୁ ଯେବେ ଶନିବାର ସାମ୍ୱାଦିକ ସମ୍ମିଳନୀରେ ପଚରା ଯାଇଥିଲା ଯେ, ରବିବାରର ଫାଇନାଲ ପରେ ରୋହିତ କଣ ରିଟାୟର ନେବେ କି, ? ଏହାକୁ ନେଇ ଉପ ଅଧିନାୟକ ଗିଲ୍‌  ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟକର ଜବାବ ଦେଇଛନ୍ତି। ହେଲେ , ଗିଲ୍‌ କହିଛନ୍ତି ଯେ , ଟିମ୍‌ ଓ ଅଧିନାୟକଙ୍କର ଫୋକସ କେବଳ ଟ୍ରଫି ଜିତିବା ଉପରେ ରହିଛି। ଆମେ ଏହାକୁ( ଅବସର) ନେଇ ଆଲୋଚନା କରିନାହୁଁ । ସବୁ କଥାବାର୍ତ୍ତା ଓ ଆଲୋଚନା ମ୍ୟାଚ୍‌ ଜିତିବା ଓ ମ୍ୟାଚ୍‌ ଜିତିବା ପାଇଁ ଆମକୁ କଣ କରିବାକୁ ହେବ , ଏହା ବିଷୟରେ ରହିଛି। ସେ (ରୋହିତ) ଏହି ବିଷୟରେ ଟିମ୍‌କୁ ବା ମୋତେ ସହ କଥା ହୋଇ ନାହାନ୍ତି। ମୋତେ ଲାଗୁଛି କି ରୋହିତ ଏବେ ଫାଇନାଲ ଜିତିବା ବିଷୟରେ ଭାବୁଛନ୍ତି। ମୋର ଅନୁଭବ କି ସେ ପ୍ରଥମେ ଚାମ୍ପିୟନ୍ସ ଟ୍ରଫି ଜିତିବା ଉପରେ ଧ୍ୟାନ କେନ୍ଦ୍ରିତ କରୁଛନ୍ତି। କାଲି ମ୍ୟାଚ୍‌ ଶେଷ ହେବା ପରେ ସେ ନିଷ୍ପତ୍ତି ନେଇ ପାରନ୍ତି , କିନ୍ତୁ ମୁଁ ଟିମ୍‌ରେ କାହା ଠାରୁ ଏ ବିଷୟରେ ଶୁଣି ନାହିଁ। 

କହି ରଖୁଛୁ କି , ଭାରତୀୟ ଅଧିନାୟକ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଫର୍ମ ହାସଲ କରି ଥିଲେ  କିନ୍ତୁ ସେ ଦ୍ୱିତୀୟ ଟୁର୍ଣ୍ଣାମେଣ୍ଟରେ ଏହାକୁ ଜାରି ରଖି ପାରିଲେ ନାହିଁ। ରୋହିତଙ୍କ ବ୍ୟାଟ୍‌ ଅଷ୍ଟ୍ରେଲିଆ ଗସ୍ତରେ ଶାନ୍ତ ରହିଥିଲା, ଯେଉଁଥି ପାଇଁ ତାଙ୍କର କଡ଼ା ସମାଲୋଚନା ହେଲା। ରୋହିତ ଖରାପ ଫର୍ମ କାରଣରୁ ଅଷ୍ଟ୍ରେଲିଆରେ ୫ମ ଟେଷ୍ଟରୁ ନିଜକୁ ବାହାରେ ରହିବାକୁ ଆଶ୍ଚର୍ଯ୍ୟକର ନିଷ୍ପତ୍ତି ନେଇଥିଲେ। ସେ ନ୍ୟୁଜିଲାଣ୍ଡ ସିରିଜରେ ଫ୍ଲପ୍‌ ରହିଥିଲେ। ସେଠାରେ , ରୋହିତଙ୍କ ଦ୍ୱାରା ରନ୍‌ ନହେବା ସତ୍ତ୍ୱେ ଭାରତର ମୁଖ୍ୟ କୋଚ ଗୌତମ ଗମ୍ଭୀର ଅଧିନାୟକଙ୍କୁ ସୁରକ୍ଷା ଦେଇ କହିଥିଲେ ଯେ ଟିମ୍‌ ମ୍ୟାନେଜମେଣ୍ଟ ଖେଳାଳିଙ୍କ ମୂଲ୍ୟାଙ୍କନ ଟିମ୍‌ରେ ତାଙ୍କ ପ୍ରଭାବର ଆଧାରରେ କରିଥାଏ।

ଉଲ୍ଲେଖନୀୟ ଯେ , ଫାଇନାଲରେ ରୋହିତ ଓ ବିରାଟ କୋହଲିଙ୍କ ଭଳି ଖେଳାଳିଙ୍କ ବଡ଼ ଯୋଗଦାନର ଅପେକ୍ଷା ରହିବ। ଏହି ଦୁହିଁଙ୍କ ବ୍ୟତୀତ ଗିଲ୍‌, ଶ୍ରେୟସ ଆୟାର , କେଏଲ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରୁ ମଧ୍ୟ ଉପଯୋଗୀ ଯୋଗଦାନର ଆଶା ରହିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.