ପ୍ରମୂଖ ଖବର
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ଖୁବଶୀଘ୍ର ଆସିବ ‘ସିମ୍ବା’ର ସିକ୍ବେଲ, ରୋହିତ ଶେଟ୍ଟୀ କଲେ କନଫର୍ମ

Published By : Prameya | April 23, 2025 4:48 PM

ମୁମ୍ବାଇ, ୨୩/୪ :   ଫିଲ୍ମ ମେକର ରୋହିତ ଶେଟ୍ଟୀ କେତେକ ଦମଦାର୍ ଫିଲ୍ମ କରିଛନ୍ତି । ତାଙ୍କ ହିଟ୍ ଫିଲ୍ମର ଲିଷ୍ଟରେ ଚେନ୍ନାଇ ଏକ୍ସପ୍ରେସ, ଗୋଲମାଲ, ଗୋଲମାଲ ରିଟର୍ନ, ସିଂଘମ, ସିଂଘମ ଏଗେନ ସାମିଲ ରହିଛି । ତାଙ୍କ ଫିଲ୍ମର ଫ୍ରାଞ୍ଚାଇଜ ବି ହିଟ୍ ରହିଛି । ରୋହିତ ଶେଟ୍ଟୀଙ୍କ ସିଂଘମ ଏଗେନରେ ଦୀପିକା ପାଦୁକୋନ ଏବଂ ଟାଇଗର ଶ୍ରାଫ ପୋଲିସ ଅଫିସର ହୋଇଥିବା ନଜର ଆସିଥିଲେ । ଏବେ ଏହି ଦୁଇ ଜଣ କପ୍ ୟୁନିଭର୍ସରେ ଏଣ୍ଟ୍ରି ହେବାକୁ ଯାଉଛନ୍ତି । ଏହାସହ ରୋହିତ ସିମ୍ବାର ସିକ୍ବେଲ ବି କନଫର୍ମ କରି ଦେଇଛନ୍ତି ।

ରୋହିତ ଶେଟ୍ଟୀ ଏକ ସାକ୍ଷାତକାରରେ ସିମ୍ବା ଏବଂ ସୂର୍ଯ୍ୟବଂଶୀର ସିକ୍ବେଲ ବିଷୟରେ କଥା ହୋଇଛନ୍ତି । ଏହାସହ ସେ କହିଛନ୍ତି ତାଙ୍କର କପ୍ ୟୁନିଭର୍ସ କିଭଳି ହୋଇଥିଲା। ଏକ ସାକ୍ଷାତକାରରେ କହିଛନ୍ତି ଯେତେବେଳେ ସେ ସିଂଘମ ନିର୍ମାଣ କରୁଥିଲେ ତ ତାଙ୍କୁ ଏହି କଥାର ଆଇଡିଆ ନ ଥିଲା କି ତାହା ଏକ ପାଓ୍ବାରଫୁଲ ବ୍ରାଣ୍ଡ ହୋଇଯିବ । 

ରୋହିତ ଆଗକୁ କହିଛନ୍ତି କି ଯେତେବେଳେ ସେ ସିମ୍ବାର ଷ୍ଟୋରୀ ଲେଖୁଥିଲେ ତ ସେ ନିଷ୍ପତ୍ତି ନେଇଥିଲେ କି ସେ ଏହାକୁ ୟୁନିଭର୍ସ କରିବେ। କାରଣ ସୂର୍ଯ୍ୟବଂଶୀ କରିବାକୁ ବି ଯୋଜନା କରୁଥିଲେ । ଯେତେବେଳେ ରୋହିତଙ୍କୁ ଆଗାମୀ ଫ୍ରାଞ୍ଚାଇଜ ବିଷୟରେ ପଚରାଗଲା ତ ସେ କହିଥିଲେ ସିମ୍ବାର ବି ପାର୍ଟ ୨ ହେବ । ସୂର୍ଯ୍ୟବଂଶୀ ବି ଆଗକୁ ବଢିବ ଏବଂ ଆହୁରି ବି ଲୋକ ଆସିବେ । ଆହୁରି ବି ଫିଲ୍ମ ହେବ କପ୍ ୟୁନିଭର୍ସରେ । ଏଥିଲାଗି ଆମେ ଏହି ୟୁନିଭର୍ସ କରିଛୁ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.