ରାଉରକେଲା ୦୭/୦୮: ରାଉରକେଲା ରେଲୱେ ଷ୍ଟେସନ ମାଷ୍ଟରଙ୍କୁ ନିସ୍ତୁକ ମାଡ଼। ଷ୍ଟେସନ ମାଷ୍ଟର ଲକ୍ଷ୍ମୀ ନାରାୟଣ ତ୍ରୀପାଠୀ ମାଡ଼ ମାରିଲେ ସ୍ଥାନୀୟ ବ୍ୟବସାୟୀ। ଏନେଇ ଜିଆର୍ପି ଥାନାରେ ଅଭିଯୋଗ ହୋଇଥିଲା। ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପରେ ଜିଆର୍ପି ଥାନାରେ ଷ୍ଟେସନ ମାଷ୍ଟରଙ୍କ ବୟାନ ରେକର୍ଡ କରାଯାଇଛି। ଏହି ଘଟଣା ସଂପୃକ୍ତି ଆକ୍ରମଣକାରୀଙ୍କୁ ଜିଆର୍ପି ଅଟକ ରଖି ପଚରାଉଚରା ଚଳାଇଛି। ତେବେ ଷ୍ଟେସନ ମାଷ୍ଟରଙ୍କୁ ମାଡ଼ ମରାଯିବାର ପ୍ରକୃତ କାରଣ ଜଣାପଡିନାହିଁ।