ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ବିରାଟ-ପାଟିଦାର ଫ୍ଳପ୍, ବିଦେଶୀ ବଞ୍ଚାଇଲେ ଆରସିବି ସମ୍ମାନ; ଗୁଜରାଟ ଆଗରେ ୧୭୦ ରନ୍‌ର ବିଜୟ ଲକ୍ଷ୍ୟ

Published By : Soubhagya Ranjan | April 2, 2025 9:27 PM

Image source: ABP Live

ନୂଆଦିଲ୍ଲୀ,୦୨/୦୪: ଆଇପିଏଲ୍‌ ୨୦୨୫ର ୧୪ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କୀି ୧୬୯ ରନ୍ ସଂଗ୍ରହ କରିଛି। ନିଜ ଘରୋଇ ଗ୍ରାଉଣ୍ଡରେ ଆରସିବି ବ୍ୟାଟରମାନେ ଆରମ୍ଭରୁ ସଂଘର୍ଷ କରିଥିବା ଦେଖିବାକୁ ମିଳିଥିଲା। ବିରାଟ କୋହଲି ଏବଂ ଅଧିନାୟକ ରଜତ ପାଟିଦାରଙ୍କ ସମେତ ଅନେକ ବଡ଼ ବ୍ୟାଟର ଫ୍ଲପ୍ ହୋଇଥିଲେ। ତିନିଜଣ ବେଙ୍ଗାଲୁରୁ ବ୍ୟାଟର୍ ମହମ୍ମଦ ସିରାଜଙ୍କ ମାରାତ୍ମକ ବୋଲିଂର ଶିକାର ହୋଇଥିଲେ। ଆରସିବି ପକ୍ଷରୁ ସର୍ବାଧିକ ରନ୍ ସ୍କୋରର ଥିଲେ ଲିଆମ୍ ଲିଭିଙ୍ଗଷ୍ଟୋନ୍। ସେ ୫୪ ରନ୍‌ର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ।

ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୪ ଜଣ ଦ୍ରୁତ ବୋଲର ଗୁଜୁରାଟର ରଣନୀତିକୁ ପୁଣି ଥରେ ପ୍ରଭାବଶାଳୀ ପ୍ରମାଣିତ କରିଥିଲେ। ପ୍ରାରମ୍ଭିକ ଓଭରରେ ଅର୍ଶଦ ଖାନ ଏବଂ ମହମ୍ମଦ ସିରାଜ ଆରସିବି ବ୍ୟାଟିଂ ଲାଇନ୍‌କୁ ଅପ୍ ଧ୍ୱଂସ କରିଥିଲେ। ବିରାଟ କୋହଲି ପ୍ରଥମେ ୭ ରନ କରିଥିବା ବେଳେ ଦେବଦତ୍ତ ପାଦିକଲ ମଧ୍ୟ ୪ ରନ୍ ସ୍କୋର କରି ଆଉଟ୍ ହୋଇଥିଲେ। ଫିଲିପ୍‌ ସଲ୍ଟ ଏବଂ ଅଧିନାୟକ ରଜତ ପାଟିଦାର କିଛି ସମୟ ପାଇଁ କ୍ରିଜରେ ରହିଥିଲେ ମଧ୍ୟ ସେମାନେ ଯଥାକ୍ରମେ ୧୪ ଏବଂ ୧୨ ରନ୍ କରି ଆଉଟ୍ ହୋଇଥିଲେ।

ବିଦେଶୀ ବଞ୍ଚାଇଲେ ଆରସିବି ସମ୍ମାନ:

ଆରସିବିର ଅବସ୍ଥା ଏତେ ଖରାପ ଥିଲା ଯେ ଦଳର ପ୍ରଥମ ଚାରିଜଣ ବ୍ୟାଟର ୪୨ ରନ୍‌ ଭିତରେ ଆଉଟ୍ ହୋଇଥିଲେ। ବିରାଟ କୋହଲି, ରଜତ ପାଟିଦାରଙ୍କ ସମେତ ସମସ୍ତ ପ୍ରସିଦ୍ଧ ଖେଳାଳି ଫ୍ଲପ୍ ହୋଇଥିଲେ। ଏହି ସମୟରେ ଲିଆମ୍ ଲିଭିଙ୍ଗଷ୍ଟୋନ୍ ସଂକଟମୋଚକ ସାଜିଥିଲେ, ଯିଏକି ଜିତେଶ ଶର୍ମାଙ୍କ ସହ ୫୨ ରନର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ। ଜିତେଶ ୩୩ ରନର ଏକ ଇନିଂସ ଖେଳିଥିଲେ। ଗୋଟିଏ ପଟେ ଲିଭିଙ୍ଗଷ୍ଟୋନ୍ ୫୪ ରନ୍‌ର ଇନିଂସ ସମୟରେ ଗୋଟିଏ ଚୌକା ଏବଂ ୫ଟି ଛକା ମାରିଥିଲେ। ଅନ୍ୟପକ୍ଷରେ, ଟିମ୍ ଡେଭିଡ୍ ଶେଷ ଓଭର ପର୍ଯ୍ୟନ୍ତ କ୍ରିଜରେ ରହି ୧୮ ବଲରେ ୩୨ ରନ୍‌ର ଚମତ୍କାର ଇନିଂସ ଖେଳିଥିଲେ।

ଡରାଇଦେଲେ ସିରାଜ:

ପୂର୍ବତନ ଆରସିବି ଖେଳାଳି ତଥା ବର୍ତ୍ତମାନ ଗୁଜୁରାଟ ଟାଇଟାନ୍ସ ପାଇଁ ଖେଳୁଥିବା ମହମ୍ମଦ ସିରାଜ ବୋଲିଂରେ ହଇଚଇ ସୃଷ୍ଟି କରିଛନ୍ତି। ସେ ୪ ଓଭରରେ ମାତ୍ର ୧୯ ରନ୍ ଦେଇ ୩ ୱିକେଟ୍ ନେଇଥିଲେ। ସାଇ କିଶୋର ଗୁଜୁରାଟର ଦ୍ୱିତୀୟ ସଫଳ ବୋଲର ଥିଲେ, ଯିଏକି ଆରସିବିର ୨ ବ୍ୟାଟରଙ୍କୁ ପାଭିଲିୟନକୁ ପଠାଇଥିଲେ। ତାଙ୍କ ବ୍ୟତୀତ ଅର୍ଶଦ ଖାନ, ପ୍ରସିଦ୍ଧ କୃଷ୍ଣ ଏବଂ ଇଶାନ୍ତ ଶର୍ମା ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.