କଟକ,୦୫/୦୬: କଟକ ରେଳ ଷ୍ଟେସନ୍‌ରେ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ RPF କନଷ୍ଟେବଳ । ଦିବ୍ରୁଗଡ଼ ଏକ୍ସପ୍ରେସରେ ପଶ୍ଚିମବଙ୍ଗର ଜଣେ ଯାତ୍ରୀ ଚଢିଲା ତାଙ୍କ ବେଳେ ଗୋଡ଼ ଖସି ଯାଇଥିଲା । ଆଉ ଟ୍ରେନ୍‌ ଚକ ତଳକୁ ଚାଲିଯିବା ପୂର୍ବରୁ ପାଖରେ ଥିବା କନଷ୍ଟେବଳ ଟୁଲୁ ବେହେରା ତତ୍ପରତା ଦେଖାଇଲେ । ଯାତ୍ରୀଙ୍କୁ ଟ୍ରେନ୍‌ ତଳୁ ଘୋଷାଡ଼ି ଆଣିଥିଲେ । ଫଳରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା । 

ଏହି ବିଷୟ ଜାଣିବା ପରେ ଡିଜିପି ୱାଇ.ବି.ଖୁରାନିଆ ୨୫୦୦ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି । ସେହିପରି ରେଳବାଇ ଓ କୋଷ୍ଟାଲ ଏଡିଜି ଅରୁଣ ବୋଥ୍ରା ଫୋନ୍‌ ଯୋଗେ କନଷ୍ଟେବଳ ଟୁଲୁ ବେହେରାଙ୍କ ସହିତ କଥା ହୋଇଛନ୍ତି  ।