ରାୟଗଡ଼ା, ୨୩/୦୩: ଦେବଦୂତ ସାଜିଲେ ଆର୍ପିଏଫ ଯବାନ। ରାୟଗଡ଼ା ଷ୍ଟେସନ୍ରେ ଜଣେ ଯାତ୍ରୀଙ୍କୁ ଦୁର୍ଘଟଣାରୁ ବଞ୍ଚାଇଲେ କନେଷ୍ଟବଳ । ତାଙ୍କର ତ୍ୱରିତ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
ସୂଚନା ଅନୁଯାୟୀ, ରବିବାର ମଧ୍ୟାହ୍ଣ ୧୨.୫୦ ସମୟରେ ଜଣେ ଯାତ୍ରୀ ରାୟଗଡ଼ାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ନାଗାବଳୀ ଏକ୍ସପ୍ରେସ୍(୨୦୮୯୦)କୁ ଚଢ଼ୁଥିଲେ । ଏହି ସମୟରେ ଗୋଡ଼ ଖସିଯିବାରକୁ ପଡ଼ିଯାଉଥିଲେ । ସେଠାରେ କାର୍ଯ୍ୟରତ କନେଷ୍ଟବଳ ଅଙ୍କୁର ଚୌଧୁରୀ ଏହାଦେଖି ଦୌଡ଼ିଯାଇ ଯାତ୍ରୀଙ୍କୁ ଧରି ନେଇଥିଲେ । ଫଳରେ ଟ୍ରାକ୍ରେ ପଡ଼ିବା ଭଳି ଅଘଟଣରୁ ବର୍ତ୍ତି ଯାଇଥିଲେ ଯାତ୍ରୀ । କନେଷ୍ଟବଳ ଶ୍ରୀ ଚୌଧୁରୀ ପୂର୍ବରୁ ମଧ୍ୟ ଏଭଳି ଅନେକଥର ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ନଜିର ରହିଛି । ଏହି କର୍ତ୍ତବ୍ୟ ପରାୟଣ କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।