ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ବିହାରରେ ୧୦୦ କୋଟିର ପ୍ରୋଜେକ୍ଟ ଫେଲ୍‌, ରାସ୍ତା ମଝିରେ ଖୁଣ୍ଟ ଭଳି ରହିଛି ଗଛ

Published By : Anindita Ratha | July 1, 2025 9:57 AM

ନୂଆଦିଲ୍ଲୀ,୦୧/୦୭:  ନୂଆକରି ନିର୍ମିତ ହୋଇଥିବା ରାସ୍ତାରେ ଲଙ୍ଗ୍ ଡ୍ରାଇଭ୍ ମଜା ନିଆରା । କିନ୍ତୁ ରାସ୍ତା ମଝିରେ ଯଦି ଗଛ ଥାଏ, ତେବେ ଗାଡ଼ି ଚାଳନାରେ ବାଧା ଉପୁଜେ । ଏହି ସ୍ଥିତିରେ ଜୀବନ ଯିବାର ବିପଦ ବେଶି । ବିହାରରେ ଏହି ଦୃଶ୍ୟ ସାମ୍ନାକୁ ଆସିଛି । ପାଟନାଠୁ ୫୦ କିମି ଦୂର ଜେହାନାବାଦରେ ୧୦୦ କୋଟିର ଟଙ୍କା ବ୍ୟୟରେ ରାସ୍ତା ପ୍ରଶସ୍ତିକରଣ ପ୍ରକଳ୍ପ ପୁରାପୁରି ଫେଲ୍‌ ମାରିଛି । ଜେହାନାବାଦରେ ପାଟନା-ଗୟା ମେନ୍‌ ରୋଡ୍‌ରେ ୭.୪୮ କିମି ଲମ୍ବା ରାସ୍ତା ମଝିରେ ବଡ଼ ବଡ଼ ବୃକ୍ଷ ଖୁଣ୍ଟ ଭଳି ଠିଆ ହୋଇଛି । ଯାହା ଏହି ମାର୍ଗରେ ଯାଉଥିବା ଲୋକଙ୍କ ପାଇଁ ଯମ ଦୂତ ସାଜିଛନ୍ତି ।

ତେବେ ରାସ୍ତା ମଝିରେ ଗଛଗୁଡ଼ିକ ରାତାରାତି ବଡ଼ ହୋଇନାହାନ୍ତି । ମାମଲାଟି କିଛି ଏମିତି, ଜିଲ୍ଲା ପ୍ରଶାସନ ଯେତେବେଳେ ୧୦୦ କୋଟି ଟଙ୍କା ବ୍ୟୟରେ ରାସ୍ତା ଚଉଡ଼ା ପ୍ରୋଜେକ୍ଟ ହାତକୁ ନେଲା, ରାସ୍ତା ମଝିରେ ଥିବା ବୃକ୍ଷଗୁଡ଼ିକୁ ହଟାଇବା ପାଇଁ ଜଙ୍ଗଲ ବିଭାଗକୁ ଅନୁରୋଧ କରିଥିଲା  । ମାତ୍ର ଜଙ୍ଗଲ ବିଭାଗ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲା । ଏହା ବଦଳରେ ଜଙ୍ଗଲ ବିଭାଗ ୧୪ ହେକ୍ଟର ଜଙ୍ଗଲ ଜମି ପାଇଁ କ୍ଷତିପୂରଣ ଦାବି କରିଥିଲା । ତେବେ, ଜିଲ୍ଲା ପ୍ରଶାସନ ଏହି ଦାବିକୁ ପୂରଣ କରିବାରେ ବିଫଳ ହେବା ପରେ ଏଭଳି ଏକ ଅଜବ କାମ କରିଥିଲା । ବୃକ୍ଷକୁ ନହଟାଇ ଚୁତଃପାଶ୍ୱର୍ରେ ରାସ୍ତା ନିର୍ମାଣ କରିଦେଲା । ରାସ୍ତାରେ ଗଛଗୁଡ଼ିକ ଗୋଟିଏ ଧାଡ଼ିରେ ଲଗାଯାଇ ନ ଥିବାରୁ ଚାଳକ ଏହାକୁ ଅଣଦେଖା କରି ଆରାମରେ ଗାଡ଼ି ଚଲାଇ ପାରିବେ ନାହିଁ । ରାସ୍ତା ମଝିରେ ଗଛ ରହିଥିବାରୁ ଅଙ୍କାବଙ୍କା ହୋଇ ଗାଡ଼ି ନେବାକୁ ପଡୁଛି । ଏଥିପାଇଁ ଅନେକ ଦୁର୍ଘଟଣା ଘଟି ସାରିଲାଣି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ଗଛଗୁଡ଼ିକୁ ହଟାଇବା ପାଇଁ ଜିଲ୍ଲା ପ୍ରଶାସନ କୌଣସି ସ୍ଥାୟୀ ପଦକ୍ଷେପ ଗ୍ରହଣ କରୁନାହିଁ ବୋଲି ଲୋକେ ଅଭିଯୋଗ କରୁଛନ୍ତି ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.