ଭୁବନେଶ୍ୱର,୧୯/୧୧ : ପ୍ରଧାନମନ୍ତ୍ରୀଙ୍କ ଇଛା ଦେଶରେ ୨୦୩୦ ସୁଦ୍ଧା ୩୦୦ନିୟୁତ ଟନ ଇସ୍ପାତ ଉତ୍ପାଦନ । ଯେଉଁପାଇଁ କାମ ମଧ୍ୟ ଚାଲିଛି। ଆଗାମୀ ତିନିବର୍ଷରେ ୯.୫ ନିୟୁତ ଟନ ଉତ୍ପାଦନ କ୍ଷମତା ଆରଏସପିର ହେବ ବୋଲି କହିଛନ୍ତି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚ. ଡି. କୁମାରସ୍ୱାମୀ । ତେବେ ରାଉରକେଲାକୁ ୨ ଦିନିଆ ଗସ୍ତରେ ଆସି ରାଉରକେଲା ଛାଡିବା ପୂର୍ବରୁ ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ।
ନିକଟରେ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ସହ ବୈଠକ ସରିଛି। ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ରହିଛି । ଆସନ୍ତା ବର୍ଷ ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣ ଆରମ୍ଭ ହେବ । ତିନି ବର୍ଷରେ ୯.୫ ନିୟୁତ ଟନ ଉତ୍ପାଦନ କ୍ଷମତା ଆରଏସପିର ହେବ । ପ୍ରଧାନମନ୍ତ୍ରୀଙ୍କ ଇଛା ଦେଶରେ ୨୦୩୦ ସୁଦ୍ଧା ୩୦୦ ନିୟୁତ ଟନ ଇସ୍ପାତ ଉତ୍ପାଦନ । ରାଉରକେଲା ଇସ୍ପାତ କାରଖାନା ଭିତରେ ଥିବା ପ୍ରାୟ ୩୦୦ ପରିବାରଙ୍କୁ ଥଇଥାନ ସହ ସମ୍ପ୍ରସାରଣ ପାଇଁ ଜମି ସମସ୍ୟାର ସମାଧାନ କରାଯିବ । ରାଉରକେଲା ବିମାନ ବନ୍ଦରର ସମ୍ପ୍ରସାରଣ ହେବ । ଏଥିସହ ଆରଏସପିର ଘରୋଇକରଣ ପ୍ରସଙ୍ଗରେ ଇସ୍ପାତ ମନ୍ତ୍ରୀ କହିଛନ୍ତି ଏହାର କୌଣସି ପ୍ରାସଙ୍ଗିକତା ନାହିଁ । ତେବେ ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଜୁଏଲ ଓରାମ, ବିଧାୟକ ଦୁର୍ଗା ଚରଣ ତନ୍ତୀ, ସେଲ ଅଧ୍ୟକ୍ଷ ଅମରେନ୍ଦୁ ପ୍ରକାଶ, ଆରଏସପି ଡିଆଇସି ଆଲୋକ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ।