ନୂଆଦିଲ୍ଲୀ,୧୯।୩: ଲାଇଭ ରିପୋର୍ଟିଂ ବେଳେ ଆସି ମାଡ଼ ହେଲା ମିସାଇଲ। କ୍ୟାମେରାମ୍ୟାନ୍ ଏବଂ ରିପୋର୍ଟର ଜୀବନ ବଞ୍ଚାଇ ଦୌଡିଲେ। ଦୁହେଁ ଆହତ ହୋଇଥିଲେ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୋସିଆଲ ମିଡିଆରେ ଏହି ପୁରା ଘଟଣାର ଭିଡିଓ ଖୁବ୍ ଭାଇରାଲ ହେଉଛି। ଗୁରୁବାର ଲେବାନନର ବହୁ ସ୍ଥାନ ଉପରେ ଇସ୍ରାଏଲ ଜୋରଦାର ଏୟାରଷ୍ଟ୍ରାଇକ୍ କରିଛି। ଏହି ଏୟାର ଷ୍ଟ୍ରାଇକ୍ ସମୟରେ ‘ରଷିୟା ଟୁଡେ’ର ଜଣେ ବ୍ରିଟିସ୍ ସାମ୍ବାଦିକ ଅଳ୍ପକେ ବଞ୍ଚିଯାଇଥିଲେ। ‘ରଷିୟା ଟୁଡେ’ ଆକ୍ରମଣର ବହୁ ଭିଡିଓ ପୋଷ୍ଟ କରିଛି। ଭିଡିଓରେ ଷ୍ଟିଭ୍ ପ୍ରେସ ଲେଖାଥିବା ଏକ ଜ୍ୟାକେଟ୍ ପିନ୍ଧି ରିପୋର୍ଟିଂ କରୁଛନ୍ତି। ଯୁଦ୍ଧର ସୂଚନା ଦେଇଛନ୍ତି ଠିକ୍ ସେତେବେଳେ ତାଙ୍କ ଉପରେ ଆସି ମାଡ଼ ହେଲା ମିସାଇଲ। ସବୁଠୁ ଆଶ୍ବସ୍ତିର କଥା ହେଲା ଷ୍ଟିଭ୍ ଅଳ୍ପ ଆହତ ହୋଇଥିଲେ ବି ତାଙ୍କ ଜୀବନ ବଞ୍ଚି ଯାଇଛି।
‘ରଷିଆ ଟୁଡେ’ ଭିଡିଓ ପୋଷ୍ଟ କରି ଲେଖିଛି , ଏହା ହେଉଛି ସେ ସମୟ ଯେତେବେଳେ ଆରଟି କ୍ରୁ ଉପରେ ଆକ୍ରମଣ ହୋଇଛି। ଦକ୍ଷିଣ ଲେବାନନ୍ରେ ଇସ୍ରାଏଲ ଆକ୍ରମଣରେ ଆରଟି ସାମ୍ବାଦିକ ଷ୍ଟିଭ୍ ସ୍ବିନି ଓ ତାଙ୍କ କ୍ୟାମେରାମ୍ୟାନ୍ ଆହତ ହୋଇଛନ୍ତି। ଉଭୟ ସେନା ଆଡ୍ଡାର ବ୍ରିଜ୍ ପାର କରିବା ବେଳେ ମିସାଇଲ ମାଡ଼ ହୋଇଥିଲା।
❗️ Moment Israel DIRECTLY HITS RT crew https://t.co/cxNTq2htyY pic.twitter.com/IWLmKGHwSj
— RT (@RT_com) March 19, 2026
ଷ୍ଟିଭ୍ ଆକ୍ରମଣ ପରେ ସୁରକ୍ଷିତ ସ୍ଥାନରେ ଭିଡିଓ ତିଆରି କରି କହିଛନ୍ତି,ଇସ୍ରାଏଲ ଏହି ଆକ୍ରମଣ ଜାଣିଶୁଣି କରିଛି। ସେ ପ୍ରେସ୍ ଜ୍ୟାକେଟ୍ ପିନ୍ଧିକି ଥିଲେ,ତଥାପି ତାଙ୍କୁ ଟାର୍ଗେଟ କରାଯାଇଥିଲା। ଆରଟି ଏକ ଭିଡିଓ ବି ସେୟାରକରିଛି। ଯେଉଁଥିରେ ସାମ୍ବାଦିକ ଜଣକ ହସି ହସି କଥା ହେଉଛନ୍ତି ଓ କହିଛନ୍ତି ସେ ସୁରକ୍ଷିତ ଅଛନ୍ତି। ଭୟ କରିବାର କିଛି କଥା ନାହିଁ।
❗️Israeli army ‘DELIBERATELY’ targets RT crew despite clearly marked press uniforms — injured Ali Rida reports from southern Lebanon https://t.co/5Elgars8i2 pic.twitter.com/zOqxULSxcu
— RT (@RT_com) March 19, 2026