ମୁମ୍ୱାଇ : ବଲିଉଡର ଷ୍ଟାର କଲଚରକୁ ନେଇ ଅନେକ ସମୟରେ ଲୋକେ ସମାଲୋଚନା କରନ୍ତି। ଅନେକ ଥର ସୋସିଆଲ ମିଡ଼ିଆରେ ଲୋକେ ଷ୍ଟାରଙ୍କୁ ନଖରାମି ଦେଖାଇବା ପାଇଁ ଟ୍ରୋଲ୍ ମଧ୍ୟ କରନ୍ତି। ଶାହରୁଖ ଖାନ ମଧ୍ୟ ଥରେ ବଲିଉଡ୍ର ଷ୍ଟାର କଲଚରର ସମାଲୋଚନା କରିଥିଲେ। ଏହି କଥା ସେହି ସମୟର ଯେବେ ଶାହରୁଖ ଖାନ ମୁମ୍ୱାଇରେ ନିଜର ପ୍ରଥମ ଫିଲ୍ମ ଦିୱାନାର ସୁଟିଂ କରୁଥିଲେ। ଶାହରୁଖ ଖାନ କହିଥିଲେ ଯେ,ତାଙ୍କ ଏହି ଷ୍ଟାର କଲଚର ବୁଝାପଡ଼ୁ ନାହୁଁ। ସେ ହଲିଉଡ୍ ସହ ତୁଳନା କରି କହିଥିଲେ , ସେଠାରେ ସ୍ପଷ୍ଟ ବୟ ଭଳି କୌଣସି କଲଚର ନାହିଁ।
୧୯୯୨ ରେ ଶାହରୁଖ ଖାନଙ୍କ ଫିଲ୍ମ ଦିୱାନା ରିଲିଜ ହୋଇ ଥିଲା। ଏହାକୁ ଠିକ୍ ବର୍ଷେ ପୂର୍ବେ ୧୯୯୧ରେ Stardust କୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଶାହରୁଖ ଖାନ ଷ୍ଟାର କଲଚରର ସମାଲୋଚନା କରିଥିଲେ। ସେ କହିଥିଲେ ମୁମ୍ୱାଇରେ ସୁଟିଂ କରିବାର ଗୋଟେ ମାସ ଭିତରେ ତାଙ୍କ କର୍ମଚାରୀମାନେ ତାଙ୍କର ଚା କପ ଧରିବାକୁ ଧରିବାକୁ ଚାହୁଁଛନ୍ତି । ତାଙ୍କର ଜୋତାର ଫିତା ବାନ୍ଧିବାକୁ ଚାହାଁନ୍ତି।
ଶାହରୁଖ ଖାନ କହିଥିଲେ –ମୁଁ ମୁମ୍ୱାଇରେ ଗତ ମାସେ ହେବ ସୁଟ୍ କରୁଛି। ହଠାତ୍ ଲୋକେ ମୋର ଚା ଧରିବାକୁ ଚାହୁଁଛନ୍ତି। ମୋ ଜୋତାର ଫିତା କାନ୍ଧିବାକୁ ଚାହୁଁଛନ୍ତି। ମୋ ମୁଣ୍ଡ ଉପରେ ଛତା ଧରି ଠିଆ ହେବାକୁ ଚାହାଁନ୍ତି । କାହିଁକି ? ମୁଁ ପାଗଳ ନୁହେଁ। ମୁଁ ଫିଲ୍ମରେ ପ୍ରବେଶ କରିବା ପୂର୍ବରୁ, ମୁଁ ମୋର ଫିତା ନିଜେ ବାନ୍ଧୁ ଥିଲି। ମୁଁ ଏବେ ବି ସେଗୁଡ଼ିକୁ ନିଜେ ବାନ୍ଧିବି।
ମୋର ମନେ ଅଛି ଯେ କେହି ଜଣେ ମୋତେ କହିଥିଲେ ଯେ ଯଦି ମୋ ମେକଅପ୍ ରୁମର ଏସି କାମ କରୁନାହିଁ, ତେବେ ମୁଁ ରାଗିଯିବା ଉଚିତ , ଯଦି ମୁଁ ତାହା ନ କରେ, ତେବେ ପ୍ରଯୋଜକମାନେ ମୋତେ ହାଲୁକା ଭାବରେ ନେବେ । ମୁଁ ଭାବୁଛି ଏହା ଏଠାରେ ଏକ ଫ୍ୟାଶନ୍। ମୁଁ କହିବାକୁ ଚାହୁଁଛି ଯେ, ସାତ ଜଣ ଲୋକ ଜଣେ ଅଭିନେତାଙ୍କୁ ଅନୁସରଣ କରୁଛନ୍ତି। ଜଣେ ଅଭିନେତାଙ୍କୁ ଏତେ ଲୋକଙ୍କର କାହିଁକି ଆବଶ୍ୟକତା ଅଛି ? କିନ୍ତୁ ଏହା ସାଧାରଣା"