ମୁମ୍ୱାଇ : ୟୁଟ୍ୟୁବର ଧ୍ରୁବ ରାଠୀ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ଟ୍ୱିଟ୍ କରିଥିଲେ। ଉକ୍ତ ଟ୍ଵିଟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନରୱେ ଗସ୍ତ ବିଷୟରେ ଏକ ପୋଷ୍ଟ ସେୟାର କରିଥିଲେ। ୟୁଟ୍ୟୁବର ଲେଖୁଛନ୍ତି ଯେ , ପ୍ରଧାନମନ୍ତ୍ରୀ ମୋଦି ଯେଉଁଠିକୁ ବି ଯାଆନ୍ତୁ, ତାଙ୍କୁ ଅପମାନିତ କରାଯିବା ଉଚିତ। ଧ୍ରୁବ ରାଠୀଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆ ୟୁଜରଙ୍କ ସମେତ ଅନେକ ସେଲେବ୍ରିଟି ମଧ୍ୟ ବିରୋଧ କରିଛନ୍ତି। ଏବେ ଅନୁପମା ଅଭିନେତ୍ରୀ ରୂପାଲି ଗାଙ୍ଗୁଲି ମଧ୍ୟ ଧ୍ରୁବ ରାଠୀଙ୍କ ପୋଷ୍ଟକୁ ସେୟାର କରି ଏହାର ଜବାବ ଦେଇଛନ୍ତି।

ଧ୍ରୁବ ରାଠୀ ପୋଷ୍ଟ ସେୟାର କରି ଲେଖି ଥିଲେ, ପ୍ରଧାନମନ୍ତ୍ରୀ ମୋଦି ଯେଉଁଠାକୁ ବି ଯାଆନ୍ତୁ, ତାଙ୍କ ଅପମାନିତ କରାଯିବା ଉଚିତ। ପ୍ରଧାନମନ୍ତ୍ରୀ ହେବା ପରେ, ସେ ଗତ ୧୨ ବର୍ଷ ମଧ୍ୟରେ ଗୋଟିଏ ବି ସାମ୍ବାଦିକ ସମ୍ମିଳନୀ କରି ନାହାଁନ୍ତି। ସେ ନେତା ହେବା ପରେ ଆବଶ୍ୟକ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ଵ ଆବଶ୍ୟକତା ପୂରଣ କରିବାରେ ବିଫଳ ହୋଇଛନ୍ତି। ଧ୍ରୁବ ରାଠି ଆହୁରି ଲେଖୁଛନ୍ତି, ମୁଁ ୟୁରୋପୀୟ ଦେଶଗୁଡ଼ିକର ବିଦେଶୀ ସାମ୍ବାଦିକଙ୍କୁ ମୋଟିଭେଟ୍ କରିବାକୁ ଚାହୁଁଛି ଯେ, ସେ ଯେଉଁଠି ବି ତାଙ୍କୁ ଦେଖୁଛନ୍ତି , ତାଙ୍କୁ ପ୍ରଶ୍ନ କରନ୍ତୁ।

ଏହାର ଉତ୍ତରରେ ଅନୁପମା ଅଭିନେତ୍ରୀ ରୂପାଲି ଗାଙ୍ଗୁଲୀ ଲେଖିଛନ୍ତି – ଦେଶର ପ୍ରଧାନମନ୍ତ୍ରୀଙ୍କ ପାଇଁ ଅପମାନ ଭଳି ଶବ୍ଦ ଶୁଣିବା ମଜାଦାର। ଯେତେବେଳେ ସାରା ବିଶ୍ୱ ତାଙ୍କୁ ନିରନ୍ତର ଭାବରେ ସେମାନଙ୍କ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାରରେ ସମ୍ମାନିତ କରୁଛନ୍ତି। ଅଭିନେତ୍ରୀ ଲେଖିଛନ୍ତି ଯେ , ଆମ ଦେଶର ପ୍ରଧାନମନ୍ତ୍ରୀ ବିଶ୍ୱର ସବୁଠୁ ଅଧିକ ସମ୍ମାନିତ ନେତାମାନଙ୍କ ମଧ୍ୟରୁ ଜଣେ। ଅଭିନେତ୍ରୀ ଆହୁରି କହିଛନ୍ତି ଯେ, ଆମ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଲଗାତାର ୨୫ ବର୍ଷ ଧରି ଲୋକ ଚୟନ କରୁଛନ୍ତି। ସେ ନିର୍ବାଚନ ଜିତି ଆସୁଛନ୍ତି। ଲକ୍ଷ ଲକ୍ଷ ଲୋକ ତାଙ୍କୁ ଭଲ ପାଆନ୍ତି, ତାଙ୍କର ପ୍ରଶଂସା କରନ୍ତି ଏବଂ ତାଙ୍କ ଉପରେ ବିଶ୍ୱାସ କରନ୍ତି, ଏହାକୁ ଶବ୍ଦରେ ପ୍ରକାଶ କରାଯାଇ ପାରିବ ନାହିଁ।

ରୂପାଲି ଆହୁରି ଧ୍ରୁବ ରାଠୀଙ୍କୁ କଟାକ୍ଷ କରି ଲେଖୁଛନ୍ତି ଯେ, ଭାରତର ବିକାଶ ଆମ ଉପରେ ଛାଡି ଦିଅ, ବିଦେଶରେ ବସିଥିବା କୌଣସି ୟୁଟ୍ୟୁବରଙ୍କ ଆବଶ୍ୟକତା ନାହିଁ ,ଯିଏ ଭାରତର ପ୍ରକୃତ ବାସ୍ତବତା ବିଷୟରେ ଅଜ୍ଞ।

ଆହୁରି ମଧ୍ୟ ପଢନ୍ତୁ : ମୃତ୍ୟୁ ଶଯ୍ୟାରେ ମଧ୍ୟ ମହମ୍ମଦ ରଫିଙ୍କୁ ଗୀତ ଅନୁରୋଧ କରିଥିଲେ ମୀନା କୁମାରୀ