ପ୍ରମୂଖ ଖବର
  • ଶିମିଳିପାଳରେ ହାଡଭଙ୍ଗା ଶୀତ, ଉପର ବାର୍ହାକାମୁଡ଼ାରେ ୩ ଡିଗ୍ରୀକୁ ଖସିଲା ପାରଦ
  • ||
  • ତାମିଲନାଡୁ ଘରୋଇ ଅର୍ଥୋପେଡିକ୍‌ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୭ ମୃତ, ୨୮ ଆହତ
  • ||
  • ଜାଡ଼ରେ ଥରିଲା ଓଡ଼ିଶା, ୩ ଡିଗ୍ରୀ ଖସିଲା ପାରଦ: ୧୬ ତାରିଖରୁ ୧୦ ଡିଗ୍ରୀ ତଳେ ଅଧିକାଂଶ ସହର
  • ||

ଅନୁପମାଙ୍କ ରିଅୟ ଲାଇଫରେ ଚାଲିଛି ଖରାପ ସମୟ, ଝିଅ ବିରୋଧରେ ନେଲେ ଆକ୍ସନ

Published By : Ankita S | November 12, 2024 1:22 PM

ମୁମ୍ବାଇ,୧୨/୧୧: ବେଶ ଲୋକପ୍ରିୟତା ସାଉଁଟିଛି ଟିଭି ସିରିଏଲ ଅନୁପମା । ସିରିଏଲର ପ୍ରସିଦ୍ଧ ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ତାଙ୍କ ସାବତ ଝିଅଙ୍କ ବିରୋଧରେ ମାନହାନୀ ନୋଟିସ ଜାରି କରିଛନ୍ତି । ସେ ଅଭିଯୋଗ କରିଛନ୍ତି କି ତାଙ୍କ ସାବତ ଝିଅ ଇଷା ତାଙ୍କ ଛବି ବିଗାଡିଛନ୍ତି । ଇଷା ତାଙ୍କ ନାମରେ ଆଣିଥିବା ଅଭିଯୋଗ ପରେ ମୁହଁ ଖୋଲିଛନ୍ତି ଅନୁପମା ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ।

ଝିଅକୁ ନୋଟିସ ପଠାଇଲେ ରୁପାଲି- ବ୍ୟକ୍ତିଗତ ମାମଲାକୁ ପବ୍ଲିକ କରିବା ବା ଲୋକଲୋଚନାକୁ ଆଣିବା ନେଇ ରୁପାଲି ତାଙ୍କ ସାବତ ଝିଅ ଇଷାଙ୍କ ବିରୋଧରେ ମାନହାନୀ ନୋଟିସ ଜାରି ହୋଇଛି । ନୋଟିସରେ ରୁପାଲି ଗାଙ୍ଗୁଲି ଦର୍ଶାଇଛନ୍ତି ଯେ ଇଷା ତାଙ୍କୁ ଜରିଆ କରି ପବ୍ଲିସିଟି ହାସଲ କରିଛନ୍ତି । 

ବ୍ୟକ୍ତିଗତ ମାମଲାକୁ ନେଇ କିଛି ଦିନ ଲାଇମ ଲାଇଟରେ ଅଛନ୍ତି ରୁପାଲି । ସ୍ବାମୀ ଅଶ୍ବିନୀ ବର୍ମାଙ୍କ ପ୍ରଥମ ଝିଅ ଇଷା ବର୍ମା ରୁପାଲିଙ୍କି ବିରୋଧରେ ଏକାଧିକ ଅଭିଯୋଗ ଆଣିଥିଲେ । ଆଇନର ସହାୟତାରେ ଯାହାର ଜାବାବ ଦେଇଛନ୍ତି ରୁପାଲି । ତାଙ୍କ ଓକିଲ ସନା ରଇସ ଖାନଙ୍କ ଜରିଆରେ ଝିଅ ଇଷାଙ୍କୁ ନୋଟିସ ପଠାଇଛନ୍ତି । ସାବତ ଝିଅ ଇଷା ତାଙ୍କ ନାମରେ ମିଥ୍ୟା ଅଭିଯୋଗ କରିଥିଲେ । ପବ୍ଲିସିଟି ପାଇଁ ଇଷା ଏପରି କରିଥିବା କହିଛନ୍ତି ରୁପାଲି । ଇଷାଙ୍କର ଏହି ପଦକ୍ଷେପ ମୋତେ ଆଘାତ ଦେଇଛି ।

କଣ ଅଭିଯୋଗ କରିଥିଲେ ଇଷା- ରୁପାଲି ଗାଙ୍ଗୁଲିଙ୍କ ସ୍ବାମୀ ଅଶ୍ବିନୀ ବର୍ମାଙ୍କ ପ୍ରଥମ ପତ୍ନୀଙ୍କ ଝିଅ ଇଷା । କିଛି ଦିନ ତଳେ ସେ ରୁପାଲିଙ୍କ ବିରୋଧରେ ଏକାଧିକ ଅଭିଯୋଗ ଆଣିଥିଲେ । ସେ କହିଥିଲେ କି ରୁପାଲି ତାଙ୍କ ଘର ଭାଙ୍ଗିଛନ୍ତି । ତାଙ୍କ ପିତାଙ୍କ ସହ ରୁପାଲିଙ୍କ ପରଖିଆ ପ୍ରିତୀ ରହିଥିଲା । ତେଣୁ ମୋ ମାଆଙ୍କୁ ବାପା ଛାଡି ଚାଲି ଯାଇଥିଲେ । ରୁପାଲି ଜଣେ କଠୋର ମହିଳା ସେ ମୋ ବାପାଙ୍କ ସହ କଥା କରାଇ ଦିଅନ୍ତି ନାହିଁ ।



  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.