ନୂଆଦିଲ୍ଲୀ : ଗୁରୁବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ଏବେସୁଦ୍ଧା ସବୁଠୁ ନିମ୍ନ ସ୍ତରରେ ପହଞ୍ଚିଛି , ଯାହା ପ୍ରଥମ ଥର ୮୫ଟଙ୍କାର ମାର୍କ ଅତିକ୍ରମ କରିଛି। ଏହି ହ୍ରାସ ଆମେରିକୀୟ ଫେଡରାଲ ରିଜର୍ଭ ଦ୍ୱାରା ପ୍ରମୁଖ ସୁଧ ଦରରେ ୨୫ ବିପିଏସ ହ୍ରାସ କରିବା ତଥା ୨୦୨୫ ରେ କମ୍ ଦର ହ୍ରାସ କରିବା ପରେ ମୁଦ୍ରା ଉପରେ ଅତିରିକ୍ତ ଚାପ ପଡ଼ିଛି। ଯାହା ପୂର୍ବାପେକ୍ଷା ଦୁର୍ବଳ ପୁଞ୍ଜି ପ୍ରବାହ ଓ ଅନ୍ୟାନ୍ୟ ଅର୍ଥନୈତିକ ଆହ୍ୱାନ ହେତୁ ଚାପରେ ରହି ଯାଇଛି।
ପ୍ରାରମ୍ଭିକ କାରବାରରେ ଟଙ୍କା ଆମେରିକୀୟ ଡଲାର ତୁଳନାରେ ୮୫.୦୬୫୦କୁ ଖସି ଆସିଛି , ଯାହାକି ବୁଧବାର ଏହା ୮୪.୯୫୨୫ରେ ଥିଲା। ସଦ୍ୟ ଟଙ୍କାର ମୂଲ୍ୟରେ ହ୍ରାସର ଗତି ଦ୍ରୁତ ହୋଇଛି , ୮୪ ଟଙ୍କାରୁ ୮୫ ଟଙ୍କାକୁ ଆସିବାରେ କେବଳ ଦୁଇ ମାସ ଲାଗିଛି। ଏହା ବିପରୀତ , ୮୩ ଟଙ୍କାରୁ ୮୪ ଟଙ୍କାକୁ ଆସିବାରେ ୧୪ ମାସ ଲାଗିଥିଲା ଏବଂ ୮୨ ଟଙ୍କାରୁ ୮୩ ଟଙ୍କାକୁ ଆସିବାରେ ୧୦ ମାସ ଲାଗି ଥିଲା।
ହ୍ରାସର କାରଣ –
ଟଙ୍କା ଦୁର୍ବଳ ହେବାର କାରଣ ପଛରେ ରହିଛି ବୈଶ୍ୱିକ ଓ ଘରୋଇ ଉଭୟ ପ୍ରକାରର କାରଣ ହିଁ ଦାୟୀ। ଜୁଲାଇ ଓ ସେପ୍ଟେମ୍ୱର ମଧ୍ୟରେ ଭାରତର ଆର୍ଥିକ ବୃଦ୍ଧି ହାର ସାତ - ତ୍ରୟମାସିକର ନିମ୍ନ ସ୍ତରରେ ପହଞ୍ଚି ଯାଇଛି, ଯାହାକି ବ୍ୟବସାୟିକ କ୍ଷତି ବି ବଢୁଛି । ଦେଶରେ ପୁଞ୍ଜି ପ୍ରବାହ ମଧ୍ୟ ଧୀମା ରହିଛି।
ଆମେରିକାର ଡଲାରରେ ଲଗାତାର ମଜବୁତ ରହିବା ଟଙ୍କାର ମୁସ୍କିଲ ବଢାଇ ଦେଇଛି। ସ୍ଥିର ବା ମଜବୁତ୍ ଆମେରିକୀୟ ଆର୍ଥିକ ନୀତି ଗୁଡ଼ିକର ଆଶା ଡଲାରକୁ ମଜବୁତ କରି ରଖିଛି ଏବଂ ଫେଡ୍ର ନବୀନତମ ମାର୍ଗଦର୍ଶନରେ ଡଲାରର ମୂଲ୍ୟରେ ଆହୁରି ବୃଦ୍ଧି ହେବାର ଆଶା ରହିଛି।
ଭାରତର ଧୀମା ଆର୍ଥିକ ବୃଦ୍ଧି ମଧ୍ୟ ଏହି କଥାର ଅନୁମାନକୁ ସୃଷ୍ଟି କରିଛି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବ୍ ଶୀଘ୍ର ଦରରେ ହ୍ରାସ କରିବାକୁ ପଡ଼ିପାରେ , ଯେଉଁଥିରେ ଟଙ୍କା ଉପରେ ଚାପ ବଢୁଛି। ବିଏନପି ପରିବାସ ଇଣ୍ଡିଆରେ ଗ୍ଲୋବାଲ ମାର୍କେଟର ମୁଖ୍ୟ ଅକ୍ଷୟ କୁମାର କହିଛନ୍ତି , ଅଳ୍ପ ଅବଧିରେ ( ସର୍ଟ ଟର୍ମ) ଆମେ ୟୁଏସଡି/ ଆଇଏନଆର୍ ଉପରେ ଉପର ଆଡ଼କୁ ଚାପ ଜାରି ରହିବାର ଆଶା କରି ପାରିବା।