ମସ୍କୋ : ରୁଷ୍‌ର ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଗୁଡ଼ିକର ଆୟରେ ଗତ ବର୍ଷ ୪୦ ପ୍ରତିଶତର ଦ୍ରୁତ ବୃଦ୍ଧି ଘଟିଛି। ଏହା ବିପରୀତ , ଆମେରିକୀୟ ଓ ୟୁରୋପୀୟର ଆୟରେ କ୍ରମଶଃ ୨.୫ ପ୍ରତିଶତ ଓ ୦.୨ ପ୍ରତିଶତର ବୃଦ୍ଧି ରେକର୍ଡ କରାଯାଇଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାସନାଲ ପିସ୍‌ ରିସର୍ଚ୍ଚ ଇନଷ୍ଟିଟ୍ୟୁଟ୍‌ (ଏସଆଇପିଆରଆଇ)ର ସଦ୍ୟ ରିପୋର୍ଟରେ ଏହି ଖୁଲାସା ହୋଇଛି। ଉକ୍ତ ଖୁଲାସାରୁ ଜଣାପଡ଼ିଛି ଯେ, ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ରୁଷ୍‌ କେଉଁ ଭଳି ନିଜ ଶକ୍ତିର ବୃଦ୍ଧି କରୁଛି, ଯାହାକି ପାଶ୍ଚାତ ଦେଶର ଚ୍ୟାଲେଞ୍ଜ ବଢିବାରେ ଲାଗିଛି। ରିପୋର୍ଟ ଅନୁସାରେ , ୨୦୨୩ରେ ବୈଶ୍ୱିକ ପ୍ରତିରକ୍ଷା ଉଦ୍ୟୋଗର ହାରାହାରି ଆୟ ବୃଦ୍ଧି ୪.୨ ପ୍ରତିଶତ ରହିଛି, ଯାହାକି ରୁଷ୍ ନିଜର ପ୍ରତିରକ୍ଷା ଉତ୍ପାଦନକୁ ଯୁଦ୍ଧକାଳୀନ ସ୍ଥିତିରେ ଅଧିକ ପ୍ରଭାବୀ ଢଙ୍ଗରେ ପ୍ରାଧ୍ୟାନ୍ୟ ଦେଇଛି। ୟୁକ୍ରେନ୍‌ରେ ନିଜର ଯୁଦ୍ଧକୁ ସପୋର୍ଟ କରିବାକୁ ରୁଷ୍‌ ଖୁବ୍‌ ଜୋରରେ ଅସ୍ତ୍ରଶସ୍ତ୍ର ତିଆରି କରିବାରେ ଲାଗିଛି। ଯାହାକି ପାଶ୍ଚାତ ଦେଶର ନାଟୋ ସଙ୍ଗଠନ ଏଥିରେ ପଛୁଆ ରହିଛି।

ଅଲ୍‌-ଜଜିରାର ରିପୋର୍ଟ ମୁତାବିକ , ରୁଷ୍‌ର ଶୀର୍ଷ ପ୍ରତିରକ୍ଷା କମ୍ପାନୀଙ୍କ ମୋଟ ଆୟ ୨୫.୫ ବିଲିୟନ ଡଲାର ରହିଛି , ଯାହା ଆମେରିକା ( ୩୧୭ ବିଲିୟନ ଡଲାର) ଓ ୟୁରୋପ ( ୧୩୩ ବିଲିୟନ ଡଲାର)ର ତୁଳନାରେ ଖୁବ୍‌ କମ୍‌ ଅଛି। ଏହା ସତ୍ତ୍ୱେ, ରୁଷ୍‌ ନିଜର ଆର୍ଥିକ ଓ ଔଦ୍ୟୋଗିକ ସଂସ୍ଥାନକୁ ଯୁଦ୍ଧ ପାଇଁ ପ୍ରଭାବୀ ଭାବେ ପ୍ରସ୍ତୁତ କରିଛି। ଏସଆଇପିଆରଆଇର ରିପୋର୍ଟରେ କୁହାଯାଇଛି କି, ରୁଷ୍‌ର ଦୁଇ ପ୍ରମୁଖ କମ୍ପାନୀ, ରୋଷ୍ଟକ୍ ଓ ୟୁନାଇଟେଡ୍‌ ଶିପବିଲ୍ଡିଂ କର୍ପୋରେସନ , ଶୀର୍ଷ ୧୦୦ ପ୍ରତିରକ୍ଷା କମ୍ପାନୀରେ ସାମିଲ ଅଛି। ୨୦୧୪ରେ କ୍ରିମିଆରେ କବଜା ପର ଠାରୁ ରୁଷ୍‌ ନିଜର ପ୍ରତିରକ୍ଷା ଉତ୍ପାଦନକୁ ଲୁଚାଇ ରଖି ଥିଲା ଏବଂ ଦୁନିଆକୁ ଏହା ବିଷୟରେ ଅଧିକ ଖବର ବି ଜଣାପଡ଼ି ନଥିଲା। 

ରୁଷ୍‌ ନିଜର ସେନା ଖର୍ଚ୍ଚକୁ ଗତ ବର୍ଷ ୨୪ ପ୍ରତିଶତ ବଢାଇ ୧୦୯ ବିଲିୟନ ଡଲାର କରି ଦେଇଛି , ଯାହା ଏହାର ସବୁ ଘରୋଇ ଉତ୍ପାଦ (ଜିଡିପି)ର ୫.୯ ପ୍ରତିଶତ। ଏହା ତୁଳନାରେ ନାଟୋ ଦେଶର ହାରାହାରି ପ୍ରତିରକ୍ଷା ଖର୍ଚ୍ଚ ୧.୯ ପ୍ରତିଶତ ରହିଛି। ରିପୋର୍ଟରେ କୁହାଯାଇଛି ଯେ, ରୁଷ୍‌ର ଆର୍ଥିକ ବୃଦ୍ଧି ପାଖାପାଖି ୪୦ ପ୍ରତିଶତ ଭାଗ ପ୍ରତିରକ୍ଷା ଉଦ୍ୟୋଗରୁ ଆସିଛି। ୨୦୨୪ରେ ରୁଷ୍‌ର ପ୍ରତିରକ୍ଷା ଓ ସୁରକ୍ଷା ବଜେଟ୍‌ ୭୦ ପ୍ରତିଶତ ବଢି ୧୫୭ ବିଲିୟନ ଡଲାର ହୋଇ ଯାଇଛି, ଏବଂ ଏହି ବୃଦ୍ଧି ୨୦୨୭ ଯାଏ ଜାରି ରହିବାର ସମ୍ଭାବନା ରହିଛି।