ପ୍ରମୂଖ ଖବର
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍: ଜଣେ ମୃତ, ଜଣେ ଆହତ
  • ||
  • ବିଧାନସଭାରେ ସ୍ବାଭାବିକ ଚାଲିଛି ପ୍ରଶ୍ନକାଳ, ଗୃହ ବାହାରେ ଗଙ୍ଗାପାଣି ଛିଞ୍ଚି ଅଭିନବ ପ୍ରତିବାଦ କଲା ବିଜେଡି
  • ||
  • ମୟୂରଭଞ୍ଜ : ଅନ୍ଵେଷା ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ଘଟଣା, ବିଳମ୍ଵିତ ରାତିରେ ହଷ୍ଟେଲ ଛାଡ଼ିଲେ ଅନ୍ତେବାସୀ
  • ||
  • ଦେବଗଡ଼ : ଅଧୁରା ରହିଗଲା ଚାକିରି ସ୍ୱପ୍ନ, ଦୌଡ଼ିବା ବେଳେ ଟଳି ପଡ଼ିଲେ ହୋମଗାର୍ଡ ଆଶାୟୀ
  • ||
  • ଆଇପିଏଲ୍‌ ୨୦୨୫: ଆଜି ସନରାଇଜର୍ସ-ସୁପରଜାଏଣ୍ଟସ ମଧ୍ୟରେ ଲଢ଼େଇ, ବିସ୍ଫୋରକ ବ୍ୟାଟିଂ ମୁଖ୍ୟ ଆକର୍ଷଣ
  • ||
  • ରାୟଗଡ଼ା : ମୁକୁନ୍ଦପୁର ଘାଟିରେ ଓଲଟିଲା ବସ୍‌, ୩ ଗୁରୁତର
  • ||
  • ସରକାରଙ୍କ ବିରୋଧରେ କଂଗ୍ରେସର ରଣ ହୁଙ୍କାର, ଆଜି ବିଧାନସଭା ଘେରିବ, ରାଜ ରାସ୍ତାରେ ଗର୍ଜିବ
  • ||
  • ରାଜ୍ୟରେ ଉପରମୁହାଁ ତାତି, ୨୯ରୁ ପୁଣି ଜଳାଇବ ଖରା: ପଶ୍ଚିମ, କେନ୍ଦ୍ରୀୟ ଓଡ଼ିଶାରେ ୪୦ ଡିଗ୍ରୀ ଟପିବ
  • ||

ବନ୍ଦ ହୋଇପାରେ ଋଷ-ୟୁକ୍ରେନ ଯୁଦ୍ଧ; ଜେଲେନ୍କି କଲେ ଗୁରୁତ୍ତ୍ୱପୂର୍ଣ୍ଣ ଘୋଷଣା

Published By : Bijay Swain | February 24, 2025 5:00 PM

ନୂଆଦିଲ୍ଲୀ: ଶେଷରେ ସଫା ହେଲା ଯୁଦ୍ଧ ବନ୍ଦ ର ରାସ୍ତା। ଏନେଇ ୟୁକ୍ରେନ ଆଜି ପ୍ରାଥମିକ ସ୍ତରରେ ଘୋଷଣା କରିଛି। ଏହି ପରିପ୍ରେକ୍ଷିରେ ୟୁକ୍ରେନର ରାଷ୍ଟ୍ରପତି ଭ୍ଲୋଦୋମିର ଜେଲେନ୍କି ସୋମବାର ସମସ୍ତ ଯୁଦ୍ଧବନ୍ଦୀଙ୍କୁ ଋଷିଆ ସହ ବଦଳ କରିବାକୁ ଘୋଷଣା କରିଛନ୍ତି। ଚାଲୁରହିଥିବା ଋଷିଆ-ୟୁକ୍ରେନ ଯୁଦ୍ଧ ଭିତରେ ସରକାରଙ୍କ ଏଭଳି ନିଷ୍ପତ୍ତି ଯୁଦ୍ଧ ବନ୍ଦ ଆଡକୁ ଇସାରା କରୁଛି ବୋଲି ଖବର ସରବରାହ ସଂସ୍ଥା ଏଏଫପି ଘୋଷଣା କରିଛି। 

ଋଷିଆ-ୟୁକ୍ରେନ ଯୁଦ୍ଧର ତିନିବର୍ଷ ପୂର୍ତ୍ତି ଅବସରରେ କିଭ୍ ରେ ହୋଇଥିବା ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଯୋଗ ଦେଇ ଜେଲେନ୍କି “ୟୁକ୍ରେନୀୟ ମାନଙ୍କୁ ଋଷିଆ ଆଗ ମୁକ୍ତ କରୁ। ୟୁକ୍ରେନ ମଧ୍ୟ ଋଷିୟ ବନ୍ଦୀଙ୍କୁ ଅଦଳ ବଦଳ କରିବ। ଏହା ହିଁ ସଠିକ ଉପାୟ ଯେଉଁଠୁ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି” କହିଛନ୍ତି। 

ଆପଣଙ୍କୁ ଜଣାଇ ରଖୁ ଯେ ଗତବର୍ଷ ଅକ୍ଟୋବର ମାସରେ ୟୁଏଇ ସହାୟତାରେ ୯୫ ଜଣ ଯୁଦ୍ଧ ବନ୍ଦିଙ୍କୁ ଋଷିଆ ଓ ୟୁକ୍ରେନ ପରସ୍ପର ସହ ଅଦଳବଦଳ କରିଥିଲେ। ତେବେ ଗତ ବର୍ଷ ସେପ୍ଚେମ୍ୱର ମାସରେ ଉଭୟ ଦେଶ ଅଧିକାରୀ ପରସ୍ପର ସହ କଥା ହୋଇ ୧୦୩ ଯୁଦ୍ଧ ବନ୍ଦୀଙ୍କୁ ମୁକ୍ତ କରିଥିଲେ। ୨୦୨୨ ମସିହାରୁ ଯୁଦ୍ଧ ଆରମ୍ଭ ହେବାଠୁ ଆଜିଯାଏ ଉଭୟ ଦେଶ ମୋଟ ୫୮ ଥର ଯୁଦ୍ଧ ବନ୍ଦୀ ଅଦଳ ବଦଳ କରିସାରିଲେଣି ବୋଲି ୟୁକ୍ରେନ ସଂସଦର ମାନବ ଅଧିକାର କମିଶନର ଦିମିତ୍ରୋ ଲୁବିନେଟ୍ସ ସୂଚନା ପ୍ରଦାନ କରିଛନ୍ତି। 

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ଉଭୟ ଦେଶ ସହ କଥା ହୋଇଛନ୍ତି। ଏହାକୁ ନେଇ ଗତ ୧୮ ଫେବୃଆରିରେ ସାଉଦି ଆରବରେ ଆମେରିକା ଓ ଋଷର ଆଧିକାରି ମାନଙ୍କ ମଧ୍ୟରେ ଏକ ଉଚ୍ଚ ସ୍ତରିୟ ବୈଠକ ମଧ୍ୟ ହୋଇଥିଲା। ଏହାପରେ ଆମେରିକାର ବୈଦ୍ଶିକ ସଚିବ ୟୁକ୍ରେନ ଗ୍ରସ୍ତ କରିଥିଲେ। ତେବେ ୟୁକ୍ରେନର ଏହି ନିଷ୍ପତ୍ତି ପରେ ଉଭୟ ଦେଶ ମଧ୍ୟରେ ଚାଲୁଥିବା ଯୁଦ୍ଧର ଅନ୍ତ ହେବ ବୋଲି ଆଶାବ୍ୟକ୍ତ କରାଯାଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.