ନୂଆଦିଲ୍ଲୀ,୧୪।୪:  ୟୁକ୍ରେନ୍ ଆସି ଦେଖନ୍ତୁ। ଋଷ ଆମ ଉପରେ କିଭଳି ଆକ୍ରମଣ କରୁଛି। ଚାରିଆଡେ କେବଳ ଧ୍ବଂସସ୍ତୁପ। ଆମେରିକା ରାଷ୍ଟ୍ରପତି ଡେନାଲ୍ହୋ ଟ୍ରମ୍ପଙ୍କୁ ଏଭଳି କିଛି କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନସ୍କି। ହ୍ବାଇଟ ହାଉସରେ  ଟ୍ରମ୍ପଙ୍କ ସହ ଆଲୋଚନା ଏବଂ ଯୁକ୍ତିତର୍କ ପରେ ଏଭଳି କହିଛନ୍ତି ଜେଲେନସ୍କି। 

ରବିବାର ଏକ ସାକ୍ଷାତକାରରେ ୟୁକ୍ରେନ୍ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସମ୍ବୋଧିତ କରି କହିଛନ୍ତି, ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ କହିବାକୁ ଚାହିଁବି ସେ ଦୟାକରି ଏହି ପ୍ରସଙ୍ଗରେ କୌଣସି ପ୍ରକାର ନିଷ୍ପତ୍ତି ନିଅନ୍ତୁ। କୌଣସି ପ୍ରକାର ଆଲୋଚନା ପୂର୍ବରୁ ୟୁକ୍ରେନ୍‌ର ଲୋକେ, ନାଗରିକ ଆମର ଯୋଦ୍ଧା, ଆମର ହସ୍ପିଟାଲ,ଚର୍ଚ୍ଚ, ମୃତ ଛୋଟ ପିଲାଙ୍କୁ ଆସି ଦେଖନ୍ତୁ।

ଜେଲେନସ୍କି କହିଛନ୍ତି, ଆମେରିକା ରାଷ୍ଟ୍ରପତି ଯେତେବେଳେ ୟୁକ୍ରେନ୍‌ ଗସ୍ତ କରିବେ ସେତେବେଳେ ସେ ବୁଝିପାରିବେ ପୁଟିନ୍ କ’ଣ କରିଛନ୍ତି ? ସେତେବେଳେ ସେ ବୁଝିପାରିବେ କାହା ସହ ଡିଲ୍ କରିବାକୁ ଯାଉଛନ୍ତି ? ଜେଲେନସ୍କିଙ୍କ ଏହି ନିମନ୍ତ୍ରଣ ହ୍ବାଇଟ ହାଉସ୍‌ର ସେହି ମିଟିଂ ପରେ ଆସିଛି ଯେଉଁଥିରେ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ଜୋରଦାର ଯୁକ୍ତିତର୍କ ହୋଇଥିଲା। ଏହି ବୈଠକ ବେଳେ ଜେଲେନସ୍କିଙ୍କ ବିରୋଧରେ ଆମେରିକା ଉପରାଷ୍ଟ୍ରପତି ଭେନ୍ସ ଆଣିଥିଲେ ଅଭିଯୋଗ। ସେ କହିଥିଲେ  ବିଦେଶୀ ନେତାଙ୍କୁ ୟୁକ୍ରେନ୍ ଡକାଇ ୟୁକ୍ରେନ୍ ପକ୍ଷରେ ପ୍ରୋପାଗଣ୍ଡା ଟୁର କରିବାର ଚେଷ୍ଟା କରୁଛନ୍ତି ଜେଲେନସ୍କିଙ୍କୁ। ଏ ସମ୍ପର୍କର ଯେତେବେଳେ ଜେଲେନସ୍କିଙ୍କୁ ପଚରା ଯାଇଥିଲା ସେ ଅଭିଯୋଗକୁ ସ୍ପଷ୍ଟ ଭାବରେ ଖଣ୍ଡନ କରି ଦେଇଥିଲେ। ସେ କହିଥିଲେ, ଯଦି ଟ୍ରମ୍ପ ଏଠାକୁ ଆସନ୍ତି ତେବେ ଏଠାରେ ତାଙ୍କ ପାଇଁ କୌଣସି ପ୍ରକାର ଥିଏଟର ତିଆରି କରିବୁନି। ସେ ନିଜ  ହିସାବରେ ଋଷ ଦ୍ବାରା ନଷ୍ଟ କରିଥିବା ଯେ, କୌଣସି ସହରକୁ  ଯାଇ ଦେଖିପାରିବେ। ଆମେ କୌଣସି ପ୍ରୋପାଗଣ୍ଡା କରୁନୁ। ଏହା ଆମର ବାସ୍ତବିକତା ।