ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ମଧ୍ୟ ରାତିରେ ୟୁକ୍ରେନ ଉପରେ ୮୦ ରୁ ଅଧିକ ଡ୍ରୋନ ଆକ୍ରମଣ କଲା ରୁଷ୍, ୪ ମୃତ, ୯ ଆହତ...

Published By : Prameya | January 30, 2025 8:49 PM

Image courtesy: indiatoday

ନୂଆଦିଲ୍ଲୀ: ଗତ ତିନି ବର୍ଷ ଧରି ଚାଲିଥିବା ରୁଷ ଏବଂ ୟୁକ୍ରେନ ମଧ୍ୟରେ ସଂଘର୍ଷ ଥମିବାର ନାଁ ନେଉନାହିଁ । ଆଉ ଏବେ ରୁଷ ପୁଣିଥରେ ରାତିରେ ୟୁକ୍ରେନ ଉପରେ ଆକ୍ରମଣ କରିଛି । ଉତ୍ତର-ପୂର୍ବ ୟୁକ୍ରେନରେ ଏକ ରୁଷିଆ ଡ୍ରୋନ୍ ଏକ ଆପାର୍ଟମେଣ୍ଟ କୋଠାରେ ଆକ୍ରମଣ କରିଥିଲା, ଯେଉଁଥିରେ ଅତି କମରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଅଧିକାରୀ ମାନେ କହିଛନ୍ତି। ଏହି ଦୁର୍ଘଟଣାରେ ୯ ଜଣ ଆହତ ମଧ୍ୟ ହୋଇଛନ୍ତି। ସୁମି ଆଞ୍ଚଳିକ ପ୍ରଶାସନ କହିଛି ଯେ, ରାତି ୧ଟା ପରେ ଶାହେଦ୍ ଡ୍ରୋନ୍ ସୁମିର ପ୍ରମୁଖ ସହର ଏକ ଆପାର୍ଟମେଣ୍ଟ ବ୍ଲକର କାନ୍ଥ ଏବଂ ଝରକା ଉଡ଼ାଇ ଦେଇଛି। କୋଠାର ଭଗ୍ନାବଶେଷ ମଧ୍ୟରୁ ଚାରି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଆହତ ମାନଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ରହିଛି । ଏହା ବ୍ୟତୀତ ୧୨୦ ଜଣଙ୍କୁ ଭଗ୍ନାବଶେଷ ମଧ୍ୟରୁ ବାହାର କରାଯାଇଥିଲା।

ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏହି ଆକ୍ରମଣକୁ ଏକ ଭୟଙ୍କର ଷଡଯନ୍ତ୍ର ବୋଲି କହିଛନ୍ତି । ରୁଷ-ୟୁକ୍ରେନ ବିବାଦ ଚତୁର୍ଥ ବର୍ଷରେ ପ୍ରବେଶ କରିବାକୁ ଯାଉଛି, କିନ୍ତୁ ଏପର୍ଯ୍ୟନ୍ତ ଏହା ଶେଷ ହେବାର କୌଣସି ସଙ୍କେତ ଦେଉନାହିଁ। ଏହି ସଂଘର୍ଷରେ ଏପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ୟୁକ୍ରେନୀୟ ନାଗରିକଙ୍କ ମୃତ୍ୟୁ ହୋଇସାରିଛି । ରୁଷ ୟୁକ୍ରେନରେ ପାୱାର ଗ୍ରୀଡ ଉପରେ ମଧ୍ୟ ଆକ୍ରମଣ କରୁଛି, ଯାହା ଫଳରେ ୟୁକ୍ରେନୀୟ ନାଗରିକ ମାନେ ବିଦ୍ୟୁତ ଏବଂ ପାଣି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ରୁଷ ରାତାରାତି ୟୁକ୍ରେନ ଉପରେ ୮୦ରୁ ଅଧିକ ଡ୍ରୋନ ମାଡ଼ କରିଛି। ୟୁକ୍ରେନର ଦକ୍ଷିଣ ଓଡେସା ଅଞ୍ଚଳରେ ରୁଷୀୟ ଡ୍ରୋନଗୁଡ଼ିକ ଏକ ହସ୍ପିଟାଲ ଏବଂ ଦୁଇଟି ଆପାର୍ଟମେଣ୍ଟ କୋଠାକୁ କ୍ଷତି ପହଞ୍ଚାଇଛି । ଏହି ଆକ୍ରମଣର କିଛି ଦିନ ପୂର୍ବରୁ, ରୁଷ ପୂର୍ବ ୟୁକ୍ରେନରେ ଥିବା ସହର ଉପରେ ରଣନୈତିକ ଦଖଲ ଦାବି କରିଥିଲା। 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.