ପ୍ରମୂଖ ଖବର
  • ବୟକଟ୍ ଇଣ୍ଡିଆରୁ ୱେଲକମ୍ ମୋଦି, ମାଳଦ୍ଵୀପ ବିମାନ ବନ୍ଦରରେ ମୋଦିଙ୍କୁ ସ୍ଵାଗତ କଲେ ମୁଇଜ୍ଜୁ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ : ରିଟର୍ଣ୍ଣିଂ ଏବଂ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
  • ||
  • ଅଶ୍ଳୀଳ କଣ୍ଟେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ୨୫ ଭିଡିଓ ପ୍ଲାଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ନୂଆ ଟୁଇଷ୍ଟ, ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି
  • ||
  • ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌, ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସିତ
  • ||
  • ଜୟପୁର: ଭିଜିଲାନ୍ସ ପଞ୍ଝାରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍
  • ||
  • ବିକାଶ ହେବ ୬ ବୟନଶିଳ୍ପ ପାର୍କ, ଆଜି ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାମ୍ବୋଡିଆ-ଥାଇଲାଣ୍ଡ ଭୟଙ୍କର ଯୁଦ୍ଧ, ଆକାଶରୁ ବର୍ଷୁଛି ବୋମା, ଗୁଳିମାଡ଼ରେ ୧୩ ଥାଇ ନାଗରିକଙ୍କ ମୃତ୍ୟୁ
  • ||
  • ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର, ଶସ୍ତା ହେବ ବ୍ରିଟେନ୍‌ ହ୍ୱିସ୍କି, କାର୍‌, ସଫ୍ଟଡ୍ରିଙ୍କ, ଫୁଟ୍‌ୱେର୍‌
  • ||
  • ମଣିପୁରରେ ଆଉ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ, ସଂସଦରେ ପ୍ରସ୍ତାବକୁ ମଞ୍ଜୁରୀ, ଅଗଷ୍ଟ ୧୩ରୁ ଲାଗୁ
  • ||
  • ଅବପାତ ରୂପ ନେବ ଲଘୁଚାପ, ୩୦ ଯାଏ ପ୍ରବଳ ବର୍ଷିବ, ସମୁଦ୍ର ଅଶାନ୍ତରୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ
  • ||

୪୯ ଯାତ୍ରୀଙ୍କୁ ନେଇ ଯାଉଥିବା ଋଷ ବିମାନ କ୍ରାସ୍, ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା

Published By : Rasmita Pradhan | July 24, 2025 12:39 PM

ନୂଆଦିଲ୍ଲୀ, ୨୪/୦୭ :  ୪୯ ଯାତ୍ରୀଙ୍କୁ ନେଇ ଯାଉଥିବା ଋଷ ବିମାନ କ୍ରାସ୍। ଟାଇଣ୍ଡା ଏୟାରପୋର୍ଟର କିଛି କିଲୋମିଟର ଦୂର ଅମୁର ଅଞ୍ଚଳରେ ବିମାନଟି କ୍ରାସ୍ ହୋଇଯାଇଛି। ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଟାଇଣ୍ଡା ବିମାନ ବନ୍ଦର ଠାରୁ ୧୬ କିଲୋମିଟର ଦୂର ଏକ ପାହାଡ଼ିଆ ଅଞ୍ଚଳରୁ ବିମାନର ଧ୍ଵଂସାବଶେଷ ଠାବ ହୋଇଛି। ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଅବତରଣ ବେଳେ ତ୍ରୁଟି ଯୋଗୁଁ ପ୍ଲେନ୍ କ୍ରାସ୍ ହୋଇଥିବା ଅନୁମାନ କରାଯାଉଛି। 

ମିଡିଆ ରିପୋର୍ଟ ଅନୁଯାୟୀ, ଅଙ୍ଗାରା ଏୟାରଲାଇନ୍ସର An-24 ବିମାନ ଅମୁର ଅଞ୍ଚଳର ଟାଇଣ୍ଡା ଅଭିମୁଖେ ଯାଉଥିଲା। ବିମାନରେ ୪୩ ଜଣ ଯାତ୍ରୀଙ୍କ ସମେତ ୬ ଜଣ କ୍ରୁ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରେ ୫ ଜଣ ଶିଶୁ ଥିଲେ। ଗନ୍ତବ୍ୟସ୍ଥଳର କିଛି କିଲୋମିଟର ଦୂର ଚୀନ ସୀମାରେ ବିମାନ ସହ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ସମସ୍ତ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା। ବିମାନଟି ମଝି ଆକାଶରେ କ୍ରାସ୍ ହୋଇଯାଇଛି। ଟାଇଣ୍ଡା ବିମାନ ବନ୍ଦର ଠାରୁ ୧୬ କିଲୋମିଟର ଦୂର ଏକ ପାହାଡ଼ିଆ ଅଞ୍ଚଳରୁ ବିମାନର ଧ୍ଵଂସାବଶେଷ ଠାବ ହୋଇଛି। ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଅବତରଣ ବେଳେ ତ୍ରୁଟି ଯୋଗୁଁ ପ୍ଲେନ୍ କ୍ରାସ୍ ହୋଇଥିବା ଅନୁମାନ କରାଯାଉଛି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.