ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

Putin and Trump: ଖୁବଶୀଘ୍ର ହୋଇପାରେ ଟ୍ରମ୍ପ-ପୁଟିନ୍‌ ଭେଟଘାଟ୍‌, ସୂଚନା ଦେଲା କ୍ରେମଲିନ୍‌ !

Published By : Tapas Panda | February 19, 2025 6:47 PM

Image Courtesy: wionews

ନୂଆଦିଲ୍ଲୀ: ଫେବ୍ରୁଆରୀ ଶେଷ ହେବା ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ବୈଠକ ହୋଇପାରେ । ଏ ସଂପର୍କରେ କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ୍ ବୁଧବାର କହିଥିବା ନେଇ ରୁଷୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ପେସକୋଭ କହିଛନ୍ତି ଯେ, ମଙ୍ଗଳବାର (୧୮ ଫେବ୍ରୁଆରୀ) ରିୟାଦରେ ଆମେରିକା-ରୁଷ ବୈଠକ ୟୁକ୍ରେନ ଯୁଦ୍ଧର ସମାଧାନ ଦିଗରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା । ଆମେରିକା ଏବଂ ରୁଷ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକରୁ ମିଳିଥିବା ନିଷ୍କର୍ସ ଅନୁସାରେ କୂଟନୀତିଜ୍ଞମାନେ କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ଗତକାଲି ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ଏବଂ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

ପେସକୋଭ କହିଛନ୍ତି ଯେ, ‘ଏହା ପ୍ରଥମ ପଦକ୍ଷେପ । ସ୍ୱାଭାବିକ ଭାବରେ, ଗୋଟିଏ ଦିନ କିମ୍ବା ଗୋଟିଏ ସପ୍ତାହରେ ସବୁକିଛି ସଜାଡ଼ିବା ଅସମ୍ଭବ । ଏଥିପାଇଁ ବହୁତ ବାଟ ଯିବାକୁ ଅଛି ।’ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପରେ ସଂଘର୍ଷର ଅନ୍ତ ଘଟାଇବା ପାଇଁ ସାଉଦି ଆରବରେ ପ୍ରଥମ ଥର ପାଇଁ ଆମେରିକା ଏବଂ ରୁଷର ଶୀର୍ଷ ଅଧିକାରୀମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ସେପଟେ କିଭ୍ କହିଛି ଯେ, ଏହାର ସମ୍ମତି ବିନା ଏହା କୌଣସି ଚୁକ୍ତି ଗ୍ରହଣ କରିବ ନାହିଁ । କାରଣ ହେଉଛି, ଗତକାଲିର ଆଲୋଚନାରେ କୌଣସି ୟୁକ୍ରେନୀୟ କିମ୍ବା ୟୁରୋପୀୟ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା । ମଙ୍ଗଳବାର (୧୮ ଫେବ୍ରୁଆରୀ) ଟ୍ରମ୍ପ କହିଥିଲେ ଯେ, ସେ ସମ୍ଭବତଃ ଏହି ମାସରେ ପୁଟିନଙ୍କୁ ଭେଟିବେ। ସେ ସାଉଦି ଆରବରେ ଆଲୋଚନାରୁ ବାଦ ପଡ଼ିବା ନେଇ ୟୁକ୍ରେନର ମନ୍ତବ୍ୟକୁ ମଧ୍ୟ ଖାରଜ କରିଥିଲେ । ସେ କହିଥିଲେ, କିଭ୍‌ ବହୁ ବୂର୍ବରୁ ରୁଷ ସହିତ ଏକ ଚୁକ୍ତି କରିପାରିଥାନ୍ତା ।

ଟ୍ରମ୍ପଙ୍କ ପୂର୍ବରୁ ଜୋ ବାଇଡେନ ଏବଂ ପୁଟିନ ଜୁନ୍ ୨୦୨୧ରେ ଜେନେଭାରେ ଏକ ଶିଖର ସମ୍ମିଳନୀରେ ସାକ୍ଷାତ ଆଲୋଚନା କରିଥିଲେ।  ଏହା ପରେ ବାଇଡେନ ଏବଂ ପୁଟିନ ଫେବ୍ରୁଆରୀ ୨୦୨୨ରେ ଫୋନ୍ କଲ୍ ମାଧ୍ୟମରେ କଥା ହୋଇଥିଲେ। ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭ ହେବା ପରେ ଦୁଇ ଦେଶ ମଧ୍ୟରେ କୌଣସି ଆଲୋଚନା ହୋଇନଥିଲା । ମଙ୍ଗଳାବର ଆମେରିକା ଏବଂ ରୁଷ ନେତାମାନେ ସାମ୍ନାସାମ୍ନି ବସି ଆଲୋଚନା କରିଛନ୍ତି ।  ସେପଟେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଟ୍ରମ୍ପ, ରୁଷ ଏବଂ ୟୁକ୍ରେନ ପ୍ରସଙ୍ଗରେ ପାଶ୍ଚାତ୍ୟ ନୀତିକୁ ସଂପୂର୍ଣ୍ଣ ବଦଳାଇ ଦେଇଥିବା କୁହାଯାଉଛି । ୟୁକ୍ରେନ କିମ୍ବା ୟୁରୋପୀୟ ନେତାଙ୍କ ବିନା ରୁଷ ସହିତ ବୈଠକ କରିଛନ୍ତି ଟ୍ରମ୍ପଙ୍କ ନେତା । ଚଳିତ ମାସ ସମ୍ଭାବ୍ୟ ଟ୍ରମ୍ପ-ପୁଟିନ୍‌ ବୈଠକ ବିଶ୍ବରେ କୌଣସି ବଡ଼ ପରିବର୍ତ୍ତନ ଆଣିପାରେ ବୋଲି କୁହାଯାଉଛି । ବିଶେଷ କରି, ୟୁକ୍ରେନ୍‌ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡ଼ିପାରେ ବୋଲି ବିଶେଷଜ୍ଞମାନେ ଆଶାବ୍ୟକ୍ତ କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.