ନୂଆଦିଲ୍ଲୀ : ରବିବାର ଖେଳାଯାଇଥିବା ଗୁଜୁରାଟ ବିପକ୍ଷ ମ୍ୟାଚରେ ପରାସ୍ତ ହୋଇଛି ଚେନ୍ନାଇ । ୮ ଓ୍ବିକେଟରେ ଏହି ମ୍ୟାକୁ ଜିତି ନେଇଥିଲା ଗୁଜୁରାଟ । ତେବେ ଏହି ମ୍ୟାଚରେ ଚେନ୍ନାଇ ପକ୍ଷରୁ ଅଧିନାୟକ ଋତୁରାଜ ଗାଏକ୍ବାଡ ଅର୍ଦ୍ଧାତକୀୟ ପାଳି ଖେଳିଥିଲେ । ଏକମାତ୍ର ଖେଳାଳିଭାବେ ଏହି ମ୍ୟାଚରେ ସେ ଅର୍ଦ୍ଧଶତକ ହାସଲ କରିଥିବାବେଳେ ଏକ ବଡ଼ ରେକର୍ଡ କରିଛନ୍ତି । ସେ ଧୋନୀଙ୍କୁ ପଛରେ ପକାଇ ନିଜ ନାମରେ ଏହି ରେକର୍ଡ କରିଛନ୍ତି ।
ଚେନ୍ନାଇ ପାଇଁ ସର୍ବାଧିକ ଅର୍ଦ୍ଧଶତକ କରିବାର ରେକର୍ଡରେ ଗାଏକ୍ବାଡ ଧୋନୀଙ୍କୁ ପଛରେ ପକାଇଛନ୍ତି । ସେ ୨୩ଟି ୫୦ରୁ ଅଧିକ ସ୍କୋର କରିଛନ୍ତି । ଯାହାକି ପୂର୍ବରୁ ଧୋନୀଙ୍କ ନାମରେ ଥିଲା । ସିଏସେକେ ପକ୍ଷରୁ ଧୋନୀ ସର୍ବାଧିକ ୨୨ଥର ଅର୍ଦ୍ଧଶତକ ହାସଲ କରିଛନ୍ତି । ତେବେ ସିଏସକେ ପକ୍ଷରୁ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ସୁରେଶ ରାଇନାଙ୍କ ନାମରେ ରହିଛି । ରାଇନା ୩୪ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ।
ଏହାସହ ପଢ଼ନ୍ତୁ : CSKକୁ ୮ ଓ୍ବିକେଟରେ ହରାଇଲା ଗିଲ୍ ବାହିନୀ