ନୂଆଦିଲ୍ଲୀ,୨୧/୧୨: ବେଶ କିଛି ଦିନ ହେବ ରାଜସ୍ଥାନର ସୁଶୀଳା ମିନାଙ୍କ ବୋଲିଂ ଶୈଳୀ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିମ୍ବଦନ୍ତୀ ସଚିନ ତେନ୍ଦୁଲକର ତାଙ୍କ ବୋଲିଂ ଶୈଳୀ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ସୁଶୀଳାଙ୍କ ଶୈଳୀକୁ ସେ ପୂର୍ବତନ ଦ୍ରୁତ ବୋଲର ଜାହିର ଖାନଙ୍କ ସହ ତୁଳନା କରିଛନ୍ତି ।
ସୁଶୀଳାଙ୍କ ଘର ରାଜସ୍ଥାନର ଏକ ଗ୍ରାମରେ । ଏତେ ଛୋଟ ବୟସରୁ ସେ ଯେଉଁଭଳି ବୋଲିଂ କରୁଛନ୍ତି ତାହା ସମସ୍ତଙ୍କୁ ପ୍ରଭାବିତ କରିଛି । କ୍ରିକେଟର ଭଗବାନ ସଚିନଙ୍କୁ ଭିଡିଓଟି ଭଲ ଲାଗିଛି । ସେ ଏହାକୁ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି । ସଚିନ ଲେଖିଛନ୍ତି, ‘ଦେଖିବାକୁ ସହଜ, ସରଳ ଓ ବେଶ ସୁନ୍ଦର ଲାଗୁଛି । ସୁଶୀଳାଙ୍କ ବୋଲିଂ ଶୈଳୀ ତୁମ (ଜାହିର) ଭଳି ।’
Smooth, effortless, and lovely to watch! Sushila Meena’s bowling action has shades of you, @ImZaheer.
— Sachin Tendulkar (@sachin_rt) December 20, 2024
Do you see it too? pic.twitter.com/yzfhntwXux