ଭୁବନେଶ୍ଵର, ୧୨/୦୬ : ମାଷ୍ଟର ବ୍ଲାଷ୍ଟରଙ୍କ କ୍ରିକେଟ୍ ପ୍ରେମ। ପ୍ଲେନ୍ ରେ ଝିଅ-ବୋହୂଙ୍କ ସହ ଖେଳିଲେ କ୍ରିକେଟ୍। ବୋଲିଂ କଲେ ବୋହୂ, କ୍ୟାଚ୍ ଧରି ଆଉଟ୍ କଲେ ଝିଅ। ଦିଗଜ ପ୍ଲେୟାର ସଚ୍ଚିନ ତେନ୍ଦୁଲକର, ଝିଅ ସାରା ଓ ବୋହୂ ସାନିଆ ଚାଣ୍ଡୋକଙ୍କ ସହ ମିଶି ପ୍ଲେନରେ କ୍ରିକେଟ୍ ଖେଳୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ସଚ୍ଚିନ ତେନ୍ଦୁଲକର ଏହି ଭିଡିଓଟିକୁ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ଅଲ୍ଟିଟ୍ୟୁଡ ଯାହାବି ହେଉ ଆଟିଟ୍ୟୁଡ୍ କେବେ ବଦଳିବ ନାହିଁ।
ଏହି ଭିଡିଓଟିରେ ସଚ୍ଚିନ ତେନ୍ଦୁଲକର ବ୍ୟାଟିଂ କରୁଛନ୍ତି। ବୋହୂ ସାନିଆ ଚାଣ୍ଡୋକ ବୋଲିଂ କରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ସାରା ତାଙ୍କ ବାପାଙ୍କୁ କେମିତି ଆଉଟ୍ କରିବୁ ବୋଲି କହୁଛନ୍ତି। ଏହାର ଉତ୍ତରରେ ସଚ୍ଚିନ କହୁଛନ୍ତି ଯେ, ତୁମେ ମୋତେ କେବେ ଆଉଟ୍ କରିପାରିବ ନାହିଁ। ଏହି ସମୟରେ ସଚ୍ଚିନ କିଛି ଟିପ୍ସ ଦେଇଛନ୍ତି। ଯାହାର ଫାଇଦା ସାରା ଏବଂ ସାନିଆ ଉଠାଇଛନ୍ତି। ପ୍ରଥମ ଥର ଅସଫଳ ହେବା ପରେ ଦ୍ଵିତୀୟ ଥର ସାରା କ୍ୟାଚ୍ ଧରି ବାପାଙ୍କୁ ଆଉଟ୍ କରିଛନ୍ତି। ଫ୍ୟାନ୍ସ ଏହି ଭିଡିଓକୁ ଖୁବ୍ ପସନ୍ଦ କରୁଛନ୍ତି।
Altitude jo bhi ho, attitude change nahi hona chahiye. 😄 pic.twitter.com/TPbsNUe2Op
— Sachin Tendulkar (@sachin_rt) June 12, 2026
ସଚ୍ଚିନ ତେନ୍ଦୁଲକର ଏବଂ ପ୍ରଫେସନାଲ କ୍ରିକେଟରେ ଆକ୍ଟିଭ୍ ନାହାଁନ୍ତି। ସେ କିଛି କିଛି ଲିଗ୍ସ ଖେଳୁଛନ୍ତି। ତାଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ୨୦୨୬ ଆଇପିଏଲରେ ମାତ୍ର ଗୋଟିଏ ମ୍ୟାଚ୍ ଖେଳିବା ପାଇଁ ଚାନ୍ସ ମିଳିଥିଲା। ହେଲେ ମୁମ୍ଵାଇ ଟି-୨୦ ମ୍ୟାଚରେ ସେ ଧମାଲ୍ କରୁଛନ୍ତି। ଅର୍ଜୁନଙ୍କୁ ଆଗାମୀ ଆଇପିଏଲରେ ଅଧିକ ଚାନ୍ସ ମିଳିବ ବୋଲି ଆଶା କରାଯାଉଛି। ୨୦୨୬ ମାର୍ଚ୍ଚ ୫ରେ ଅର୍ଜୁନ ତାଙ୍କ ପିଲାଦିନର ବନ୍ଧୁ ସାନିଆ ଚାଣ୍ଡୋକଙ୍କୁ ବିବାହ କରିଥିଲେ। ସାନିଆ ଜଣେ ଜଣାଶୁଣା ଉଦ୍ୟୋଗୀ। ସେ ପ୍ରସିଦ୍ଧ ଉଦ୍ୟୋଗପତି ରବି ଘାଈଙ୍କ ନାତୁଣୀ।
ଆହୁରି ପଢନ୍ତୁ- ଭାରତୀୟ ସୁଟିଂର ସ୍ୱର୍ଣ୍ଣ ଯୁଗର ଅନ୍ତ...ଆଉ ନାହାନ୍ତି ମନୁ ଭାକରଙ୍କ କୋଚ୍ ଜସପାଲ୍ ରାଣା