ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଦିନକୁ କେତେ ଲିଟର ପାଣି ପିଇବା ସ୍ବାସ୍ଥ୍ୟ ଭଲ? ଜାଣନ୍ତୁ

Published By : Anindita Ratha | February 8, 2025 2:34 PM

ଶରୀରକୁ ହାଇଡ଼୍ରେଟ୍ ରଖିବା ପାଇଁ ସବୁଛୁ ଜରୁରୀ ପାଣି ଅଟେ । ଆମେ ଯାହା ବି ଖାଇଲେ ପାଣି ଆମ ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ । ଚା, କଫି ଆଦି ପିଇବା ଦ୍ବାରା ଅନେକ ସମୟରେ ଡ଼ିହାଇଡ଼୍ରେସନର ସମସ୍ୟା ଦେଖା ଦେଇଥାଏ ।କିନ୍ତୁ ପାଣି ଏଭଳି ଏକ ତରଳ ପଦାର୍ଥ ଯାହାର ମାତ୍ରା  କମ୍ ହେବା ଦ୍ବାରା ଶରୀର ପାଇଁ ହାନିକାରକ ଅଟେ । କିନ୍ତୁ ଶରୀର ପାଇଁ କେତେ ପାଣି ପିଇବା ଆବଶ୍ୟକ କିପରି ଜାଣିବା?ଆସନ୍ତୁ ଜାଣିବା । 

ସଦଗୁରୁ ଦେଶର ଜଣେ ଲୋକପ୍ରିୟ ପ୍ରଭାବଶାଳୀ ବ୍ୟକ୍ତି । ଯିଏ ସ୍ୱାସ୍ଥ୍ୟ ଏବଂ ରିଲେସନସିପ ବିଷୟରେ ଜଡିତ ଟିପ୍ସ ଦେଇଥାନ୍ତି । ତାଙ୍କ ମତରେ ଆମ ଶରୀର ପାଇଁ ଆମକୁ କେତେ ପାଣି ଆବଶ୍ୟକ ତାହା ସ୍ୱୟଂଚାଳିତ ଭାବରେ କହିଥାଏ। ସେ କୁହନ୍ତି ଯେ ଯଦି ବ୍ୟକ୍ତିର ପରିସ୍ରାର ରଙ୍ଗ ପାଣି ପରି ସ୍ୱଚ୍ଛ , ତେବେ ଶରୀରରେ ସଠିକ ପରିମାଣର ପାଣି ରହିଛି। ହଁ, ଯଦି ଆପଣ ଔଷଧ କିମ୍ବା କୌଣସି ସପ୍ଲିମେଣ୍ଟ ଭଳି ଜିନିଷ ନିଅନ୍ତି, ତେବେ ପରିସ୍ରାର ରଙ୍ଗ ପରିବର୍ତ୍ତନ ହୋଇପାରେ। କିନ୍ତୁ ଏସବୁ କାରଣକୁ ଛାଡିଦେଲେ, ଯଦି ଆପଣଙ୍କ ପରିସ୍ରାର ରଙ୍ଗ ଭିନ୍ନ ଥାଏ, ତେବେ ଏହା ଶରୀରରେ ପାଣି ଅଭାବର ଲକ୍ଷଣ।

ପ୍ରତ୍ୟେକଙ୍କ ପାଣି ବ୍ୟବହାର ଭିନ୍ନ ହୋଇଥିବାରୁ ପାଣିର ପରିମାଣ ବ୍ୟକ୍ତି ଅନୁସାରେ ଭିନ୍ନ ହୋଇପାରେ। ଜୀବନଶୈଳୀ ମଧ୍ୟ ଏହାର କାରଣ।ଯଦି ଆପଣ ବାରମ୍ବାର ଶୋଷ ଅନୁଭବ କରୁଛନ୍ତି, ତେବେ ଏହାର ଅର୍ଥ ହେଉଛି ଆପଣ ଗୋଟିଏ ସମୟରେ ସଠିକ୍ ପରିମାଣର ପାଣି ପିଉନାହାଁନ୍ତି।ଅନେକ ସମୟରେ, ଖାଲି ପେଟରେ ଥଣ୍ଡା ପାଣି ପିଇବା ଦ୍ୱାରା ମଧ୍ୟ ପାଚନକ୍ରିୟା ବିଗିଡ଼ିଥାଏ, ତେଣୁ ଆପଣଙ୍କୁ ସକାଳେ ପ୍ରଥମେ ୧ଗ୍ଲାସ ଉଷୁମ ପାଣି ପିଇବା ଉଚିତ। ସେହିପରି ଜିମ୍ ଯାଉଥିବା ଲୋକଙ୍କ ଶରୀରରୁ ପ୍ରଚୁର ପରିମାଣରେ ଝାଳ ବାହାରୁଛି।ଅଫିସରେ ବସିଥିବା ଲୋକମାନେ ମଧ୍ୟ ପାଣି ଅଭାବର ସମ୍ମୁଖୀନ ହୋଇପାରନ୍ତି।ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନେ ମଧ୍ୟ ଡିହାଇଡ୍ରେସନର ଶିକାର ହୋଇପାରନ୍ତି। ତେଣୁ ସେମାନଙ୍କୁ ପ୍ରଚୁର ମାତ୍ରାରେ ପାଣି ପିଇବା ଉଚିତ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.