ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ନକଲ କରୁଥିବା ୟୁଟ୍ୟୁବରଙ୍କୁ ଚାପୁଡ଼ା ମାରିଲେ ବାବା, ଭିଡିଓ ଭାଇରାଲ୍‌

Published By : Krishna Priya | January 31, 2025 8:31 AM

ପ୍ରୟାଗରାଜ ୩୧/୦୧: ପ୍ରୟାଗରାଜ ମହାକୁମ୍ଭର ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି କ୍ରମରେ ଏକ ଭିଡିଓରେ ବାବାଙ୍କ ନକଲ କରି ସାଙ୍ଗରେ ଚାଲୁଥିବା ଜଣେ ବ୍ୟକ୍ତିଙ୍କୁ ବାବା ଚାପୁଡ଼ା ମାରୁଥିବା ଦେଖିବାକୁ ମିଳିଛି । ମହାକୁମ୍ଭରେ ଶ୍ରଦ୍ଧାଳୁ ଆସ୍ଥାର ବୁଡ଼ ପକାଉଥିବା ବେଳେ କିଛି ୟୁଟ୍ୟୁବର ହାତରେ ମୋବାଇଲ ଫୋନ୍‌ ଧରି ଭିଡିଓ କରି ପ୍ରସିଦ୍ଧ ହେବାକୁ ପ୍ରୟାସ କରୁଛନ୍ତି । ଏକ୍ସ ପ୍ଲାଟ୍‌ଫର୍ମରେ ଶେୟାର କରାଯାଇଥିବା ଭିଡିଓର କ୍ୟାପ୍‌ସନରେ ଉଲ୍ଲେଖ ହୋଇଛି ‘ଭାଇ ବାବାଙ୍କ ନକଲ କରିବାକୁ ଚେଷ୍ଟା କଲେ, ତାଙ୍କୁ ଏକ ଚାପୁଡ଼ା ମିଳିଲା ।’ ବାବା ଯେଉଁ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିଲେ, ସେ ଜଣେ ୟୁଟ୍ୟୁବର । ଗୋଟିଏ ହାତ ଉପରକୁ ଉଠାଇ ମହାକାଳ ଗିରୀ ବାବାଙ୍କ ନକଲ କରି କଣ୍ଟେଣ୍ଟ୍‌ କ୍ରିଏଟ୍‌ କରିବାକୁ ସେ ଚେଷ୍ଟା କରୁଥିଲେ । ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ୟୁଜର୍‌ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । 

କିଛି ବାବାଙ୍କ ଚାପୁଡ଼ା ମାରିବାର କାରଣ ପଚାରୁଛନ୍ତି, ଆଉ କିଛି ଏହାକୁ ଠିକ୍‌ ବୋଲି କହୁଛନ୍ତି । ୟୁଟ୍ୟୁବରଙ୍କୁ ଚାପୁଡ଼ା ମାରିଥିବା ମହାକାଳ ଗିରୀ ବାବା ଗତ ୯ ବର୍ଷରୁ ନିଜର ଗୋଟିଏ ହାତ ଉପରକୁ କରି ରଖିଛନ୍ତି । ବାବା ମଧ୍ୟପ୍ରଦେଶରୁ ମହାକୁମ୍ଭକୁ ଆସିଛନ୍ତି । ଗୋବଂଶ ରକ୍ଷା ଓ ଧର୍ମ ରକ୍ଷା ପାଇଁ ବାବା ଆଜୀବନ ସଂକଳ୍ପ ନେଇଛନ୍ତି । ଏହି ତପସ୍ୟା ଯୋଗୁ ତାଙ୍କ ହାତର ନଖ ଖୁବ୍‌ ବଢ଼ିଯାଇଛି । କିନ୍ତୁ ତପସ୍ୟାରେ ନଖ କଟାଯାଏ ନାହିଁ । ଏହି ସାଧନା ଯୋଗୁ ଲୋକେ ତାଙ୍କୁ ହଠଯୋଗୀ ମଧ୍ୟ କହୁଛନ୍ତି ।

 

 

 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.