ପ୍ରମୂଖ ଖବର
  • ଭୁବନେଶ୍ୱର : ଷଣ୍ଢକୁ ଧକ୍କା ଦେଲା ବାଇକ୍‌, ଦୁର୍ଘଟଣାରେ ଚାଲିଗଲା ଅନ୍ତର୍ଜାତୀୟ ବଡି ବିଲ୍ଡରଙ୍କ ଜୀବନ
  • ||
  • IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା
  • ||
  • ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ : ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା
  • ||
  • ଫୁଲୁଛି ସୁବର୍ଣ୍ଣରେଖା ନଦୀ; ବଢୁଛି ଦୁର୍ଦ୍ଦଶା, ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ
  • ||
  • ଆଜି ଆକାଉଣ୍ଟକୁ ଆସିବ ସିଏମ୍‌ କିଷାନ ଟଙ୍କା, ଉପକୃତ ହେବେ ୫୧ ଲକ୍ଷରୁ ଅଧିକ ଚାଷୀ
  • ||
  • ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି
  • ||
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||

ଆଉ ଏକ ରୋମାଣ୍ଟିକ୍‌ ଫିଲ୍ମରେ ‘ସୈୟାରା’ ଫେମ୍‌ ଅନୀତ ପଡ୍ଡା

Published By : Anindita Ratha | August 27, 2025 8:40 AM

ମୁମ୍ବାଇ,୨୭/ ୦୮: ଖୁବ୍‌ଶୀଘ୍ର ଆଉ ଏକ ପ୍ରେମ କାହାଣୀ ଜରିଆରେ ବଡ଼ ପରଦାକୁ ଆସିବେ ‘ସୈୟାରା’ ଫେମ୍‌ ଅନୀତ ପଡ୍ଡା । ‘ବ୍ୟାଣ୍ଡ୍‌ ବାଜା ବାରାତ୍‌’ ଫେମ୍‌ ନିର୍ଦ୍ଦେଶକ ମନୀଷ ଶର୍ମା ଅନୀତଙ୍କ ସହିତ ଏକ ରୋମାଣ୍ଟିକ୍‌ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଏହାର ପ୍ରଯୋଜନା ଦାୟିତ୍ୱ ନେବ ୟଶରାଜ୍‌ ଫିଲ୍ମସ । ପ୍ରୋଜେକ୍ଟରେ ଅନୀତଙ୍କୁ ସାଇନ୍‌ କରିବା ସହିତ ଫିଲ୍ମର ପ୍ରାକ୍‌-ପ୍ରଯୋଜନା କାମ ଆରମ୍ଭ ହୋଇଯାଇଛି । ପଞ୍ଜାବ ପୃଷ୍ଠଭୂମି ଉପରେ ଫିଲ୍ମର କାହାଣୀ ପର୍ଯ୍ୟବେଶିତ ।

ଆସନ୍ତା ବର୍ଷ ପ୍ରଥମାର୍ଦ୍ଧରେ ସୁଟିଂ ଆରମ୍ଭ ହେବ । ତେବେ ଅନୀତଙ୍କ ଅପୋଜିଟ୍‌ରେ କିଏ ସ୍କ୍ରିନ୍‌ ଶେୟାର କରିବେ, ତାହା ଅଦ୍ୟାବଧି ଜଣାପଡ଼ି ନାହିଁ । ମୋହିତ ସୁରୀଙ୍କ ଫିଲ୍ମ ‘ସୈୟାରା’ଜରିଆରେ ଅହାନ ପାଣ୍ଡେଙ୍କ ସହ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅନୀତ । ଏହା ପୂର୍ବରୁ ଗୋଟିଏ ଦୁଇଟି ପ୍ରୋଜେକ୍ଟରେ ସେ ପାଶ୍ୱର୍ ଅଭିନେତ୍ରୀ ଭୂମିକାରେ ଅଭିନୟ କରିଥିଲେ । ଅନେକ ବିଜ୍ଞାପନରେ ମଧ୍ୟ କାମ କରିଥିଲେ । କିନ୍ତୁ ‘ସୈୟାରା’ତାଙ୍କୁ ରାତାରାତି ଲୋକପ୍ରିୟ କଲା । ୟଶରାଜ୍‌ ଫିଲ୍ମସ ବ୍ୟାନର୍‌ରେ ନିର୍ମିତ ଏହି ଫିଲ୍ମ ବ୍ୟବସାୟ ମାମଲାରେ ଅନେକ ରେକର୍ଡ କରିଛି । ପଞ୍ଜାବର ଅମୃତସରରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମିତ ଅନୀତ ସ୍ପ୍ରିଙ୍ଗ୍‌ ଡେଲ ସିନିୟର ସ୍କୁଲରୁ ପ୍ରାରମ୍ଭିକ ଅଧ୍ୟୟନ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜିଜସ୍‌ ଆଣ୍ଡ୍‌ ମ୍ୟାରୀ କଲେଜରୁ ସ୍ନାତକ କରିଛନ୍ତି । କିଶୋରାବସ୍ଥାରୁ ସେ ମଡେଲିଂ ଆରମ୍ଭ କରିଥିଲେ । ଡେରୀ ମିଲ୍କ, ମ୍ୟାଗି, ପେଟିଏମ୍‌, ନେସ୍‌କାଫେ ବିଜ୍ଞାପନରେ ତାଙ୍କୁ ଦେଖିବାକୁ ମିଳିଛି । ୨୦୨୨ରେ କାଜୋଲଙ୍କ ଫିଲ୍ମ ‘ସଲାମ୍‌ ଭେଙ୍କୀ’ରୁ ସେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ । ସେ ଜଣେ କଣ୍ଠଶିଳ୍ପୀ ମଧ୍ୟ । ୨୦୨୪ରେ ପ୍ରଥମ ଗୀତ ‘ମାସୁମ୍‌’ ରେକର୍ଡ କରିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.