ସାଲେପୁର,୧୯/୦୮: ସାଲେପୁର ଅଞ୍ଚଳକୁ  ଏନ୍‌.ଏ.ସି. ମାନ୍ୟତା ଦାବିକୁ ନେଇ ରାଜନୀତି  ସରଗରମ । ୧୨ଟି  ଅଞ୍ଚଳକୁ ଏନ୍‌ଏସି ମାନ୍ୟତା  ଘୋଷଣା କରାଯାଇଥିବାବେଳେ  ସାଲେପୁରକୁ ବାଦ୍‌ ଦିଆଯାଇଛି। ଏଥିପାଇଁ ବିଜେଡି ପକ୍ଷରୁ ୮ ଘଣ୍ଟିଆ ସାଲେପୁର ବନ୍ଦ  ଡାକରା ଦିଆଯାଇଛି । ଆଜି ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ହରତାଳ ଜାରି ରହିବ। ଏଥିରେ ବହୁ ସଂଖ୍ୟାରେ  ସ୍ଥାନୀୟ ଲୋକ ସାମିଲ ହୋଇଛନ୍ତି। 

ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ନେତୃତ୍ୱରେ ସାଲେପୁର କୁଆଁପାଳ ଛକରେ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ସରକାରଙ୍କ ବିରୋଧରେ ବିଧାୟକଙ୍କ ସହ ବହୁ କର୍ମୀ ଓ ସାଧାରାଣାଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଗାଡି ମଟର , ଦୋକାନ ବଜାର ବନ୍ଦ ସହ ବହୁ ସ୍କୁଲ କଲେଜ ମଧ୍ୟ ସଂଗଠନ ପକ୍ଷରୁ ବନ୍ଦ କରାଯାଇଛି।