ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ସଲମାନ ଖାନ୍‌ଙ୍କୁ ଧମକାଉଥିବା ଅଭିଯୁକ୍ତ ଗିରଫ; ବାରମ୍ବାର ବଦଳାଉଥିଲା ଠିକଣା

Published By : Soubhagya Ranjan | November 7, 2024 12:55 PM

Image source: NBT

ନୂଆଦିଲ୍ଲୀ,୦୭/୧୧: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା କରିବାର ଧମକ ଅଭିଯୋଗରେ ବୁଧବାର ଦିନ ରାଜସ୍ଥାନର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ ମହାରାଷ୍ଟ୍ର ପୋଲିସକୁ ହସ୍ତାନ୍ତର କରାଯାଇଛି। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଥିଲେ। ଅଭିଯୁକ୍ତ ଜଣକ ଭିଖା ରାମ (୩୨) ଓରଫ ବିକ୍ରମ ଏବଂ ସେ ରାଜସ୍ଥାନର ଜାଲୌର ବାସିନ୍ଦା ବୋଲି ସେ କହିଛନ୍ତି। ହାଭେରୀ ପୋଲିସ୍ ଅଧୀକ୍ଷକ ଅଂଶୁ କୁମାର ନ୍ୟୁଜ୍ ଏଜେନ୍ସି 'ପିଟିଆଇ-ଭାସା'କୁ କହିଛନ୍ତି ଯେ ମହାରାଷ୍ଟ୍ର ଏଟିଏସ୍ (ଆତଙ୍କବାଦ ବିରୋଧୀ ସ୍କ୍ବଡ) ରୁ ମିଳିଥିବା ସୂଚନାକୁ ଆଧାର କରି ହାଭେରୀ ସହରରେ ଜଣେ ବ୍ୟକ୍ତିକୁ ଧରାଯାଇଥିଲା ଏବଂ ତାଙ୍କୁ ଆଜି ହସ୍ତାନ୍ତର କରାଯାଇଛି।'

ପୋଲିସ ସୂତ୍ରରୁ ପ୍ରକାଶ ଯେ ଅଭିଯୁକ୍ତ ପ୍ରାୟ ଦେଢ଼ ମାସ ପୂର୍ବରୁ ହାଭେରୀକୁ ଆସିବା ପୂର୍ବରୁ କର୍ଣ୍ଣାଟକର ଅନେକ ସ୍ଥାନରେ ରହିଥିଲେ। ସେ କହିଥିଲେ ଯେ ସେ ନିର୍ମାଣ ସ୍ଥାନରେ କାମ କରୁଥିଲେ ଏବଂ ଗୌଦର ଓନିରେ ଏକ ଭ‌ଡ଼ା ଘରେ ରହୁଥିଲା। ପୋଲିସ ସୂତ୍ରରୁ ପ୍ରକାଶ ଯେ 'ଅଭିଯୁକ୍ତ ସ୍ଥାନୀୟ ନ୍ୟୁଜ୍‌ ଚ୍ୟାନେଲ ଦେଖୁଥିବା ବେଳେ ହଠାତ୍ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ୍‌ କରି ସଲମାନ ଖାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲା।

ପୋଲିସ ସୂତ୍ରରୁ ପ୍ରକାଶ ଯେ ସେ ଜଣେ ଦିନ ମଜୁରିଆ ଶ୍ରମିକ ଏବଂ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ପ୍ରଶଂସକ। ତାକୁ ମୁମ୍ବାଇ ପୋଲିସ ଦ୍ୱାରା ପୁଙ୍ଖାନୁପୁଙ୍ଖ ଭାବେ ପଚରାଉଚରା କରାଯିବ। ସ୍କ୍ବାଡ ତାଙ୍କୁ ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରିଛି। ସଲମାନ ବର୍ତ୍ତମାନ ହାଇଦ୍ରାବାଦରେ ଅଛନ୍ତି ଏବଂ ତାଙ୍କ ଫିଲ୍ମ 'ସିକନ୍ଦର' ପାଇଁ ସୁଟିଂ କରୁଛନ୍ତି। ଏହି କାରଣରୁ, ସେ ଏହି ସପ୍ତାହରେ 'ୱିକେଣ୍ଡ୍ କା ବାର୍' ମଧ୍ୟ ହୋଷ୍ଟ କରିପାରିବେ ନାହିଁ। ସଲମାନଙ୍କ ସ୍ଥାନରେ ଏକତା କପୁର ଏବଂ ରୋହିତ ଶେଟ୍ଟି ବିଗ୍‌ବସ୍‌ ହାଉସ୍‌ର କ୍ଲାସ ନେବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.