ମୁମ୍ୱାଇ : ସଲମାନ ଖାନଙ୍କର ଏକ୍ସ-ଗର୍ଲଫ୍ରେଣ୍ଡ ସୋମୀ ଅଲୀ ନିକଟରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ ଏକ ସମ୍ୱେଦନାତ୍ମକ ଦାବି କରି ଥିଲେ। ଏକ ଆକ୍ସ ମି ଏନିଥିଂ ସେସନରେ ସୋମୀଙ୍କ ନାମରେ କମେଣ୍ଟ ଥିଲା ଯେ , ସୁଶାନ୍ତଙ୍କ ହତ୍ୟା କରାଯାଇଛି ଏବଂ ତାଙ୍କର ପୋଷ୍ଟମର୍ଟମ ରିପୋର୍ଟ ଡାକ୍ତର ବଦଳାଇ ଦେଇଥିଲେ। ଏବେ ସୋମୀ ଏହି କମେଣ୍ଟ ଦେଇ ନଥିବା ମନା କରି ଦେଇଛନ୍ତି। ତାଙ୍କର କହିବାନୁସାରେ, ଏହି କମେଣ୍ଟ ସେ କରି ନଥିଲେ, ତାଙ୍କ ଟିମ୍ର କେହି ସଦସ୍ୟ କରି ଦେଇ ଥିଲେ ଏବଂ ଏହାର ସୂଚନା ତାଙ୍କୁ ନଥିଲା।
ସୋମୀ ଅଲୀ ଗତ କିଛି ଦିନରେ ସଲମାନ ଖାନ ଓ ସୁଶାନ୍ତ ସିଂହ ରାଜପୁତଙ୍କ ସହ ଜଡ଼ିତ ଅନେକ ସମ୍ୱେଦନାତ୍ମକ ବୟାନ ଦେଇ ସାରିଛନ୍ତି। ଏବେ ନିଜର ଇନଷ୍ଟାଗ୍ରାମ୍ରେ ଲେଖିଛନ୍ତି, ଏହା ସେ କହି ନାହାନ୍ତି, ତାଙ୍କ ଟିମର କୌଣସି ସଦସ୍ୟ କରି ଥିଲେ। ସୋମୀ ଲେଖିଛନ୍ତି ,ରେଡିଟ୍ ସେସନ ସହ ଜଡ଼ିତ ଯେଉଁ କଣ୍ଟ୍ରୋଭର୍ସିଜ୍ ଭାଇରାଲ ହେଉଛି, ମୁଁ ଏହା ଉପରେ କଥା ହେବାକୁ ଚାହୁଁଛି। ଏହି ସେସନରେ ଭାଗ ନେବାର ମୋର ଉଦ୍ଦେଶ୍ୟ କେବଳ ନୋ ମୋର ଟିୟର୍ସ ଏନଜିଓକୁ ପ୍ରମୋଟ କରିବାର ଥିଲା। ଏହି ଘରୋଇ ହିଂସାକାଣ୍ଡ ଓ ହ୍ୟୁମନ ଟ୍ରାଫିକିଂର ପୀଡ଼ିତଙ୍କୁ ସମର୍ପିତ। ଦୁର୍ଭାଗ୍ୟବଶତଃ ମୋ ନାମରେ ସଲମାନ ଓ ସୁଶାନ୍ତ ସଂହ ରାଜପୁତଙ୍କ ବିଷୟରେ କିଛି କମେଣ୍ଟ କରାଯାଇଛି, ଯାହାକି ଅକ୍ଷୟ ଶର୍ମା କରି ଥିଲେ। ସେ ନୋ ମୋର ଟିୟର୍ସର ଭାଇସ୍ ପ୍ରେସିଡେଣ୍ଟ ଅଛନ୍ତି। ଏହି କମିଟି ମୋର ବିନା ଆଫ୍ରୁଭାଲରେ କରାଯାଇ ଥିଲା। ଏହାକୁ ଭୁଲ ଉପାୟରେ ନିଆଯାଇଛି। ସମସ୍ତଙ୍କୁ ଜଣା ଯେ , ଲାଇଭ୍ ସେସନରେ ମୁଁ ଏତେ ଦ୍ରୁତ ଟାଇପ୍ କରି ପାରେନାହିଁ।
ସୋମୀ ଏକ ଲମ୍ୱା ପୋଷ୍ଟରେ ଲେଖିଛନ୍ତି କି, ସେ କେବଳ ନିଜର ସୋସିଆଲ ୱାର୍କ ପାଇଁ ସମର୍ପିତ ରହିବେ ଏବଂ କୌଣସି ପ୍ରକାରରେ ଜୁମ୍ ଇଣ୍ଟରଭ୍ୟୁ ଦେବେ ନାହିଁ। ସେ ଏହାକୁ ସୀମିତ ହିଁ ରଖିବେ। ସୋମୀ ଲେଖିଛନ୍ତି ତାଙ୍କୁ ଯେତେ ପଛେ ନେଗେଟିଭିଟି ଓ ଟ୍ରୋଲିଂ ମିଳୁ , ସେ ନିଜ କାମରେ ଲାଗି ରହିବେ। ଏହାସହ ଲୋକଙ୍କୁ ଅପିଲ କରିଛନ୍ତି ଯେ କୌଣସି ପ୍ରକାରର ଦୁର୍ବ୍ୟବହାର ରୋକିବାରେ ସାହାଯ୍ୟ କରନ୍ତୁ।