ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ନିଜ ଫିଟନେସ୍‌କୁ ନେଇ କରିଥିବା ପ୍ରଶ୍ନର ଦୃଢ ଜବାବ ଦେଲେ ସଲମାନ ଖାନ, ସେୟାର କଲେ ଭିଡ଼ିଓ

Published By : Prameya | April 11, 2025 10:36 PM

ମୁମ୍ୱାଇ – ବଲିଉଡ ସୁପରଷ୍ଟାର ସଲମାନ ଖାନ ଟ୍ରୋଲ୍ସକୁ ଦେଇଛନ୍ତି ଦୃଢ ଜବାବ। ଫିଲ୍ମ ‘ସିକନ୍ଦର’ର ରିଲିଜ ପର ଠାରୁ ହିଁ ଲୋକେ ସୋସିଆଲ ମିଡ଼ିଆରେ ତାଙ୍କର ଫିଟନେସ୍‌ ଉପରେ ପ୍ରଶ୍ନ କରୁଛନ୍ତି। ଏହି କ୍ରମରେ ସେ ଶୁକ୍ରବାର ଇନଷ୍ଟାଗ୍ରାମ୍‌ରେ ଏକ ଭିଡ଼ିଓ ପୋଷ୍ଟ କରି ନିଜ ଫିଟନେସ୍‌ର ପ୍ରମାଣ ଦେଇଛନ୍ତି। ଆଉ ସେହି ଲୋକଙ୍କର ମୁହଁ ବନ୍ଦ କରିଦେଇଛନ୍ତି। ସଲମାନଙ୍କ ପ୍ରଶଂସକ ତାଙ୍କର ଏହି ଭିଡ଼ିଓ ଦେଖି ଖୁବ୍‌ ଖୁସି ହୋଇଛନ୍ତି। ସେମାନଙ୍କର ଏହି କଥା ଉପରେ ବିଶ୍ୱାସ ହୋଇ ଯାଇଛି ଯେ , ‘ଟାଇଗର ଏବେ ବୁଢା ହୋଇ ନାହିଁ ।'

ଭିଡ଼ିଓରେ ୫୯ ବର୍ଷର ସଲମାନ ଖୁବ୍‌ ସହଜରେ ପନୱେଲ ସ୍ଥିତ ଫାର୍ମହାଉସ୍‌ରେ ଲାଗିଥିବା ମଲବେରୀ ଗଛରେ ଚଢିବା ଓ ଫ୍ରେସ୍‌ ବେରୀ ଫଳ ତୋଳିବାର ନଜର ଆସୁଛନ୍ତି। ସଲମାନ ଭିଡ଼ିଓର ବ୍ୟାକଗ୍ରାଉଣ୍ଡରେ ସିକନ୍ଦରର ଗୀତ ହମ୍ ଆପକେ ବିନା ଭି  ...ଲଗାଇଛନ୍ତି। ସେ ଭିଡ଼ିଓ ସେୟାର କରି ସୋସିଆଲ ମିଡ଼ିଆରେ ଲେଖିଛନ୍ତି , ବେରୀ ଗୁଡ୍‌ ଫର୍‌ ୟୁ।

ସଲମାନଙ୍କ ଭିଡ଼ିଓ ଦେଖି ତାଙ୍କର ପ୍ରଶଂସକଙ୍କୁ ଆଶ୍ୱସ୍ତି ମିଳିଛି। ଅନ୍ୟପଟେ ତାଙ୍କର ସମାଲୋଚକ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ବରୁଣ ଧୱନ , ଅନନ୍ୟା ପାଣ୍ଡେଙ୍କ ସମେତ ଅନ୍ୟ ସେଲେବ୍ରିଟି ଏହି ଭିଡ଼ିଓକୁ ଲାଇକ୍ କରିଛନ୍ତି। 


ଜଣେ ୟୁଜର ତାଙ୍କର ଭିଡ଼ିଓରେ କମେଣ୍ଟ କରି ଲେଖିଛନ୍ତି, ଦେଖିବା ଆମ ଭିତରୁ କେତେ ଲୋକ ୬୦ ବର୍ଷ ବୟସରେ ଏମିତି କରି ପାରିବେ। ବହୁତ ଫିଟନେସ୍‌ ଉପରେ ଜ୍ଞାନ ଦେଉଛ ନା । ଯଦି କେଉଁ ମ୍ୟାଚ୍‌ରେ ସଚିନ ଜିରୋରେ  ଆଉଟ୍‌ ହୋଇ ଯାନ୍ତି ଏବଂ ନେହରା ଚୌକା ମାରି ଦିଅନ୍ତି ତ ନେହରା ଭଲ ବ୍ୟାଟ୍‌ର ହୋଇପାରିବେ ନାହିଁ । ମନେ ରଖ । ଆଉ ଜଣେ ଲେଖିଛନ୍ତି , ଭାଇ ଏହି ବୟସରେ ମଧ୍ୟ ଗଛରେ ଚଢୁଛ। କିଛି ଲୋକତାଙ୍କର ଫିଟନେସ୍‌କୁ ନେଇ ତାଙ୍କୁ ଟ୍ରୋଲ୍‌ କରୁଛନ୍ତି। ସେହି ଲୋକ ତାଙ୍କ ଠାରୁ କିଛି ଶିଖିବା ଉଚିତ୍‌ । ୩ୟ ବ୍ୟକ୍ତି ଲେଖିଛନ୍ତି, ଭାଇଙ୍କୁ ଦେଖ , କେତେ ସହଜରେ  ଗଛରେ ଚଢି ଯାଉଛନ୍ତି।ଅନ୍ୟପଟେ ତାଙ୍କୁ ଟ୍ରୋଲ୍‌ କରୁଥିବା ଲୋକ ଅଛନ୍ତି , ଯିଏକି ୪ର୍ଥ ଫ୍ଲୋର ସେତେବେଳେ ବିନା ଲିଫ୍ଟରେ ଚଢି ପାରନ୍ତି ନାହିଁ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.