ମୁମ୍ବାଇ,୯/୪ : ସୁପରଷ୍ଟାର ସଲମାନ ଖାନ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ସ୍ବାଗ୍ ଅବତାର ସବୁ ସମୟରେ ଭାଇରାଲ ହେବାରେ ଲାଗିଥାଏ । ବୁଧବାର ରାତି ସଲମାନଙ୍କୁ ପ୍ରାଇଭେଟ୍ ଏୟାରପୋର୍ଟରେ ସ୍ପଟ୍ କରାଯାଇଛି । ଏହି ସମୟରେ ତାଙ୍କର ଲୁକ୍ ବହୁ ଚର୍ଚ୍ଚାରେ ରହିଛି ।

ସଲମାନ ଖାନଙ୍କ ଲୁକ୍ କଥା ଯଦି ଆମେ କହିବା ତେବେ ବ୍ଲାକ ସାର୍ଟ ଏବଂ ରିପ୍ଡ ଜିନ୍ସରେ ଦେଖାଯାଇଛନ୍ତି । ସେ ନିଜ ଲୁକକୁ ଚଷମାରେ କମ୍ପ୍ଲିଟ୍ କରିଛନ୍ତି । ସଲମାନ ସାର୍ଟର ଦୁଇ ବଟନ୍ ବି ଖୋଲାଥିଲା । ପୂରା ଲୁକରେ ସେ ବହୁ କ୍ଲାସି ଦେଖାଯାଉଥିଲେ । ଫ୍ୟାନ୍ସ ତାଙ୍କର ଏହି ଲୁକ୍ ଦେଖି ବହୁ ଭଲପାଇବା ଦେଉଛନ୍ତି । ସଲମାନ ଗାଡ଼ିରୁ ବାହାରି ପାପାରାଜିଙ୍କୁ ପୋଜ୍ ବି ଦେଇଥିଲେ ।

ପ୍ରକାଶ ଯେ, ବୁଧବାର ପ୍ରାୟ ସେଲବ୍ସେଙ୍କୁ ପ୍ରାଇଭେଟ ଏୟାରପୋର୍ଟରେ ଦେଖାଯାଇଥିଲା । ସାହାରୁଖ ଖାନଙ୍କଠାରୁ ନେଇ ରଣବୀର ସିଂହଙ୍କ ପର୍ଯ୍ୟନ୍ତ ଏୟାରପୋର୍ଟରେ ଦେଖାଯାଇଛନ୍ତି । ସମସ୍ତେ ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ବ୍ୟାଶରେ ସାମିଲ ହେବା ଲାଗି ଜାମନଗର ଯାଇଥିଲେ । ଏବେ ସଲମାନ ଖାନ ବି ଏୟାରପୋର୍ଟରେ ନଜର ଆସିଥିଲେ । ମାତ୍ର ଏବେ ପର୍ଯ୍ୟନ୍ତ ଏହା କନଫର୍ମ ହୋଇନାହିଁ କି ସଲମାନ ଜାମନଗର ଯାଇଛନ୍ତି କି ଆଉ କେଉଁଠି କି । କିନ୍ତୁ ସଲମାନଙ୍କ ଏହି ନୂଆ ଅବତାର ପୂରା ଭାଇରାଲ ହେବାରେ ଲାଗିଛି ।