ମୁମ୍ୱାଇ,୧୭/୦୩: ବଦଳିଲା ସଲମାନ୍‌ ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମର ନାଁ।  ଫିଲ୍ମ ‘ବ୍ୟାଟଲ ଅଫ୍‌ ଗଲୱାନ’ର ନାମ ପରିବର୍ତ୍ତନ ହୋଇଛି । ନୂଆ ନାମ ‘ମାତୃଭୂମି: ମେ ୱାର ରେଷ୍ଟ ଇନ୍‌ ପିସ୍‌’ ରଖାଯାଇଛି । ସୋସିଆଲ୍‌ ମିଡିଆ ପୋଷ୍ଟ ମାଧ୍ୟମରେ ନିର୍ମାତାମାନେ ସୋମବାର ସକାଳେ ଏହା ଘୋଷଣା କରିଛନ୍ତି । ଏଥିସହ ଫିଲ୍ମର ଏକ ନୂଆ ପୋଷ୍ଟର ମଧ୍ୟ ଜାରି ହୋଇଛି ।

​​​​​​​ଆହୁରି ପଢନ୍ତୁ- ଥଲାପତି ବିଜୟଙ୍କ ଫିଲ୍ମ 'ଜନ ନାୟାଗନ୍' କୁ ବଡ଼ ଝଟକା , ରିଲିଜ୍ ପୂର୍ବରୁ କୋଟି କୋଟି ଟଙ୍କାର କ୍ଷତି​​​​​​​

ଏନେଇ ଏହାର ନିର୍ଦ୍ଦେଶକ ଅପୂର୍ବ ଲାଖିଆ କହିଛନ୍ତି, ଟାଇଟଲ ବଦଳାଇବା ନିଷ୍ପତ୍ତି ଅଚାନକ ନିଆଯାଇନାହିଁ । ନିର୍ମାତାମାନେ ଅନେକ ଦିନ ଧରି ଏହା ଉପରେ ବିଚାର କରୁଥିଲେ । ନୂଆ ନାମ ଫିଲ୍ମର ବ୍ୟାପକ ଭାବନାକୁ ଅଧିକ ଭଲ ଭାବେ ଦର୍ଶାଉଛି । ଏହି ଫିଲ୍ମ ୨୦୨୦ରେ ଭାରତ-ଚୀନ୍‌ର ସୈନିକଙ୍କ ମଧ୍ୟରେ ଗଲୱାନ୍‌ ଘାଟିରେ ହୋଇଥିବା ସଂଘର୍ଷ ଉପରେ ଆଧାରିତ । ସେହି ଘଟଣାରେ ଭାରତୀୟ ସେନାର ଯବାନମାନେ ଅତି କଠିନ ପରିସ୍ଥିତିରେ ଅପୂର୍ବ ସାହସିକତା ପ୍ରଦର୍ଶନ କରିଥିଲେ । ଏପ୍ରିଲ ୧୭ ତାରିଖରେ ଏହି ଫିଲ୍ମ ଥିଏଟରକୁ ଆସିବ ।