ନୂଆଦିଲ୍ଲା,୧୮/୦୨; ବଲିଉଡ଼ ଜଗତ ପାଇଁ ଏକ ଦୁଃଖଦ ଖବର ଆସିଛି । ଆଉ ନାହାନ୍ତି ବଲିଉଡର ବରିଷ୍ଠ ଜଣାଶୁଣା ଅଭିନେତ୍ରୀ ପ୍ରବୀଣା ଦେଶପାଣ୍ଡେ । ୬୦ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ପ୍ରବୀଣା । ଦୀର୍ଘ ଦିନ ହେବ କ୍ୟାନ୍ସରରେ ପୀଡ଼ିତ ଥିଲେ । ସଲମାନଙ୍କ ଫିଲ୍ମ ରେଡ୍ଡୀରେ ତାଙ୍କ ସହ କଳାକାର ଥିଲେ ପ୍ରବୀଣା ଦେଶପାଣ୍ଡେ । ପ୍ରବୀଣାଙ୍କ ପରଲୋକ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ଖବର ଆସିବା ପରେ ବଲିଉଡ଼ରେ ଶୋକର ଛାୟା ଖେଳାଯାଇଛି ।

କ୍ୟାନ୍ସରରେ ପୀଡ଼ିତ ଥିଲେ ପ୍ରବୀଣା- ଅଭିନେତ୍ରୀ ପବୀଣା ଦେଶପାଣ୍ଡେଙ୍କ ପରିବାର ପକ୍ଷରୁ ଏକ ବବୃତ୍ତି ଜାରି କରି ତାଙ୍କ ଦେହାନ୍ତ ଖବର ଦିଆଯାଇଛି । ପରିବାର  କହିଛନ୍ତି କି, ଗଭୀର ଦୁଃଖର ସହିତ ଏହା ସୂଚିତ କରୁଛି କି ପ୍ରବୀଣା ଦେଶପାଣ୍ଡେଙ୍କର ଫେବୃଆରୀ ୧୭ ତାରିଖ ୨୦୨୬ରେ ସ୍ୱର୍ଗବାସ ହୋଇଛି । ଆନ୍ଧେରୀ ପୂର୍ବରୁ ଚକାଲା ପାର୍ସିୱାଡାରେ ଥିବା ହିନ୍ଦୁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । ୨୦୧୯ରୁ ରକ୍ତ କର୍କଟରେ ପୀଡିତ ଥିଲେ ଅଭିନେତ୍ରୀ । ଚିକିତ୍ସାଧୀନ ଅବସ୍ଥାରେ ପ୍ରବୀଣାଙ୍କର ପରଲୋକ ଘଟିଛି । ଧାରାବାହିକ ସ୍ମଗଲିଂରେ ନଜର ଆସିଥିଲେ ପ୍ରବୀଣା । ଅଭିନେତ୍ରୀଙ୍କ ବିୟୋଗରେ ସିନେ ଏବଂ ଟିଭି କଲାକାର ସଂଘ ଶୋକ ପ୍ରକାଶ କରିଛି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ସଂଘ ଲେଖଛି, ପ୍ରବୀଣା ଦେଶପାଣ୍ଡେ ୨୦୦୮ରୁ CINTAAର ସଦସ୍ୟ । ତାଙ୍କ ଦେହାନ୍ତ ଖବରରେ ଆମେ ମର୍ମାହତ । ଅମର ଆତ୍ମାର ସଦଗତୀ କାମନା କରୁଛୁ ।

​​​​​​​

ଏହା ବି ପଢନ୍ତୁ..​​​​​​​୧୫ ଘଣ୍ଟା କୋଠରୀରେ ବନ୍ଦ ରହୁଥିଲେ ବିଗ୍ ବି, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଫିଲ୍ମ ଏବଂ ଟେଲିଭିଜନରେ ପ୍ରବୀଣାଙ୍କ ଖ୍ୟାତି- ପ୍ରବୀଣା  ଦେଶପାଣ୍ଡେଙ୍କ କ୍ୟାରିୟର ଲମ୍ବା ଦଶନ୍ଧି ଧରି ଚାଲିଛି । ସେ ହିନ୍ଦୀ ଏବଂ ମରାଠୀ ସିନେମା, ଟେଲିଭିଜନ, ଥିଏଟର ଏବଂ ଡିଜିଟାଲ ମିଡିଆରେ ବ୍ୟାପକ ଭାବରେ କାମ କରିଛନ୍ତି । ସେ ସିଦ୍ଧାର୍ଥ ମଲହୋତ୍ରା ଏବଂ ଶ୍ରଦ୍ଧା କପୁରଙ୍କ ସହିତ 'ଭିଲେନ' ଚଳଚ୍ଚିତ୍ରରେ କାମ କରିଛନ୍ତି । 'ରେଡ୍ଡୀ' ଫିଲ୍ମରେ ସଲମାନ ଖାନଙ୍କ କୋ-ଆକ୍ଟର ଥିଲେ । ଜନ ଆବ୍ରାହମଙ୍କ 'ପରମାଣୁ; ଦି ଷ୍ଟୋରୀ ଅଫ୍ ପୋଖରାନ'ରେ ମଧ୍ୟ ଅଭିନୟ କରିଛନ୍ତି । 'ଜଲେବି'ରେ ମଧ୍ୟ ତାଙ୍କର ସୁନ୍ଦର ଅଭିନୟ ଦେଖିବାକୁ ମିଳିଥିଲା ।  ଟେଲିଭିଜନ ଜଗତରେ ମଧ୍ୟ ବହୁତ ସକ୍ରିୟ ଥିଲେ । ସେ 'ଘର ଏକ ମନ୍ଦିର', 'କୁମକୁମ-ଏକ ପ୍ୟାରା ସା ବନ୍ଧନ'  'କରମ ଅପନା ଅପନା' ଏବଂ 'କୁଲଫି କୁମାର ବାଜେୱାଲା' ଭଳି ପ୍ରସିଦ୍ଧ ଧାରାବାହିକରେ କାମ କରିଥିଲେ । ଗତ କିଛି ବର୍ଷରେ ଓଟିଟି ପ୍ଲାଟଫର୍ମରେ ମଧ୍ୟ କାମ କରିଛନ୍ତି ।