ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବଲିଉଡ୍ ଫିଲ୍ମକୁ ନେଇ ରୋକଠୋକ୍ ଏମିତି କଥା କହିଲେ ସଲମାନ ଖାନ

Published By : Prameya | March 27, 2025 6:16 PM

ମୁମ୍ୱାଇ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଅନ୍ଦାଜ ପୂରା ଅଲଗା। ସେ କୌଣସି କଥାରୁ ବୁଲେଇ ବଙ୍କେଇ ନକହି ସିଧା ସିଧା କହିବାକୁ ପସନ୍ଦ କରନ୍ତି। ତାଙ୍କର ଫିଲ୍ମ ‘ସିକନ୍ଦର’ ୩୦ ମାର୍ଚ୍ଚରେ ରିଲିଜ୍‌ ହେବାକୁ ଯାଉଛି। ଏହି ମଧ୍ୟରେ ସେ ମିଡ଼ିଆ ସହ କଥାବାର୍ତ୍ତା କରିଥିଲେ। ବଲିଉଡ୍‌ରେ କାହିଁକି ଫିଲ୍ମ ଚାଲୁ ନାହିଁ, ଏହା ଉପରେ ସଲମାନ ଏକ କଡ଼ା ସତ କଥାଟିଏ କହି ଦେଇ ଥିଲେ। ସେ କହିଥିଲେ , ଯେଉଁ ଫିଲ୍ମ ଚାଲୁ ନାହିଁ , ଏହାର ଅର୍ଥ ତାହା ଖରାପ। 

ସଲମାନ ଖାନଙ୍କୁ ଯେତେବେଳେ ବଲିଉଡ୍‌ର ଖରାପ ଫେଜ୍‌ ବିଷୟରେ ପଚରା ଗଲା ତ ସେ କହିଲେ , ଯେତେବେଳେ ଏତେ ଖରାପ ଫିଲ୍ମ ତିଆରି ହେଉଛି ତ ଫ୍ଲପ୍‌ ହିଁ ହେବ। ଏଥିରେ ମୋର ଫିଲ୍ମ ବି ସାମିଲ ଅଛି। ଯଦି ନଚାଲେ ତ ଏହାର ଅର୍ଥ ଯେ ଏହି ଖରାପ ଫିଲ୍ମ। ଯଦି ଚାଲେ ତ ଭଲ। 

ସଲମାନ ଫିଲ୍ମ ନଚାଲିବା ନେଇ ନିଜକୁ ମଧ୍ୟ ଦାୟୀ କରାଇଛନ୍ତି। ସେ କହିଛନ୍ତି , ଥିଏଟରରେ ଷ୍ଟାର ହିଁ ପୋଷ୍ଟରରେ ଦେଖା ଦେଇଥାଏ । ଯଦି ଫିଲ୍ମ ନଚାଲେ ତ, ତା ଉପରେ ବି ବ୍ଲେମ୍‌ ଆସିବା ଉଚିତ୍‌। 

ସଲମାନ ନିଜର ମତ ରଖିଛନ୍ତି କି, ଫିଲ୍ମ କାହିଁକି ଚାଲିବନି। ଲେଖକ ତାଙ୍କ ପାଇଁ ଫିଲ୍ମ ଲେଖୁଛନ୍ତି। ତାଙ୍କର ପ୍ରତିଯୋଗିତା ଡାଇରେକ୍ଟରଙ୍କ ସହ। ଜଣେ ପ୍ରଡ୍ୟୁସରର ଅନ୍ୟ ପ୍ରଡ୍ୟୁସର ସହ। ଯେକେହି ଅନ୍ୟକୁ ଏହା ଦେଖାଇବାକୁ ଚାହେଁ କି ଫିଲ୍ମ କେମିତି ତିଆରି ହୁଏ। ଆପଣଙ୍କୁ ଫିଲ୍ମରେ ଦର୍ଶକଙ୍କ ପାଇଁ ତିଆରି ହେବା ଉଚିତ। ଏମିତି ଫିଲ୍ମ କରିବାର ଅଛି , ଆପଣ ପ୍ରଥମ ଧାଡ଼ିରେ ବସି ଫିଲ୍ମ ଉପଭୋଗ କରୁଥିବ। 

ସଲମାନଙ୍କ ଆଗାମୀ ଫିଲ୍ମ କଥା ଯଦି କହିବା , ଏବେ ଫ୍ଲୋରକୁ ଆସିବାକୁ ଯାଉଛି ଖୁବ୍‌ ଚର୍ଚ୍ଚିତ ଫିଲ୍ମ ସିକନ୍ଦର। ସଲମାନ ଖାନ ଓ ରଶ୍ମିକା ମନ୍ଦାନାଙ୍କର ଫିଲ୍ମ ‘ସିକନ୍ଦର’ର ଟ୍ରେଲର ଗତ ରବିବାର ରିଲିଜ ହୋଇ ସାରିଛି। ଫିଲ୍ମରେ ଭରପୂର ଆକ୍ସନ ସିନ୍‌ ସହ ରୋମାନ୍ସ ଓ ଥ୍ରୀଲରରେ ଭରା ଏହି ଫିଲ୍ମରେ ଖୁବ୍ ଡ୍ରାମା ରହିଛି। ମୋଟାମୋଟି ଭାବେ କହିବାକୁ ଗଲେ, ବଲିଉଡ୍‌ର ଭାଇଜାନ ଈଦ୍‌ରେ ନିଜର ପ୍ରଶଂସକଙ୍କ ପାଇଁ ଖୁବ୍‌ ଖାସ୍‌ ଉପହାର ନେଇ ଆସୁଛନ୍ତି। ଫିଲ୍ମଟି  ୩୦ ମାର୍ଚ୍ଚରେ  ହଲ୍‌ରେ ରିଲିଜ୍‌ ହେବାକୁ ଯାଉଥିବା ସୂଚନା ରହିଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.