ମୁମ୍ୱାଇ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଅନ୍ଦାଜ ପୂରା ଅଲଗା। ସେ କୌଣସି କଥାରୁ ବୁଲେଇ ବଙ୍କେଇ ନକହି ସିଧା ସିଧା କହିବାକୁ ପସନ୍ଦ କରନ୍ତି। ତାଙ୍କର ଫିଲ୍ମ ‘ସିକନ୍ଦର’ ୩୦ ମାର୍ଚ୍ଚରେ ରିଲିଜ୍‌ ହେବାକୁ ଯାଉଛି। ଏହି ମଧ୍ୟରେ ସେ ମିଡ଼ିଆ ସହ କଥାବାର୍ତ୍ତା କରିଥିଲେ। ବଲିଉଡ୍‌ରେ କାହିଁକି ଫିଲ୍ମ ଚାଲୁ ନାହିଁ, ଏହା ଉପରେ ସଲମାନ ଏକ କଡ଼ା ସତ କଥାଟିଏ କହି ଦେଇ ଥିଲେ। ସେ କହିଥିଲେ , ଯେଉଁ ଫିଲ୍ମ ଚାଲୁ ନାହିଁ , ଏହାର ଅର୍ଥ ତାହା ଖରାପ। 

ସଲମାନ ଖାନଙ୍କୁ ଯେତେବେଳେ ବଲିଉଡ୍‌ର ଖରାପ ଫେଜ୍‌ ବିଷୟରେ ପଚରା ଗଲା ତ ସେ କହିଲେ , ଯେତେବେଳେ ଏତେ ଖରାପ ଫିଲ୍ମ ତିଆରି ହେଉଛି ତ ଫ୍ଲପ୍‌ ହିଁ ହେବ। ଏଥିରେ ମୋର ଫିଲ୍ମ ବି ସାମିଲ ଅଛି। ଯଦି ନଚାଲେ ତ ଏହାର ଅର୍ଥ ଯେ ଏହି ଖରାପ ଫିଲ୍ମ। ଯଦି ଚାଲେ ତ ଭଲ। 

ସଲମାନ ଫିଲ୍ମ ନଚାଲିବା ନେଇ ନିଜକୁ ମଧ୍ୟ ଦାୟୀ କରାଇଛନ୍ତି। ସେ କହିଛନ୍ତି , ଥିଏଟରରେ ଷ୍ଟାର ହିଁ ପୋଷ୍ଟରରେ ଦେଖା ଦେଇଥାଏ । ଯଦି ଫିଲ୍ମ ନଚାଲେ ତ, ତା ଉପରେ ବି ବ୍ଲେମ୍‌ ଆସିବା ଉଚିତ୍‌। 

ସଲମାନ ନିଜର ମତ ରଖିଛନ୍ତି କି, ଫିଲ୍ମ କାହିଁକି ଚାଲିବନି। ଲେଖକ ତାଙ୍କ ପାଇଁ ଫିଲ୍ମ ଲେଖୁଛନ୍ତି। ତାଙ୍କର ପ୍ରତିଯୋଗିତା ଡାଇରେକ୍ଟରଙ୍କ ସହ। ଜଣେ ପ୍ରଡ୍ୟୁସରର ଅନ୍ୟ ପ୍ରଡ୍ୟୁସର ସହ। ଯେକେହି ଅନ୍ୟକୁ ଏହା ଦେଖାଇବାକୁ ଚାହେଁ କି ଫିଲ୍ମ କେମିତି ତିଆରି ହୁଏ। ଆପଣଙ୍କୁ ଫିଲ୍ମରେ ଦର୍ଶକଙ୍କ ପାଇଁ ତିଆରି ହେବା ଉଚିତ। ଏମିତି ଫିଲ୍ମ କରିବାର ଅଛି , ଆପଣ ପ୍ରଥମ ଧାଡ଼ିରେ ବସି ଫିଲ୍ମ ଉପଭୋଗ କରୁଥିବ। 

ସଲମାନଙ୍କ ଆଗାମୀ ଫିଲ୍ମ କଥା ଯଦି କହିବା , ଏବେ ଫ୍ଲୋରକୁ ଆସିବାକୁ ଯାଉଛି ଖୁବ୍‌ ଚର୍ଚ୍ଚିତ ଫିଲ୍ମ ସିକନ୍ଦର। ସଲମାନ ଖାନ ଓ ରଶ୍ମିକା ମନ୍ଦାନାଙ୍କର ଫିଲ୍ମ ‘ସିକନ୍ଦର’ର ଟ୍ରେଲର ଗତ ରବିବାର ରିଲିଜ ହୋଇ ସାରିଛି। ଫିଲ୍ମରେ ଭରପୂର ଆକ୍ସନ ସିନ୍‌ ସହ ରୋମାନ୍ସ ଓ ଥ୍ରୀଲରରେ ଭରା ଏହି ଫିଲ୍ମରେ ଖୁବ୍ ଡ୍ରାମା ରହିଛି। ମୋଟାମୋଟି ଭାବେ କହିବାକୁ ଗଲେ, ବଲିଉଡ୍‌ର ଭାଇଜାନ ଈଦ୍‌ରେ ନିଜର ପ୍ରଶଂସକଙ୍କ ପାଇଁ ଖୁବ୍‌ ଖାସ୍‌ ଉପହାର ନେଇ ଆସୁଛନ୍ତି। ଫିଲ୍ମଟି  ୩୦ ମାର୍ଚ୍ଚରେ  ହଲ୍‌ରେ ରିଲିଜ୍‌ ହେବାକୁ ଯାଉଥିବା ସୂଚନା ରହିଛି।