ମୁମ୍ବାଇ ୨୨/୧୨: ନିକଟରେ ଦକ୍ଷିଣ ଅଭିନେତ୍ରୀ ନିଧି ଅଗ୍ରୱାଲ ଏକ ଭିଡ଼ରେ ଫସି ଯାଇଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ ଅଭିନେତ୍ରା ସାମନ୍ଥା ରୁଥ୍ ପ୍ରଭୁଙ୍କ ସହିତ ସମାନ ଘଟଣା ଘଟିଛି। ସାମନ୍ଥା ନିକଟରେ ଏକ ଷ୍ଟୋର ଲଞ୍ଚ ଇଭେଣ୍ଟରେ ଯୋଗ ଦେଇଥିଲେ। ଫେରିବା ସମୟରେ ସାମନ୍ଥାଙ୍କୁ ଫ୍ୟାନ୍ସ ଘେରି ଯାଇଥିଲା।

ସାମନ୍ଥା ହାଇଦ୍ରାବାଦରେ ଏକ ଷ୍ଟୋର ଲଞ୍ଚ ଇଭେଣ୍ଟରେ ଯୋଗ ଦେଇଥିଲେ। ଏହି ସମୟରେ ତାଙ୍କୁ ଏକ ସିଲ୍କ ଶାଢ଼ି ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ଇଭେଣ୍ଟର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗୋଟିଏ ଭିଡିଓରେ, ସାମଙ୍କୁ ଫ୍ୟାନ୍ସ ଘେରି ରହିଥିବାର ଦେଖିବାକୁ ମିଳୁଛି। ଯେତେବେଳେ ସେ ଇଭେଣ୍ଟ ଛାଡି ତାଙ୍କ କାର ଭିତରକୁ ଯିବାକୁ ଚେଷ୍ଟା କରିଛନ୍ତି, ସେତେବେଳେ ସେ ଭିଡ଼ ଭିତରେ ବ୍ୟସ୍ତ ହୋଇଯାଇଛନ୍ତି। ଏହି ସମୟରେ ତାଙ୍କ ଶାଢ଼ି କାନି ଟାଣି ହୋଇଯାଇଛି।

 

ଏହାପରେ ସାମ୍ ଭିଡ଼ରୁ ନିଜକୁ ରକ୍ଷା କରି ତାଙ୍କ ଗାଡ଼ି ଭିତରକୁ ଯାଇଛନ୍ତି। ତେବେ ଏହି ଭାଇରାଲ୍ ଭିଡିଓ ଉପରେ ଅନେକ ନେଟିଜେନ୍ସ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଲେଖିଛନ୍ତି, "ପ୍ରଶଂସକମାନେ କାହିଁକି ଏତେ ଅଜବ ହୋଇଯାଉଛନ୍ତି?" ଆଉ ଜଣେ ଲେଖିଛନ୍ତି, "ଏମାନେ ପଶୁ ପରି କାହିଁକି ବ୍ୟବହାର କରୁଛନ୍ତି?"