ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଦୁର୍ଦ୍ଦାନ୍ତ ଅପରାଧିକୁ ସମ୍ବଲପୁର ପୋଲିସର ଏନକାଉଣ୍ଟର, ସୀତାରାମ ଷଡ଼ଙ୍ଗୀ ନାଁରେ ୨୫ରୁ ଉର୍ଦ୍ଧ୍ବ ମାମଲା

Published By : Swapna Ray | April 13, 2025 8:41 AM

ସମ୍ୱଲପୁର, ୧୩।୪: ସମ୍ବଲପୁର ପୋଲିସର ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧି ସୀତାରାମ ଷଡ଼ଙ୍ଗୀକୁ ଏନକାଉଣ୍ଟର କଲା ସମ୍ବଲପୁର ଗୋବିନ୍ଦପୁର ଥାନା ପୋଲିସ । ଗୋବିନ୍ଦପୁର ଥାନା ରଙ୍ଗଟିକିରା ଗାଁ ନିକଟରେ ଏନକାଉଣ୍ଟର କଲା ପୋଲିସ । ଭୋର ୫ଟା ୧୫ ସମୟରେ ଏନକାଉଣ୍ଟର କରିଛି ପୋଲିସ । ସୀତାରାମ ନାଁରେ ଡକାୟତି, ଚୋରି, ହତ୍ଯା ଉଦ୍ଯମ ପରି ୨୫ରୁ ଉର୍ଦ୍ଧ୍ବ ମାମଲା ରହିଛି । 

ପୋଲିସ ରବିବାର ସକାଳେ ଗିରଫ କରିବାକୁ ଯାଇଥିବାବେଳେ ଗିରଫଦାରୀ ଏଡ଼ାଇବାକୁ ଯାଇ ପୋଲିସ ଉପରକୁ ଗୁଳି ଚାଳନା କରିଥିଲା । ଫଳରେ ପୋଲିସ ଆତ୍ମରକ୍ଷା କରିବା ସହ ଏନକାଉଣ୍ଟର କରିଛି । ସୀତାରାମର ବାମ ଗୋଡରେ ଗୁଳି ବାଜିଥିବାବେଳେ ପ୍ରଥମେ କୁଚିଣ୍ଡା ଓ ପରେ ଭୀମସାରରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତଠାରୁ ଗୋଟିଏ ବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି, ୨ଟି ଖୋକା, ୧ଲକ୍ଷ ଟଙ୍କା, ଗୋଟିଏ ବାଇକ ଜବତ କରିଛି ପୋଲିସ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.