ପ୍ରମୂଖ ଖବର
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ବିଭିନ୍ନ ଉନ୍ନତିମୂଳକ କାମ ଠପ୍ ପ୍ରସଙ୍ଗ , ୯ ଦିନରେ ପହଞ୍ଚିଲା ସମିତି ସଭ୍ୟସଭ୍ୟା ଓ କାଉନସିଲରଙ୍କ ଧାରଣା

Published By : Suraj Kumar | July 5, 2025 4:09 PM

ପାଟଣାଗଡ଼ ୫/୭ (ଆପ୍ର) ପାଟଣାଗଡ଼ ବ୍ଳକରେ ସମିତି ସଭ୍ୟସଭ୍ୟା ଓ ଏନ୍ଏସି ରେ କାଉନସିଲର ମାନଙ୍କ ଆନ୍ଦୋଳନ ନବମ ଦିନରେ ପହଞ୍ଚିଛି । ଏହି ଆନ୍ଦୋଳନ ଧିରେ ଧିରେ ଉଗ୍ରରୂପ ନେଉଛି । ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ସମିତି ସଭ୍ୟସଭ୍ୟା ମାନେ ଶନିବାର ବ୍ଳକ କାର୍ଯ୍ୟାଳୟକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରିଦେଇଥିଲେ । ପରେ ଆନ୍ଦୋଳନ କାରିମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଥିଲେ ।  ଯାହାଫଳରେ ବିଡ଼ିଓ ସୁମନ ମିଞ୍ଜ ଙ୍କ ସମେତ ବ୍ଳକର ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ମାନେ ଅଫିସ ବାହାରେ ବସିରହିଥିଲେ । ଅପରପକ୍ଷରେ ୯ ଦିନ ହେଲା ସରକାରୀ କାର୍ଯ୍ୟ ବ୍ଳକ ଓ ଏନ୍ଏସିରେ ସମ୍ପୁର୍ଣ୍ଣ ଭାବେ ଠପ୍ ହୋଇପଡିଥିବାରୁ ଲୋକଙ୍କ କୈ।ଣସି କାମ ହୋଇ ପାରୁନାହିଁ । ଯାହାଫଳରେ ବିଭିନ୍ନ କାମପାଇଁ ବ୍ଳକ ଓ ଏନ୍ଏସି କୁ ଆସୁଥିବା ମହିଳା ଓ ପୁରୁଷ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଘରକୁ ଫେରୁଥିବାର ଦେଖିବାକୁ ମିଳୁଛି ।

ଏହି ଧାରଣାରେ ବ୍ଳକ ଉପାଧ୍ୟକ୍ଷା ଲକ୍ଷ୍ମୀ ମାଝୀଙ୍କ ସମେତ ସମିତି ସଭ୍ୟସଂଘ ସଭାପତି ଗୋବିନ୍ଦ ମେହେର, ଫଟାମୁଣ୍ଡା ସମିତି ସଭ୍ୟ ଜୟନ୍ତ କୁମ୍ଭାର ଙ୍କ ସମେତ ଅନ୍ୟ ସମିତି ସଭ୍ୟସଭ୍ୟାମାନେ ଧାରଣାରେ ବସିଥିଲେ । ସେହିପରି ଏନ୍ଏସି କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଜାରୀ ରହିଥିବା ବେଳେ ଅଧ୍ୟକ୍ଷା ମାନସୀ ବିଶ୍ଵାଳଙ୍କ ସମେତ ଅନ୍ୟ ୧୧ ଜଣ କାଉନସିଲର ଧାରଣାରେ ବସିଛନ୍ତି। 

ପ୍ରକାଶ ଥାଉକି,ଗତ ଆଠ ମାସ ହେଲା ବ୍ଳକ ଓ ଏନ୍ଏସି ଅଞ୍ଚଳରେ ସମସ୍ତ ପ୍ରକାର ଉନ୍ନୟନମୂଳକ କାମ ଠପ୍ ହୋଇଯାଇଛି। ଏନେଇ ସମିତି ସଭ୍ୟସଭ୍ୟା ଓ କାଉନସିଲର ମାନେ ବିଡ଼ିଓ, ଏନ୍ଏସି ଇଓ, ଉପଜିଲ୍ଲାପାଳ, ପରିଶେଷରେ ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ କରି ନିରାଶ ହେବାପରେ ଆନ୍ଦୋଳନକୁ ଓହ୍ଲେଇ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.