ଲାହୋର,୨୬/୦୮: ଆଗାମୀ ମହିଳା ଦିନିକିଆ ବିଶ୍ୱକପ୍ ପାଇଁ ପାକିସ୍ତାନ ଦଳ ଘୋଷଣା ହୋଇଛି । ଅଲରାଉଣ୍ଡର ଫାତିମା ସାନାଙ୍କୁ ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଛି । ସେ ପ୍ରଥମ ଥର ମହିଳା ଦିନିକିଆ ବିଶ୍ୱକପ୍ରେ ନେତୃତ୍ୱ ଦେବାକୁ ଯାଉଛନ୍ତି । ଯୁବା ବ୍ୟାଟର ଆଇମାନ ଫାତିମା ପ୍ରଥମ ଥର ସୁଯୋଗ ପାଇଥିବାବେଳେ ସଦାଫ ଶମାସ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ବିଶ୍ୱକପ୍ ପାଇଁ ଘୋଷିତ ୧୫ଜଣିଆ ଦଳ ଆସନ୍ତା ମାସ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ମ୍ୟାଚ୍ ବିଶିଷ୍ଟ ଘରୋଇ ଦିନିକିଆ ସିରିଜ ଖେଳିବ । ଏହି ସିରିଜ ସେପ୍ଟେମ୍ବର ୧୬ତାରିଖରୁ ଆରମ୍ଭ ହେବ । ଏଥର ଭାରତ ମହିଳା ଦିନିକିଆ ବିଶ୍ୱକପ୍ ଆୟୋଜନ କରୁଛି । ମାତ୍ର ଉଭୟ ବୋର୍ଡର ଚୁକ୍ତି ଅନୁଯାୟୀ ପାକିସ୍ତାନ ଦଳ ତା’ର ସମସ୍ତ ମ୍ୟାଚ୍ କଲମ୍ବୋରେ ଖେଳିବ । ଆଗାମୀ ସେପ୍ଟେମ୍ବର ୩୦ରୁ ବିଶ୍ୱକପ୍ ଆରମ୍ଭ ହେବ । ପାକିସ୍ତାନ ଦଳ ଅକ୍ଟୋବର ୨ ତାରିଖରେ ବାଂଲାଦେଶ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।
ପାକିସ୍ତାନ ଦଳ: ଫାତିମା ସାନା (ଅଧିନାୟିକା), ମୁନିବା ଅଲି (ଉପ ଅଧିନାୟିକା), ଆଲିୟା ରିୟାଜ, ଡାଏନା ବେଗ, ଆଇମାନ ଫାତିମା, ନଶ୍ରା ସାନ୍ଧୁ, ନତାଲିଆ ପରଭେଜ, ଓମାଇମା ସୋହେଲ, ରାମିନ ଶମିମ, ସଦାଫ ଶମାସ, ସାଦିଆ ଇକବାଲ, ଶୱାଲ ଜୁଲଫିକର, ସିଦ୍ରା ଅମିନ, ସିଦ୍ରା ନୱାଜ, ସୟଦା ଆରୂବ ଶାହ ।