ନୂଆଦିଲ୍ଲୀ ୨୭/୦୨: ମହାକୁମ୍ଭରେ ସନାତନୀ ମହାଘଡ଼ି ଚର୍ଚ୍ଚାରେ ରହିଥିଲା ।  ଏହାକୁ ପ୍ରୟାଗରାଜର କିଡ୍‌ଗଞ୍ଜ ବାସିନ୍ଦା ପବନ  ଶ୍ରୀବାସ୍ତବ ପ୍ରସ୍ତୁତ  କରିଛନ୍ତି । ନାମ ଦେଇଛନ୍ତି ପ୍ରମୁଦ ଘଟିକା । ଏଥିରେ ପୌରାଣିକ ସମୟ ମାପିବାର ଏକକ ଯଥା  ପ୍ରହର, ମୁହୂର୍ତ୍ତ  ସହିତ ଆଧୁନିକ ସମୟ ମାପିବାର ଏକକ ଘଣ୍ଟା, ମିନିଟ୍‌କୁ ଏକସଙ୍ଗରେ  ଦର୍ଶାଯାଇଛି ।

ପବନ ଶ୍ରୀବାସ୍ତବ କହିଛନ୍ତି, ଏହା ହେଉଛି  ସନାତନୀ ଘଡି । ଅଦ୍ୟାବଧି ମହାକୁମ୍ଭରେ ମୁଁ ଏକ ଲକ୍ଷ  ଟଙ୍କାରୁ ଅଧିକ ମୂଲ୍ୟର ପ୍ରମୁଦ ଘଟିକା ବିକ୍ରି କରିଛି ।  ନିଜ ଆପଣାର ଲୋକଙ୍କୁ ଉପହାର ଦେବା ଲାଗି ଲୋକେ  ମେଳା କ୍ଷେତ୍ରରୁ ଏହାକୁ କିଣୁଥିବା ସେ ପ୍ରକାଶ କରିଛନ୍ତି ।