ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଏବେ ପୌର ଏବଂ ନଗର ନିଗମ ନିର୍ବାଚନ ପାଇଁ ରାଜନୀତି ଉଷ୍ଣ । ଏହି ସମୟରେ ପ୍ରଚୁର ଅର୍ଥ ବ୍ୟବହୃତ ହେଉଥିବା ଅଭିଯୋଗ ଆଣିଛନ୍ତି ଶିବସେନା(ୟୁବିଟି) ନେତା ସଞ୍ଜୟ ରାଓ୍ବତ । ନିର୍ବାଚନ ପ୍ରଚାର ସମୟରେ ସେ ଆର୍ଥିକ କାରବାରକୁ ତୀବ୍ର ସମାଲୋଚନା କରିଛନ୍ତି। ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଏବଂ ମହାୟୁତି ସରକାର ଏକ ବିଶାଳ ଟଙ୍କାର ଖେଳ ଖେଳୁଛନ୍ତି । ଏଥିରେ ନିର୍ବାଚନ କମିଶନ ହସ୍ତକ୍ଷେପ କରିବା ଉଚିତ। ସଞ୍ଜୟ ରାଓ୍ବତ ଏହା ମଧ୍ୟ କହିଛନ୍ତି ଯେ, ସିନ୍ଦେ ଗୋଷ୍ଠୀ ବିଜେପି ଦ୍ୱାରା ସୃଷ୍ଟି ହୋଇଛି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଟଙ୍କା ସହିତ ରାଜନୀତି କରିବା ଗଣତନ୍ତ୍ର ପାଇଁ ବିପଦ।
ଦଳ ଛାଡିବେ ଏକନାଥ ସିନ୍ଦେଙ୍କ ୩୫ ବିଧାୟକ-ସଞ୍ଜୟ ରାଓ୍ବତ
ମହାରାଷ୍ଟ୍ରରେ ନିର୍ବାଚନୀ ପରିବେଶ ଜାରି ରହିଥିବା ବେଳେ, ମହାୟୁତି ଦଳ ଗୁଡ଼ିକ ମଧ୍ୟରେ ବିବାଦ ବୃଦ୍ଧି ପାଉଥିବା ଦେଖାଯାଉଛି। ବିଜେପି ରାଜ୍ୟ ସଭାପତି ରବିନ୍ଦ୍ର ଚହ୍ବାନ କହିଥିଲେ ଯେ, ତାଙ୍କୁ ଡିସେମ୍ବର ୨ ପର୍ଯ୍ୟନ୍ତ ମହାୟୁତିକୁ ଅକ୍ଷୁର୍ଣ୍ଣ ରଖିବାକୁ ପଡିବ। ଏହା ସୂଚାଇ ଦେଉଛି ଯେ ମେଣ୍ଟ ଭିତରେ ସବୁକିଛି ଠିକ୍ ନାହିଁ। ଏହି ସମୟରେ ସଞ୍ଜୟ ରାଓ୍ବତ ଦାବି କରିଛନ୍ତି ଯେ, ଏକନାଥ ସିନ୍ଦେଙ୍କ ୩୫ ବିଧାୟକ ଦଳ ଛାଡିବାକୁ ଯାଉଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ରବିନ୍ଦ୍ର ଚହ୍ବାନଙ୍କୁ ଏହି କାରଣରୁ ବିଜେପି ରାଜ୍ୟ ସଭାପତି ନିଯୁକ୍ତ କରାଯାଇଥିଲା। ଅସୁସ୍ଥତା ପରେ ପ୍ରଥମଥର ପାଇଁ ଗଣମାଧ୍ୟମକୁ ସଞ୍ଜୟ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ।
ରୋଗ ଯୋଗୁଁ ରାଜନୀତିରୁ ଏକ ମାସ ଧରି ଅନୁପସ୍ଥିତ ରହିବା ପରେ, ଆଜି ସଞ୍ଜୟ ରାଓ୍ବତ ଗଣମାଧ୍ୟମ ସମ୍ମୁଖରେ ଉପସ୍ଥିତ ହୋଇଥିଲେ। ଉପସ୍ଥିତ ହେବା ପରେ ତୁରନ୍ତ ସେ ସିନ୍ଦେ ଗୋଷ୍ଠୀ ଏବଂ ବିଜେପି ଉପରେ କଠୋର ଆକ୍ରମଣ କରିଥିଲେ
ସିନ୍ଦେଙ୍କ ୩୫ ବିଧାୟକ ଦଳ ଛାଡ଼ିବେ…
ଯେତେବେଳେ ଗଣମାଧ୍ୟମର ପ୍ରତିନିଧି ମାନେ ସଞ୍ଜୟ ରାଓ୍ବତଙ୍କୁ ପଚାରିଥିଲେ ଯେ, ସିନ୍ଦେ ଶିବସେନା ଏବଂ ବିଜେପି ମଧ୍ୟରେ ନିର୍ବାଚନୀ ପ୍ରତିଯୋଗିତା କିଭଳି ଦେଖୁଛନ୍ତି ? ସେ କଡ଼ା ଉତ୍ତର ଦେଇଥିଲେ, "ଆମେ ସିନ୍ଦେଙ୍କ ଦଳକୁ ଶିବସେନା ଭାବରେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ସିନ୍ଦେ ଭାବନ୍ତି ଯେ ଦିଲ୍ଲୀର ଦୁଇଜଣ ନେତା ତାଙ୍କ ସହିତ ଅଛନ୍ତି, କିନ୍ତୁ ସେ କାହାର ନୁହଁନ୍ତି।