ଚେନ୍ନାଇ,୦୫/୦୭: ଆଗାମୀ ଆଇପିଏଲ୍‌ ଡ୍ରାଫ୍ଟ ପାଇଁ ସବୁ ଫ୍ରାଞ୍ଚାଇଜ୍‌ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମିନି ନିଲାମ ପୂର୍ବରୁ ଖେଳାଳି ଅଦଳ ବଦଳ ହେବ ।  ବର୍ତ୍ତମାନ ସବୁ ଫ୍ରାଞ୍ଚାଇଜଙ୍କ ନଜର ରାଜସ୍ଥାନ  ରୟାଲ୍ସ ଉପରେ ରହିଛି । ଅତି କମ୍‌ରେ  ୬ଜଣ ରାଜସ୍ଥାନ ରୟାଲ୍ସ ଖେଳାଳିଙ୍କ ପ୍ରତି  ବାକି ଫ୍ରାଞ୍ଚାଇଜ ଆଗ୍ରହ ଦେଖାଇଛନ୍ତି ।  ଅଧିନାୟକ ସଞ୍ଜୁ ସାମସନଙ୍କୁ ନେବା ପାଇଁ  ଚେନ୍ନାଇ ସୁପରକିଙ୍ଗ୍‌ସ ଆଗ୍ରହୀ ଥିବା ପୂର୍ବରୁ ପ୍ରକାଶ କରିସାରିଛି । ପ୍ରାଥମିକ  ପର୍ଯ୍ୟାୟରୁ ଯାହା ଜଣା ପଡ଼ୁଛି, ରାଜସ୍ଥାନ  ରୟାଲ୍ସ ମଧ୍ୟ ଚେନ୍ନାଇ ସୁପରକିଙ୍ଗ୍‌ସ  ଖେଳାଳି ରବିନ୍ଦ୍ର ଜାଡ଼େଜାଙ୍କ  ପ୍ରତି ଆଗ୍ରହୀ ରହିଛି । ଉଭୟ  ଫ୍ରାଞ୍ଚାଇଜ ଆପୋଶ ବୁଝାମଣା  କରି ଉଭୟ ଖେଳାଳିଙ୍କୁ ଅଦଳ  ବଦଳ କରିପାରନ୍ତି । ମାତ୍ର ଏ ପ୍ରସଙ୍ଗରେ ଉଭୟ ଫ୍ରାଞ୍ଚାଇଜ୍‌  ଚୁପ୍‌ ରହିଛନ୍ତି । 

ସୂଚନାଯୋଗ୍ୟ,  ମହେନ୍ଦ୍ର ସିଂହ ଧୋନିଙ୍କ  ବଦଳରେ ସୁପରକିଙ୍ଗ୍‌ସ ଜଣେ  ଦକ୍ଷ ୱିକେଟ୍‌ କିପର ଓ ବ୍ୟାଟର ଚାହୁଁଛି ।  ଯିଏକି ଦଳର ନେତୃତ୍ୱ ନେଇ ପାରିବେ ।  ସାମସନ ଏଥିପାଇଁ ଉପଯୁକ୍ତ ପ୍ରାର୍ଥୀ ।  କୋଲକାତା ନାଇଟ ରାଇଡର୍ସ ମଧ୍ୟ  ସାମସନଙ୍କୁ ନେବା ପାଇଁ ଯୋଜନା ଚଳାଇଛି।