ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଅଫିସ ପାଇଁ ପ୍ରପର୍ଟି କିଣିଲେ ସାରା, ଦାମ୍‌ ଜାଣିଲେ ଉଡିଯିବ ହୋସ୍

Published By : Anindita Ratha | October 17, 2024 12:46 PM

ମୁମ୍ବାଇ,୧୭/୧୦: ସାରା  ଅଲି ଖାନ ଖୁବ୍ କମ ଦିନ ଭିତରେ ବଲିଉଡ ର ଜଣେ ଶ୍ରେଷ୍ଠ ଅଭିନେତ୍ରୀ ତାଲିକାରେ ସାମିଲ ହୋଇପାରିଛନ୍ତି। ସାରା ଚଳଚ୍ଚିତ୍ର ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ରେ ପର୍ଯ୍ୟନ୍ତ ସବୁଥିରେ ଖୁବ ସକ୍ରିୟ ନଜର ଆସନ୍ତି। ଅଭିନୟ ତଥା ସ୍ମାର୍ଟନେସ୍‌ ପାଇଁ ଜଣାଶୁଣା ଏହି ଅଭିନେତ୍ରୀ ବର୍ତ୍ତମାନ ମୁମ୍ବାଇରେ ନିଜର ଏକ  ପ୍ରପର୍ଟି କିଣିଥିବା କୁହାଯାଉଛି ।।ସାରା ମୁମ୍ବାଇର ଆନ୍ଧେରି ୱେଷ୍ଟରେ ଦୁଇଟି ଅଫିସ୍ ସ୍ପେସ୍ କିଣିଛନ୍ତି। ଯାହାର ମୂଲ୍ୟ ଆପଣଙ୍କୁ ଚକିତ କରି ଦେବ । 

ତେବେ ସୈଫ ଅଲି ଖାନଙ୍କ ଲାଡଲୀ ସାରା ମୁମ୍ବାଇର ଆନ୍ଧେରି ୱେଷ୍ଟରେ ୨୨.୨୬ କୋଟିରେ  ଅଫିସ ପାଇଁ  ଦୁଇଟି ପ୍ରପର୍ଟି କିଣିଛନ୍ତି। ସେ କିଣିଥିବା ଅଫିସ୍ ସ୍ପେସ୍‌ ଚୁକ୍ତି ମୂଲ୍ୟ ୧୧.୧୩ କୋଟି ଟଙ୍କା । ସାରା ଏଥିପାଇଁ ପ୍ରାୟ ୬୬.୮ ଲକ୍ଷ ଟଙ୍କା ଷ୍ଟାମ୍ପ ଡ୍ୟୁଟି ଦେଇଛନ୍ତି। ପ୍ରତ୍ୟେକ ୟୁନିଟର କ୍ଷେତ୍ର ପ୍ରାୟ ୨.୦୯୯ ବର୍ଗଫୁଟ ହୋଇଥିବାବେଳେ କାର୍ପେଟର କ୍ଷେତ୍ର ୧୯୦୫ ବର୍ଗଫୁଟ । ଏହି ଅଫିସ୍ ସ୍ପେସ୍ ଗୁଡିକରେ ତିନୋଟି କାର୍ ପାର୍କିଂର ସୁବିଧା ମଧ୍ୟ ଅଛି । ଏହା ୧୦ ଅକ୍ଟୋବର ୨୦୨୪ରେ ପଞ୍ଜୀକୃତ ହୋଇଥିଲା । 

ସୂଚନାଯୋଗ୍ୟ ଯେ, ସାରା ପ୍ରଥମ ଥର ପାଇଁ ଏଭଳି ଅଫିସ୍ ସ୍ପେସ୍‌ କିଣି ନାହାନ୍ତି। ଗତ ବର୍ଷ ସାରା ଏବଂ ତାଙ୍କ ମା ଅମୃତା ସିଂ ଉକ୍ତ କୋଠାର ଚତୁର୍ଥ ମହଲାରେ ଏକ ଅଫିସ୍ ସ୍ପେସ୍‌ କିଣିଥିଲେ । ଯାହାର ମୂଲ୍ୟ ୯ କୋଟି ଟଙ୍କା ଥିଲା। ସେହି ସମ୍ପତ୍ତିରେ ତିନୋଟି କାର୍ ପାର୍କିଂ ସ୍ଥାନ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା । ସାରାଙ୍କ ଏହି ଖବର ତାଙ୍କ ପ୍ରଶଂସକଙ୍କୁ ବହୁତ ଉତ୍ସାହିତ କରିଛି | ସେ ତାଙ୍କ ସଫଳତା ପାଇଁ ବହୁତ ଖୁସି ଏବଂ ତାଙ୍କୁ ବହୁତ ପ୍ରଶଂସା ମଧ୍ୟ କରୁଛନ୍ତି ।  ତେବେ ଏପର୍ଯ୍ୟନ୍ତ ସାରା ଏବଂ ତାଙ୍କ ମା’ଙ୍କଠାରୁ କୌଣସି ଅଫିସିଆଲ ବିବୃତ୍ତି ଆସିନାହିଁ। ବର୍ତ୍ତମାନ ସାରା ଅଲି ଖାନ ତାଙ୍କ କାର୍ଯ୍ୟାଳୟ ମାଧ୍ୟମରେ ତାଙ୍କର ସମସ୍ତ କାର୍ଯ୍ୟ ଉପରେ ନଜର ରଖିବାକୁ ଯାଉଛନ୍ତି ।












Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.