ବୌଦ୍ଧ,୧୦/୧(ଆପ୍ର): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସରସରା ଗ୍ରାମରେ ଥିବା ପୋଷ୍ଟ ଅଫିସରେ ଜମାଖାତାରୁ ଟଙ୍କା ଗାଏବ ହେବା ଘଟଣାରେ ସରସରା ସବ୍ ପୋଷ୍ଟ ମାଷ୍ଟର ନିରଂଜନ ବେହେରାଙ୍କୁ ଗିରଫ କରିଛି ବୌଦ୍ଧ ପୁଲିସ । ଏନେଇ ବୌଦ୍ଧ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ଏସଡିପିଓ ଲରେନ୍ ରାଉତ ରାୟ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ସରସରା ଗ୍ରାମରେ ଥିବା ଉପ ଡାକଘରେ ଅଞ୍ଚଳର ଅନେକ ଲୋକ ଟଙ୍କା ଜମା କରିଥିଲେ । ସେଥି ମଧ୍ୟରୁ ଅନେକ ଜମାକାରୀଙ୍କ ଟଙ୍କା ଜମା ଖାତା ରୁ ଗାଏବ ହୋଇଯାଇଥିଲା । ନେଇ ବୌଦ୍ଧ ପୁଲିସ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସବ୍ ପୋଷ୍ଟ ମାଷ୍ଟର ନିରଞ୍ଜନ ବେହେରାଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ଏଥିରେ ୧୪ ଲକ୍ଷ ୬୪ ହଜାର ଟଙ୍କା ହଡ଼ପ କରାଯାଇଛି । ବାକି ତଦନ୍ତ ପରେ କେତେ ଟଙ୍କା ହଡ଼ପ ହୋଇଛି ଜଣାପଡ଼ିବ । ପୋଷ୍ଟ ମାଷ୍ଟର ଙ୍କ ସମସ୍ତ ଏକାଉଣ୍ଟ୍ କୁ ସିଜ୍ କରାଯାଇଛି ଓ ସେ ଟଙ୍କାକୁ ବିଭିନ୍ନ ଷ୍ଟକ୍ ମାର୍କେଟରେ ଲଗାଇ ଛନ୍ତି । ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ଥାନା ଅଧିକାରୀ ନଳିନୀ କାନ୍ତ ଦାସ ଉପସ୍ଥିତ ଥିଲେ ।