ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୩୦ ବର୍ଷ ପରେ ଶନିଙ୍କ ରାଜଯୋଗ: ବଦଳିବ ଏହି ରାଶିଙ୍କ ଭାଗ୍ୟ...

Published By : Harapriya Sethi | July 13, 2025 6:52 AM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟଅନୁସାରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିଥାନ୍ତି । ଏହା ଦ୍ୱାରା ଅନେକ ଶୁଭ ଯୋଗ, ରାଜଯୋଗର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ଶ୍ରାବଣ ମାସକୁ ଖୁବ ପବିତ୍ର ମାସ କୁହାଯାଏ । ଏହି ସମୟରେ ଶ୍ରଦ୍ଧାଳୁ ପ୍ରଭୁ ଶିବ ଶଙ୍କରଙ୍କୁ ଆରାଧନା କରିବା ସହ ଶୁଭଫଳ ପ୍ରାପ୍ତି ହୋଇଥାଏ । ଏହି ମାସରେ ପ୍ରଭୁଙ୍କ ପୂଜାର୍ଚ୍ଚନାର ଖୁବ୍‌ ମହତ୍ତ୍ୱ ମଧ୍ୟ ରହିଛି । ଜୁଲାଇ ୧୧ରୁ ଆରମ୍ଭ ହୋଇଛି ଶ୍ରାବଣ ମାସ । ଏହି ମାସର ଆରମ୍ଭରେ ପ୍ରୀତି ଯୋଗ, ଆୟୁଷ୍ମାନ ଯୋଗ, ଓ ଶିବ ଯୋଗ ହେବ । ବୃହସ୍ପତି ମଧ୍ୟ ଉଦୟ ହୋଇସାରିଛନ୍ତି । ଶନି ଓ ବୁଧଙ୍କ ଓଲଟା ଚଳନ ଫଳରେ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେବ । ଶନି ଦେବଙ୍କୁ ନ୍ୟାୟର ଦେବତା କୁହାଯାଏ । ଯେ କି ବ୍ୟକ୍ତିଙ୍କୁ କର୍ମ ଅନୁଯାୟୀ ଫଳ ପ୍ରଦାନ କରି ଥାନ୍ତି । ଶନି ସବୁଠାରୁ ଧିମା ଚଳନ ମଧ୍ୟ କରି ଥାନ୍ତି । ବର୍ତ୍ତମାନ ଶନି ମୀନ ରାଶିରେ ବିରାଜମାନ ରହିଛନ୍ତି । ୧୩ ଜୁଲାଇରେ ମୀନ ରାଶିରେ ଓଲଟା ଚଳନ କରିବେ । ଶନି ଓଲଟା ଚଳନ କରିବା ଦ୍ୱାରା ଏକ ଦୁର୍ଲ୍ଲଭ କେନ୍ଦ୍ର-ତ୍ରିକୋଣ ରାଜଯୋଗ ସୃଷ୍ଟି ହେବ । ଜାଣନ୍ତୁ କେଉଁ କେଉଁ ରାଶି ହେବେ ମାଲାମାଲ୍‌ ।

ବୃଷ- ଏହି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଅଟକି ଥିବା କାମରେ ସଫଳତା ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ନୂଆ ନୂଆ ସୁଯୋଗ ମିଳିବ ।

ମିଥୁନ- ଶୁଭଫଳ ମିଳିବ । ସକରାତ୍ମକ ପରିବର୍ତ୍ତନ ମିଳିବ । ହଠାତ୍‌ ଧନ ଲାଭ ହେବ ।

କନ୍ୟା- ନୂଆ କାମ ଆରମ୍ଭ କରିବେ । ବିଦେଶ ଯାତ୍ରାର ଯୋଗ ରହିଛି । ଧନ ଲାଭ ହେବ ।

ତୁଳା- ସଫଳତା ମିଳିବ । ପଦନ୍ନୋତି ସହ ଦରମା ବୃଦ୍ଧି ହେବ । ପୁରୁଣା ରୋଗ ଦୂର ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ ।

ବିଛା- କର୍ମକ୍ଷେତ୍ର ଓ ବ୍ୟବସାୟରେ ବଡ ସଫଳତା ହାସଲ କରିବେ । ଆର୍ଥିକ ସ୍ଥିତି ମଜଭୁତ ହେବ । ପୁରୁଣା ଅଟକି ଥିବା କାମ ସଫଳ ହେବ । ପରିଶ୍ରମର ଫଳ ମିଳିବ ।

ଧନୁ- ସକରାତ୍ମକ ଫଳ ମିଳିବ । କଳହ ଦୂର ହହବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ନୂଆ ଗାଡି କିଣିବାର ଯୋଗ ରହିଛି ।

କୁମ୍ଭ- ଆୟରେ ବୃଦ୍ଧି ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଶୁଭଖବର ମିଳିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.