ଭୁବନେଶ୍ୱର, ୧୧/୦୨: ନୀଳାଦ୍ରି ବିହାର ସତ୍ୟବ୍ରତ ପ୍ରଧାନ ହତ୍ୟା କାଣ୍ଡ ମାମଲାରେ ଅଭିଯୁକ୍ତ ହତ୍ୟାକାରୀ ଦିନେଶ ନାୟକ ଗତକାଲି ରାତିରେ ଜଗତସିଂହପୁର ସଦର ଥାନାରେ ଆତ୍ମସମର୍ପଣ କରିଛି । ତ୍ରିକୋଣୀୟ ପ୍ରେମକୁ ନେଇ ଘଟିଥିବା ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦିନେଶର ଘର ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅରିଲୋ ଗାଁରେ । ଗତକାଲି ରାତିରେ ଦିନେଶ ଜଗତସିଂହପୁର ସଦର ଥାନାରେ ପହଁଚି ଡିସିଓ ଭେଟି ସରେଣ୍ଡର କରିଛି । ଏନେଇ ଖବର ପାଇବା ପରେ କମିଶନରେଟ୍ ପୁଲିସ ଜଗତସିଂହପୁର ପହଁଚି ଦିନେଶକୁ ସେଠାରୁ ଭୁବନେଶ୍ୱର ଆଣିଛି ।
ସେପଟେ ଏହି ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତର ଟିଆଇ ପ୍ୟାରେଡ଼ କରାଯିବ ବୋଲି ପୁଲିସ ସୂତ୍ରରୁ ମିଳିଛି । ଏହାଛଡ଼ା ପୁଲିସ ଅଭିଯୁକ୍ତ ଦିନେଶକୁ କ୍ରାଇମ୍ ସ୍ପଟକୁ ନେଇ ସିନ୍ ରିକ୍ରିଏଟ୍ କରିପାରେ । ସେଦିନ ରାତିରେ ସତ୍ୟାବ୍ରତ ପ୍ରଧାନକୁ କିପରି ପ୍ରେମିକା ଜିଲ୍ଲା ସହିତ ମିଶି ହତ୍ୟା କରିଥିଲେ ସତ ଉଗାରିବ ଅଭିଯୁକ୍ତ ହତ୍ୟାକାରୀ ଦିନେଶ ।
ଅନ୍ୟପଟେ ଦିନେଶ-ଲିଜା-ସତ୍ୟବ୍ରତଙ୍କ ତ୍ରିକୋଣୀୟ ପ୍ରେମ କାହାଣୀର କଚ୍ଚା ଚିଠା ଖୋଲି ଦେଇଛନ୍ତି ଅଭିଯୁକ୍ତ ଦିନେଶଙ୍କ ସ୍ତ୍ରୀ । ବାପା-ମାଆ ପୂର୍ବରୁ ମୃତ୍ୟୁ ପରେ ଦିନେ ସ୍ତ୍ରୀ ଓ ଏକମାତ୍ର ଝିଅ ସହିତ ଘରେ ରହୁଥିଲେ । ଡ୍ରିଇଭର ଭାବେ କଟକ ଓ ଭୁବନେଶ୍ବରରେ ଚାକିରି କରିବା ବେଳେ ଦିନେଶ ପାର୍ଲର ଗର୍ଲ ଲିଜା ସମ୍ପର୍କରେ ଆସିଥିଲେ । ଏହା ପରେ ପରିବାରକ ଜୀବନରେ ଆସିଥିଲା ଅଶାନ୍ତି । ଫଳରେ ଦିନେଶ ନିୟମିତ ଘରକୁ ଆସୁନଥିଲେ । ସ୍ତ୍ରୀ ଓ ଝିଅଙ୍କୁ ମଧ୍ୟ ପଚାରୁ ନଥିଲେ ବୋଲି ହତ୍ୟାକାରୀ ଦିନେଶର ସ୍ତ୍ରୀ ମିଡିଆ ସାମ୍ନାରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଦିନେଶ ୧୦ ବର୍ଷ ତଳେ ତାଙ୍କୁ ପ୍ରେମ ବିବାହ କରିଥିଲା । ସେ ଜଣେ ଗାଡି ଡ୍ରାଇଭର ଭାବରେ ପ୍ରଥମେ କଟକ ଓ ପରେ ଭୁବନେଶ୍ୱର ଯାଇ କାମ କରୁଥିଲା । ଲିଜା ସହିତ ସମ୍ପର୍କ ରଖିବା ପରେ ତାଙ୍କ ପରିବାର ଜୁଡି ଯାଇଛି ବୋଲି ଦିନେଶର ସ୍ତ୍ରୀ କହିଛନ୍ତି ।