ତେନ୍ତୁଳିଖୁଣ୍ଟି , ୧୯।୧୦ (ଆପ୍ର):  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ  ଇନ୍ଦ୍ରାବତୀର ସତ୍ୟଜିତ ଗାହାଣ ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ ପରୀକ୍ଷାରେ ୧୮୬ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ସତ୍ୟ ଜିତ୍ ଗାହାଣ ବର୍ତ୍ତମାନ ତେନ୍ତୁଳିଖୁଣ୍ଟି ବ୍ଲକ ରେ ଦିଗି ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି।  

ସତ୍ୟଜିତ ଇନ୍ଦ୍ରାବତୀ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ମାଟ୍ରିକ ପାସ କରିବା ପରେ ଭୁବନେଶ୍ୱର ରେ ଘରୋଇ କଲେଜ ରେ ଯୁକ୍ତ ଦୁଇ ବିଜ୍ଞାନ ପଢିଥିଲେ। ଏହା ପରେ  ଇଞ୍ଜିନିୟରିଙ୍ଗ ଡିଗ୍ରୀ   କରିବା ପରେ ଜାଭିୟରରେ ଏମ ବି ଏ କରିଛନ୍ତି।  କିଛି ଦିନ ଘରୋଇ କମ୍ପାନୀରେ ସିକିମର ଗାଙ୍ଗଟକରେ କାର୍ଯ୍ୟ କରିବା ପରେ କୋଭିଡ ବେଳେ ଓଡ଼ିଶା ଆସିଥିଲେ।   ପରବର୍ତ୍ତି ସମୟରେ  ଓଡ଼ିଶା ସିଭିଲ ସର୍ଭିସ  ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ।  ଦ୍ଵିତୀୟ ଚେଷ୍ଟାରେ ସେ ଓଡ଼ିଶା ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇଛନ୍ତି।  

ସତ୍ୟଜିତଙ୍କ ବାପା ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭାବେ ଅବସର ଗ୍ରହଣ କରିଥିବା ବେଳେ ମା’  ସୁରଜିତା ଗାହାଣ  ସୁନାବେଡ଼ା ରେ ଡିଏଭି ସ୍କୁଲରେ  ଶିକ୍ଷୟିତ୍ରୀ ଭାବେ ଅବସର ଗ୍ରହଣ କରିଛନ୍ତି।